ଓଡିଶା

odisha

ETV Bharat / briefs

ମୋଦିଙ୍କୁ କୁନି ଝିଅର ଅପିଲ, ଜଳବାୟୁ ପରିବର୍ତ୍ତନରେ ଆସୁ ନୂଆ ନିୟମ - climate change

ସାରା ବିଶ୍ବ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରୁଥିବାବେଳେ ସଂସଦରେ ଚାଲିଥିଲା ତିନି ତଲାକ ବିଲ ସମ୍ବନ୍ଧିତ ଚର୍ଚ୍ଚା । କିନ୍ତୁ ଜଣେ 7 ବର୍ଷର ଝିଅ ଆଗାମୀ ଭବିଷ୍ୟତ ଏବଂ ଚେନ୍ନାଇ ଓ ଦକ୍ଷିଣ ଭାରତର ଅନେକ ସହରରେ ଦେଖା ଦେଇଥିବା ଜଳ ସଙ୍କଟ ନେଇ ସରକାରଙ୍କୁ ସଚେତନ କରାଇଥିଲା । ହାତରେ ଧଳା ରଙ୍ଗର ଏକ ପ୍ଲା କାର୍ଡ ଧରି ଦେଶର ଜଳବାୟୁ ପରିବର୍ତ୍ତନ ଉପରେ ନୂଆ ନିୟମ ଆଣିବାକୁ ସରକାରଙ୍କୁ ଦେଇଥିଲା ଏକ ନୂଆ ପ୍ରସ୍ତାବ ।

ଫଟୋ ସୌଜନ୍ୟ: ଏଏନଆଇ

By

Published : Jun 22, 2019, 6:05 PM IST

ନୂଆଦିଲ୍ଲୀ: ଶୁକ୍ରବାର ସଂସଦରେ ତିନି ତଲାକ ବିଲ ଉପରେ ଚର୍ଚ୍ଚା ଚାଲିଥିଲା । ଏପଟେ ସାରା ଦେଶ ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଗମୟ ହୋଇଥିଲା । ତେବେ ଶୁକ୍ରବାର ଦିଲ୍ଲୀ ସଂସଦ ବାହାରେ ଏକ ବିଶେଷ ବାର୍ତ୍ତା ପାଇଁ ଚର୍ଚ୍ଚାରେ 7 ବର୍ଷା ଝିଅ ଲିସିପ୍ରିୟା କଙ୍ଗୁଜାମ ।

ଫଟୋ ସୌଜନ୍ୟ: ଏଏନଆଇ@ଟ୍ବିଟର

ହାତରେ ଧଳା ରଙ୍ଗର ଏକ ପ୍ଲା କାର୍ଡ ଧରି ଦେଶର ଜଳବାୟୁ ପରିବର୍ତ୍ତନରେ ନୂଆ ନିୟମ ଆଣିବା ଏବଂ ଆଗାମୀ ପିଢୀର ଭବିଷ୍ୟତକୁ ବଞ୍ଚାଇବା ପାଇଁ ସରକାରଙ୍କୁ ଦେଇଥିଲା ଏକ ନୂଆ ପ୍ରସ୍ତାବ ।

ଲିସିପ୍ରୟା ଏହି ବିଶେଷ ବାର୍ତ୍ତା ଦେବା ସହ କହିଥିଲା, ସମୁଦ୍ରର ଜଳସ୍ତର ଲଗାତାର ଭାବେ ବଢିବାରେ ଲାଗିଛି ଏବଂ ପୃଥିବୀ ଉତ୍ତପ୍ତ ହୋଉଛି । ଏମିତି ସ୍ଥିତିରେ ସରକାରଙ୍କୁ ଏହି ଦିଗ ପ୍ରତି ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ବର୍ତ୍ତମାନ ସମୟରେ ଜଳବାୟୁ ପରିବର୍ତ୍ତନ ଏକ ମୁଖ୍ୟ ସମସ୍ୟା ଥିବାବେଳେ ଏହା କେଉଁଠି ନା କେଉଁଠି ସାଧାରଣ ଜୀବନକୁ ମଧ୍ୟ ପ୍ରଭାବିତ କରୁଛି ।

ସେହିପରି ଅନେକ ସାଂସଦଙ୍କ କହିବାନୁଯାୟୀ, ଜଳବାୟୁ ପରିବର୍ତ୍ତନ ବିଶେଷ କରି ମୌସୁମୀର ସ୍ଥିତି ଓ ଦିଗ ଉପରେ ପଡିଥାଏ । ଯାହାଦ୍ବାରା ଅନେକ ରାଜ୍ୟରେ ଚାଷକୁ ନେଇ ଅନିଶ୍ଚିତତା ବଢିବାରେ ଲାଗୁଛି ।

ଏପଟେ ଚେନ୍ନାଇ ଓ ଦକ୍ଷିଣ ଭାରତର ଅନେକ ସହରରେ ପାନୀୟ ଜଳ ସଙ୍କଟ ବଢିବାରେ ଲାଗିଛି । ଯାହା ଭବିଷ୍ୟତରେ କ୍ଷତିକାରକ ସାବ୍ୟସ୍ତ ହୋଇପାରେ । କେନ୍ଦ୍ର ଜଳ ଆୟୋଗ କହିବାନୁଯାୟୀ, ଭାରତରେ ଦେଖାଦେଇଥିବା ଜଳ ସମସ୍ୟାର ମୁଖ୍ୟ କାରଣ ହେଉଛି ଜଳାଶୟ ଗୁଡିକରୁ ଜଳସ୍ତର ହ୍ରାସ ପାଇବା ।

ABOUT THE AUTHOR

...view details