ଓଡିଶା

odisha

ETV Bharat / briefs

ସରକାରୀ ଜମି ବିକ୍ରି ନାଁରେ ଲୋକଙ୍କୁ ଠକୁଥିଲେ 3 ଠକ, ଗିରଫ କଲା ପୋଲିସ - ଜମି ବିକ୍ରି ନାଁରେ ଲୋକଙ୍କୁ ଠକୁଥିଲେ 3 ଠକ

ଜଣଙ୍କ ପିଛା ପାଞ୍ଚ ଏକର ସରକାରୀ ଜମି ପଟ୍ଟା କରାଇଦେବା କହି 50 ହଜାର ଟଙ୍କା ଲେଖାଏଁ ଅସୁଲି କରୁଥିଲେ ୩ ଜଣ ଯୁବକ । ଏପରି ଘଟଣା ଘଟିଛି ଦେବଗଡ ଥାନା ଅନ୍ତର୍ଗତ ରଙ୍ଗମାଟିଆ ଗ୍ରାମରେ । ଅଧିକ ପଢନ୍ତୁ..

ଜମି ବିକ୍ରି ନାଁରେ ଲୋକଙ୍କୁ ଠକୁଥିଲେ 3 ଠକ
ଜମି ବିକ୍ରି ନାଁରେ ଲୋକଙ୍କୁ ଠକୁଥିଲେ 3 ଠକ

By

Published : Apr 29, 2021, 6:10 PM IST

ଦେବଗଡ଼: ଜଣଙ୍କ ପିଛା ପାଞ୍ଚ ଏକର ସରକାରୀ ଜମି ପଟ୍ଟା କରାଇଦେବା କହି 50 ହଜାର ଟଙ୍କା ଲେଖାଏଁ ଅସୁଲି କରୁଥିଲେ ୩ ଜଣ ଯୁବକ । ଏପରି ଘଟଣା ଘଟିଛି ଦେବଗଡ ଥାନା ଅନ୍ତର୍ଗତ ରଙ୍ଗମାଟିଆ ଗ୍ରାମରେ । ଏହି ଘଟଣା ସାମ୍ନାକୁ ଆସିବା ପରେ ଗ୍ରାମବାସୀ ସେମାନଙ୍କୁ ଅଟକ ରଖି ମାଡ ମାରି ପୋଲିସକୁ ହସ୍ତାନ୍ତର କରିଛନ୍ତି ।

ସୂଚନାନୁଯାୟୀ, ବୁଧବାର ପ୍ରାୟ ୧୧ଟା ସମୟରେ ଉକ୍ତ ଗ୍ରାମକୁ ୩ ଜଣ ଅଚିହ୍ନା ଯୁବକ ଆସି କେତେକ ଗ୍ରାମବାସୀଙ୍କୁ ଗ୍ରାମରେ ଥିବା ସରକାରୀ ଜମିକୁ ଜଣଙ୍କ ପିଛା ୫ ଏକର ୪ ଡିସମିଲ ଲେଖାଏଁ ରେକର୍ଡ କରାଇ ଦେବାକୁ କହି ୫୦ ହଜାର ଟଙ୍କା ଲେଖାଏଁ ମାଗିଥିଲେ। ଯୁବକଙ୍କ ବ୍ୟବହାରରେ ସନ୍ଦେହ ହେବାରୁ ରଙ୍ଗମାଟିଆ ଗ୍ରାମର ହେମନ୍ତ ବେହେରା(୨୭) ଗ୍ରାମର ଅନ୍ୟ କେତେକ ବ୍ୟକ୍ତିଙ୍କ ସହାୟତାରେ ଉକ୍ତ ଅଚିହ୍ନା ଯୁବକଙ୍କୁ ଅଟକ ରଖି ଦେବଗଡ଼ ଥାନା ପୋଲିସକୁ ଖବର ଦେଇଥିଲେ।

ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଥାନାକୁ ଆଣିଥିଲା। ଅଭିଯୋଗ ଆଧାରରେ ଦେବଗଡ଼ ଥାନା ପୋଲିସ ଏକ ଠକେଇ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତରୁ ଅଚିହ୍ନା ଯୁବକମାନେ ଦେବଗଡ଼ ଥାନା ଅନ୍ତର୍ଗତ କପାସିରା ଗ୍ରାମର ମଧୁ ସୂଦନ ପଦିଲ(୨୩), ଟିକେଶ୍ବର ପଦିଲ(୧୮), ୱାମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ଅଞ୍ଚଳର ଅଭିମନ୍ୟୁ ନାଏକ(୪୧) ବୋଲି ଜଣାପଡ଼ିଛି ।

ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

ABOUT THE AUTHOR

...view details