ଓଡିଶା

odisha

ETV Bharat / briefs

କାରରୁ ମୋବିଲ ଲିକ ହେଉଥିବା କହି ଲୁଟିଲେ 3ଲକ୍ଷ

ପୋଲିସ ଓ ଲୋକଙ୍କ ଗହଳି ମଧ୍ୟରେ ଚାଲାଖି ସହ ଲୁଟେରା ଲୁଟି ନେଲେ 3ଲକ୍ଷ ଟଙ୍କା । ଜନଗହଳି ପୂର୍ଣ୍ଣ ରାଜମହଲ ଛକ ନିକଟରେ ଏଭିଳି କାଣ୍ଡ ଭିଆଇଛନ୍ତି ରାଜଧାନୀ ଲୁଟେରା ।

ଫଟୋ ସୌଜନ୍ଯ: ସମ୍ବାଦଦାତା, ଭୁବନେଶ୍ବର

By

Published : May 30, 2019, 7:47 PM IST

ଭୁବନେଶ୍ବର: ରାଜଧାନୀରେ ଅଭିନବ ଉପାୟରେ ଲୁଟ୍ । କାରରୁ ମୋବିଲ୍ ଲିକ୍ ହେଉଥିବା କହି ଲୁଟି ନେଲେ ଲକ୍ଷାଧିକ ଟଙ୍କା । ଜନଗହଳି ପୂର୍ଣ୍ଣ ରାଜମହଲ ଛକ ନିକଟରେ ଲୁଟ ହୋଇଥିବା କ୍ଯାପିଟାଲ ଥାନାରେ ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ଯ: ସମ୍ବାଦଦାତା, ଭୁବନେଶ୍ବର

ଖବରମୁତାବକ, ରାୟଗଡାରୁ କାର କିଣିବାକୁ ଆସିଥିଲେ ଦାମୋଦର ମହାପାତ୍ର ଓ ତାଙ୍କ ୨ ସହଯୋଗୀ । ରାଜମହଲ ଛକ ନିକଟ ଔଷଧ ଦୋକାନରୁ ଦାମୋଦର ଔଷଧ କିଣିବାକୁ ଯାଇଥିଲେ । ଏହି ସମୟରେ ଗାଡିରୁ ମୋବିଲ୍‌ ଲିକ୍‌ ହେଉଥିବା କହି ଥିଲେ ରାସ୍ତାରେ ଯାଉଥିବା ଜଣେ ଯୁବକ । ଯୁବକଙ୍କ କଥା ଶୁଣି ଗାଡିରେ ବସିଥିବା ୨ ଯୁବକ ବାହାରକୁ ଆସିଥିଲେ । ଏହି ସମୟରେ ସେମାନଙ୍କୁ ଚକମା ଦେଇ ଦୁର୍ବୃତ୍ତମାନେ କାରରୁ ୩ ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଛନ୍ତି । ଏହାପରେ ଦାମୋଦର ଓ ତାଙ୍କ ୨ ସହଯୋଗୀ ଏନେଇ କ୍ଯାପିଟାଲ ଥାନାରେ ଅଭିଯୋଗ କଲା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details