ଓଡିଶା

odisha

ETV Bharat / briefs

ମାତିଛନ୍ତି ନକଲି ପରୀକ୍ଷାର୍ଥୀ ରାକେଟ, ଓୟୁଏଟି ପ୍ରବେଶିକା ପରୀକ୍ଷାରେ ଧରାପଡିଲେ ୨

ଓୟୁଏଟି ପରୀକ୍ଷା ଦେବା ବେଳେ କମିଶନରେଟ୍ ପୋଲିସ ଦ୍ବାରା ଧରାପଡିଛନ୍ତି 2 ନକଲି ପରୀକ୍ଷାର୍ଥୀ । ଅସଲି ପରୀକ୍ଷାର୍ଥୀଙ୍କ ଚିହ୍ନଟ ହେବା ପରେ ଏମାନଙ୍କୁ ଗିରଫ କରାଯାଇଛି ।

By

Published : May 19, 2019, 11:41 PM IST

ଫାଇଲ ଫଟୋ

ଭୁବନେଶ୍ବର: ଓୟୁଏଟି ପରୀକ୍ଷା ଦେବା ବେଳେ ଧରାପଡିଛନ୍ତି ନକଲି ଛାତ୍ର । ଅସଲି ଆଡମିଟ୍ କାର୍ଡରେ ନକଲି ପରୀକ୍ଷାର୍ଥୀ ଦେଉଥିଲେ ପରୀକ୍ଷା । ଗିରଫ ନକଲି ପରୀକ୍ଷାର୍ଥୀ ଦିଲ୍ଲୀର ଆଦର୍ଶ ଚୌଧୁରୀ ଓ ରାଜସ୍ଥାନର ଜଣେ ନାବାଳକ । ଅସଲି ପରୀକ୍ଷାର୍ଥୀଙ୍କ ଚିହ୍ନଟ ହେବା ପରେ ଏମାନଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ ।

ସୂଚନାନୁସାରେ, ଖଣ୍ଡଗିରି ବଡବାରି ସରସ୍ବତୀ ଶିଶୁ ବିଦ୍ଯାମନ୍ଦିରରେ ଗୋପର ଜଣେ ଛାତ୍ର ଯୁଧିଷ୍ଟିର ମଲିକଙ୍କ ପାଇଁ ପରୀକ୍ଷା ଦେଉଥିଲେ ଦିଲ୍ଲୀର ଆଦର୍ଶ ଚୌଧୁରୀ । ସେହିପରି ବଡଗଡ ଥାନା ଅଞ୍ଚଳର ବଡଗଡ ଶିଶୁ ବିଦ୍ଯା ମନ୍ଦିରରେ ଜଣେ ଛାତ୍ର ପାଇଁ ରାଜସ୍ଥାନର ଜଣେ ନାବାଳକ ପରୀକ୍ଷା ଦେଉଥିଲେ । ସ୍କୁଲ ପକ୍ଷରୁ ଏନେଇ ଖଣ୍ଡଗିରି ଏବଂ ବଡଗଡ ଥାନାରେ ଅଭିଯୋଗ ପରେ ସେମାନଙ୍କୁ ଗିରଫ କରାଯାଇଛି ।

କର୍ପୋରେସନ ଅଫ୍ ଏଜୁକେସନ ଆକ୍ଟ ଏବଂ ଅନ୍ଯର ପରିଚୟ ବ୍ୟବହାର କରିବା ମାମଲାରେ ଏମାନଙ୍କୁ ଗିରଫ କରିଛି ପୋଲିସ । ତେବେ ଏମାନଙ୍କ ପଛରେ ଏକ ବଡ ରାକେଟ୍ କାମ କରୁଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି । 3 ଲକ୍ଷ ଟଙ୍କା ପାଇଁ ଏମାନେ ବ୍ରୋକର ଜରିଆରେ ଓଡିଶା ଆସି ପରୀକ୍ଷାର୍ଥୀଙ୍କ ପାଇଁ ପରୀକ୍ଷା ଦେଉଥିଲେ । ଏବେ ରାକେଟ ପଛର ସତ୍ୟତା ଜାଣିବାକୁ ତଦନ୍ତ ଚଳାଇଛି କମିଶନରେଟ୍ ପୋଲିସ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details