ରାଉରକେଲା: ରାଜ୍ୟରେ ଏବେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି । ଏପଟେ ରାଉରକେଲାରେ ସରପଞ୍ଚଙ୍କୁ ମିଶାଇ 7 ଜଣ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପ୍ରଶାସନ ତରଫରୁ ମିଳିଥିବା ସୂଚନା ଅନୁସାରେ, ଏହି ସାତ ଜଣ ଆକ୍ରାନ୍ତଙ୍କୁ ରାଉରକେଲାର ହାଇଟେକ୍ କୋଭିଡ ହସ୍ପିଟାଲକୁ ପଠାଇ ଦିଆଯାଇଛି ।
ରାଉରକେଲାରେ ସରପଞ୍ଚଙ୍କୁ ମିଶାଇ 7 କୋରୋନା ଆକ୍ରାନ୍ତ ଚିହ୍ନଟ - କୋରୋନା
ରାଉରକେଲାରେ ସରପଞ୍ଚଙ୍କୁ ମିଶାଇ 7 ଜଣ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୂଚନା ଅନୁସାରେ, ଏହି ସାତ ଜଣଙ୍କୁ ରାଉରକେଲାର ହାଇଟେକ୍ କୋଭିଡ ହସ୍ପିଟାଲକୁ ପଠାଇ ଦିଆଯାଇଛି । ଅଧିକ ପଢନ୍ତୁ...
![ରାଉରକେଲାରେ ସରପଞ୍ଚଙ୍କୁ ମିଶାଇ 7 କୋରୋନା ଆକ୍ରାନ୍ତ ଚିହ୍ନଟ ରାଉରକେଲାରେ ସରପଞ୍ଚଙ୍କୁ ମିଶାଇ 7 କୋରୋନା ଆକ୍ରାନ୍ତ ଚିହ୍ନଟ](https://etvbharatimages.akamaized.net/etvbharat/prod-images/768-512-12:50-od-rkl-1-7caronapositive-dry-7204000-09062020124717-0906f-1591687037-668.jpg)
ରାଉରକେଲାରେ ସରପଞ୍ଚଙ୍କୁ ମିଶାଇ 7 କୋରୋନା ଆକ୍ରାନ୍ତ ଚିହ୍ନଟ
ସବଡେଗାର ଟିଏମସି କ୍ବାରେଣ୍ଟାଇନ ସେଣ୍ଟରରେ ଥିବା ମହାରାଷ୍ଟ୍ର ଫେରନ୍ତା 4 ଜଣଙ୍କଠାରେ କୋରୋନା ପଜିଟିଭ ବାହାରିବା ସହିତ ଜଣେ ସରପଞ୍ଚ ତଥା ଟିଏମସିର 2 ୱାଚମ୍ୟାନଙ୍କୁ ମଧ୍ୟ କୋରୋନା ହୋଇଥିବା ଜଣାପଡ଼ିଛି । ଏବେ ଟିଏମସିକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରାଯାଇଛି ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ