ଓଡିଶା

odisha

By

Published : Apr 2, 2019, 3:37 PM IST

ETV Bharat / briefs

ଠେଲକୁଳିରୁ 6ଟି ବନ୍ଧୁକ ଜବତ 3 ଗିରଫ

ସମ୍ବଲପୁର ଜିଲ୍ଲା ଠେଲକୁଳି ପୋଲିସ ଠାବ କରିଛି ବନ୍ଧୁକ । ଏହାସହ 3 ଅଭିଯୁକ୍ତ ଗିରଫ ହୋଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁର: ନିର୍ବାଚନକୁ ଦୃଷ୍ଟିରେ ରଖି ବର୍ତ୍ତମାନ ସମସ୍ତ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଛି । ପୋଲିସର ଟାର୍ଗେଟରେ ଦୁର୍ବୃତ୍ତ, ଅପରାଧି, ଚାଲାଣକାରୀ । ଇତିମଧ୍ୟରେ ସମ୍ବଲପୁର ଜିଲ୍ଲା ଠେଲକୁଳି ପୋଲିସ ଠାବ କରିଛି ବନ୍ଧୁକ । ଏହାସହ 3 ଅଭିଯୁକ୍ତ ଗିରଫ ହୋଇଛନ୍ତି ।

ସୂଚନା ମୁତାବକ ବନ୍ଧୁକ ଚାଲାଣ ରେକେଟର ମୁଖ୍ୟ ଅଭିଯୁକ୍ତ ସହ 2 ଗିରଫ। ଝାରସୁଗୁଡ଼ାରୁ ସମ୍ବଲପୁରକୁ ଚାଲାଣ ହେଉଥିବା ବେଳେ ଠେଲକୁଳି ପୋଲିସ ଅଭିଯୁକ୍ତର ମୋଟର ସାଇକେଲରୁ ବନ୍ଧୁକ ଗୁଡିକୁ ଠାବ କରିଛି। ଜବତ ବନ୍ଧୁକ ମଧ୍ୟରେ 3ଟି 9 ଏମ୍‌ଏମ୍‌ ପିସ୍ତଲ, ଗୋଟିଏ ସିଙ୍ଗିଲ୍‌ ସଟ ବନ୍ଧୁକ, 2ଟି ଦେଶୀ ବନ୍ଧୁକ, 6ଟି ଜୀବନ୍ତ ଗୁଳି ରହିଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁରରେ ପୂର୍ବରୁ ଯେଉଁ 2 ଜଣଙ୍କୁ ବନ୍ଧୁକ ବିକ୍ରି କରାଯାଇଥିଲା ତାହା ମଧ୍ୟ ଉଦ୍ଧାର ହୋଇଛି । ଏସମ୍ପର୍କରେ ସମ୍ବଲପୁର ଏସପି ସଞ୍ଜୀବ ଆରୋରା ସୂଚନା ଦେଇଛନ୍ତି ଯେ ମୁଖ୍ୟ ଅଭିଯୁକ୍ତ ମହମ୍ମଦ ସମସେର ନାମରେ ଟାଉନ ଥାନା, ରେଙ୍ଗାଳି ଓ ଧନୁପାଳି ଥାନାରେ 8 ରୁ ଅଧିକା ମମଲା ରହିଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details