ନୟାଗଡ଼: ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ପକ୍ଷରୁ ଚଢ଼ଉ କରାଯାଇ ୭ ଜୁଆଡିଙ୍କୁ ଗିରଫ କରାଯାଇଛି । ସଟଡାଉନ ସମୟରେ କୋଭିଡ ନିୟମକୁ ମାନି ନଥିଲେ ଅମାନିଆ । ଗତକାଲି ରାତିରେ ଚାନ୍ଦପୁର ରାମଚଣ୍ଡି ମନ୍ଦିର ପାଖରେ ୭ ଜଣ ଜୁଆଡି ମିଶି ଜୁଆ ଖେଳୁଥିବାର ଖବର ପୋଲିସ ପାଖରେ ପହଞ୍ଚିଥିଲା । ଖବର ପାଇ ଚାନ୍ଦପୁର ଆଇଆଇସି ରଶ୍ମିରଞ୍ଜନ ଦାସଙ୍କ ସମେତ ଥାନାର କର୍ମଚାରୀ ଉକ୍ତ ସ୍ଥାନରେ ଚଢ଼ଉ କରିଥିଲେ ।
ଲକଡାଉନରେ ଚାଲିଥିଲା ଜୁଆ ଖେଳ, 7 ଜଣଙ୍କୁ ଉଠାଇ ନେଲା ପୋଲିସ - ନୟାଗଡ ପୋଲିସ ପ୍ରଶାସନ
ଲକଡାଉନ ସମୟରେ ଚାଲିଥିଲା ଜୁଆ ଖେଳ । ଖବର ପାଇ ଉଠାଇନେଲା ପୋଲିସ । ଅଧିକ ପଢନ୍ତୁ...
ଲକଡାଉନରେ ଚାଲିଥିଲା ଜୁଆ ଖେଳ , 7 ଜଣଙ୍କୁ ଉଠାଇ ନେଲା ପୋଲିସ
ଅଭିଯୁକ୍ତମାନଙ୍କ ଠାରୁ ୨୬୭୦ ଟଙ୍କା ଜବତ କରିବା ସହ କୋଭିଡ ନିୟମ ଅବମାନନା ପାଇଁ ୧୪ ହଜାର ଟଙ୍କା ଜୋରିମାନା କରିଛି ପୋଲିସ । ଏଥିସହ ସେମାନଙ୍କ ମୋବାଇଲ ଜବତ କରାଯାଇଛି । ଚାନ୍ଦପୁର ଥାନାରେ ୭୩/୨୨୧ ଏକ ମାମଲା ରୁଜୁ କରାଯାଇ ଗିରଫ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ