ନୂଆଦିଲ୍ଲୀ: ଶେଷ ହୋଇଯାଇଛି ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ମତଦାନ । ଆସନ୍ତା 29 ତାରିଖ ସୋମବାର ହେବାକୁ ଯାଉଛି ଚତୁର୍ଥ ପର୍ଯ୍ୟାୟ ମତଦାନ। ଏହି ପର୍ଯ୍ୟାୟରେ 9ଟି ରାଜ୍ୟର ୭୧ଟି ଆସନ ପାଇଁ ହେବା ଭୋଟଗ୍ରହଣ। ମହାରାଷ୍ଟ୍ରରେ ୧୭, ଉତ୍ତରପ୍ରଦେଶରେ ୧୩, ରାଜସ୍ଥାନରେ ୧୩, ମଧ୍ୟପ୍ରଦେଶରେ ୬, ପଶ୍ଚିମବଙ୍ଗରେ ୮, ବିହାରରେ ୫, କଶ୍ମୀରର 1 ଏବଂ ଝାଡଖଣ୍ଡରେ ୩ଟି ଆସନରେ ହେବ ମତଦାନ।
ଚତୁର୍ଥ ପର୍ଯ୍ୟାୟ ପାଇଁ ପ୍ରଚାର ଶେଷ, ସୋମବାର 71 ଆସନ ପାଇଁ ହେବ ଭୋଟ - today evening
ଚତୁର୍ଥ ପର୍ଯ୍ୟାୟ ମତଦାନ ପୂର୍ବରୁ ସବୁ ଦଳ ପକ୍ଷରୁ ଚାଲିଛି ଜୋରଦାର ପ୍ରଚାର । ଶନିବାର ସନ୍ଧ୍ୟାରେ ଶେଷ ହେବ ପ୍ରଚାର। ଏପ୍ରିଲ 29 ତାରିଖ ସୋମବାର ହେବାକୁ ଯାଉଛି ମତଦାନ। ଏହି ପର୍ଯ୍ୟାୟରେ ୯ଟି ରାଜ୍ୟର ୭୧ଟି ଆସନ ପାଇଁ ହେବ ଭୋଟଗ୍ରହଣ।

ଫାଇଲ ଫଟୋ
ସୋମବାର ଉତ୍ତର ପ୍ରଦେଶରେ ଯେଉଁ ଲୋକସଭା ଆସନରେ ଭୋଟଗ୍ରହଣ କରାଯିବ ସେଗୁଡିକ ହେଉଛି ଇଟାୱା, କନୌଜ, ଉନ୍ନାବ, କାନପୁର, ଝାନ୍ସୀ ଏବଂ ହମୀରପୁର । ସେହିପରି ବିହାରର ଦରଭଙ୍ଗା, ବେଗୁସରାଇ, ମୁଙ୍ଗେର, ସମସ୍ତିପୁର, ଉଜିୟାରପୁର ଆସନରେ ହେବ ମତଦାନ। ଅନ୍ୟପଟେ ଆସନ୍ତା ମେ 6 ତାରିଖରେ ପଞ୍ଚମ, 12ରେ ଷଷ୍ଠ ଏବଂ 19ରେ ସପ୍ତମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ। ମେ ମାସ 23 ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ ।