ଓଡିଶା

odisha

ETV Bharat / briefs

ରିଲିଫ୍‌ କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କୁ 24ଲକ୍ଷଟଙ୍କାର ପ୍ୟାକେଜ୍‌

ଉଦ୍ଧାର ଓ ଅନ୍ୟାନ୍ୟ ରିଲିଫ୍‌ କାର୍ଯ୍ୟରେ ନିୟୋଜିତ 1200 ଅଗ୍ନିଶମ କର୍ମଚାରୀଙ୍କୁ ରାଜ୍ୟ/ଜାତୀୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିରୁ 24ଲକ୍ଷଟଙ୍କାର ପ୍ୟାକେଜ୍‌।

By

Published : May 18, 2019, 11:23 PM IST

ଫଟୋ ସୌଜନ୍ଯ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଚଳିତ ସରକାରର ଶେଷ କ୍ୟାବିନେଟ ବୈଠକ ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ କ୍ୟାବିନେଟ ନିଷ୍ପତ୍ତି ସଂପର୍କରେ ଗଣମାଧ୍ଯମକୁ ବିସ୍ତୃତ ସୂଚନା ଦେଇଛନ୍ତି । ଫନି କ୍ଷତିଗ୍ରସ୍ତଙ୍କ ନିମନ୍ତେ ଅର୍ଥ ମଞ୍ଜୁର କରାଯାଇଛି । ତେବେ ଫନି ମାଚରେ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ପୁରୀ ଏଯାଏଁ ସଂପୂର୍ଣ୍ଣ ବିଜୁଳି ସେବା ଯୋଗେଇ ଦିଆଯାଇ ନାହିଁ । ତେଣୁ ମେ 18ରୁ ପୁରୀର ଫନି କ୍ଷତିଗ୍ରସ୍ତ ପ୍ରତି ଘର ପିଛା ଆହୁରୀ 1000ଟଙ୍କା ପ୍ରଦାନ କରାଯିବ ।

ଭିଡିଓ ସୌଜନ୍ଯ: ସମ୍ବାଦଦାତା, ଭୁବନେଶ୍ବର

ସେହିପରି ଉଦ୍ଧାର ଓ ଅନ୍ୟାନ୍ୟ ରିଲିଫ୍‌ କାର୍ଯ୍ୟରେ ନିୟୋଜିତ 1200 ଅଗ୍ନିଶମ କର୍ମଚାରୀଙ୍କୁ ରାସନ୍‌ ଭତ୍ତା ବାବଦରେ ମୁଣ୍ଡାପିଛା 200ଟଙ୍କା ହିସାବରେ 10ଦିନ ପାଇଁ ରାଜ୍ୟ/ଜାତୀୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିରୁ 24ଲକ୍ଷଟଙ୍କା ପ୍ରଦାନ କରାଯିବ । ରାଜ୍ୟ ବାହାରୁ ନିୟୋଜିତ ହୋଉଥିବା ୧୦ ହଜାର ଶ୍ରମିକଙ୍କୁ ୧୫୦ ପ୍ରତିଶତ ଦରମା ଦିଆଯିବା । ଅଣକୁଶଳୀ ଶ୍ରମିକଙ୍କୁ ୪୨୦ ଦିଆଯିବ । ସେହିପରି ଅର୍ଦ୍ଧ କୁଶଳୀ ଶ୍ରମିକଙ୍କୁ 480ଟଙ୍କା ଓ କୁଶଳୀ ଶ୍ରମିକଙ୍କୁ 555ଟଙ୍କା ପ୍ରଦାନ କରାଯିବ ।

ତେବେ ପୁରୀରେ ପୋଖରୀ ସଫା ପାଇଁ ଜଳ ଓ ମତ୍ସ୍ୟ ଓ ପ୍ରୀଣୀ ସମ୍ପଦ ବିଭାଗକୁ ୧୫ଲକ୍ଷ ଟଙ୍କା ପ୍ରଦାନ କରାଯିବ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details