ଓଡିଶା

odisha

ETV Bharat / briefs

ଅଲୋଡା ମା, 18 ବର୍ଷ ହେବ କାଟୁଛି ଅଘୋଷିତ ବନବାସ

ପୁଅ ବୋହୂର ଅତ୍ୟାଚାରରେ ଅତିଷ୍ଠ ସୁଲୋଚନାଙ୍କ ଅଘୋଷିତ ବନବାସ । ପୁଅ, ବୋହୂ , ନାତି, ନାତୁଣୀ ଥାଇ ବି ସେ ଆଜି ଏକାନ୍ତ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

By

Published : May 31, 2019, 1:37 AM IST

Updated : Jun 1, 2019, 3:43 PM IST

ବାଲେଶ୍ବର: ଆକାଶ ପରି ବ୍ୟାପକ ଆଉ ମାଟି ଠୁ ଅଧିକ ନିବିଡ ସମ୍ପର୍କ ଥାଏ ମା' ଶଦ୍ଦରେ । ଏହି ଶଦ୍ଦକୁ ନା ବୁଝି ହୁଏ ନା ବୁଝାଇ ହୁଏ । ପିଲାଙ୍କ ପାଇଁ ଏହି ଶଦ୍ଦ ମମତା ଠାରୁ ବଳି ଆଉ କିଛି ନୁହେଁ । ଯିଏ ସବୁ ଦୁଃଖ ପିଇ ନିଜ ସନ୍ତାନକୁ ସୁଖ ସାଗରରେ ପୋତି ଦିଏ ସେ ହେଉଛି ମା' । କିନ୍ତୁ ଆଜି ସେହି ମା' ନିଜ ପିଲାଙ୍କ ପାଇଁ ସାଜିଛି ବୋଝ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ଏ ହେଉଛନ୍ତି ରାଇବଣିଆ ଗାଁର 80 ବର୍ଷୀୟ ସୁଲୋଚନା ପାଲ । ପରିବାର ଥାଇ ବି ସେ ଆଜି ବୟସର ଅପରାହ୍ନରେ ଏକାନ୍ତବାସ । ଦୁଇ ପୁଅ ଓ ଜଣେ ଝିଅର ସେ ଥିଲେ ଜନନୀ । ସ୍ବାମୀକୁ ହରାଇବା ପରେ ମଧ୍ୟ ନିଜ ପୁଅ ଝିଅଙ୍କ ସଂସାର ବସାଇଥିଲେ । ହେଲେ ଘରକୁ ବୋହୂ ଆସିବା ପରେ ତାଙ୍କ ଜୀବନରେ ମାଡିଆସିଥିଲା ଝଡ । ଶାଶୁ ଉପରେ ଦାଉ ସାଜିଲେ ବୋହୁ । ସବୁ ଜାଣି ଚୁପ୍ ରହୁଥିଲେ ପୁଅ । ଆଉ ଏହି ବୟସରେ ପୁଅ ବୋହୁର ଅତ୍ୟାଚର ସାମନା କରିବାକୁ ତାଙ୍କ ପାଖରେ ନା ଥିଲା ବଳ ନା ସାମର୍ଥ୍ୟ । ଆଉ ଏଥିରୁ ନିଜକୁ ବଞ୍ଚାଇବାକୁ 18 ବର୍ଷ ପୂର୍ବେ ଗାଁ ମୁଣ୍ଡର ପରିତ୍ୟକ୍ତ ବିଦ୍ୟାଳୟର ବାରଣ୍ଡାକୁ ନିଜ ଠିକଣା ଭାବେ ବାଛି ନେଇଥିଲେ ।

ଅପରପକ୍ଷେ ସୁଲୋଚନାଙ୍କ ପାଇଁ ସରକାରୀ ସହାୟତା କହିଲେ 500 ଟଙ୍କା ଭତ୍ତା ସହ 5 କେଜି ଚାଉଳ । ମାତ୍ର ପୁଅ ବୋହୂଙ୍କ ଲୋଲୁପ ଦୃଷ୍ଟିରୁ ବର୍ତ୍ତି ପାରିନାହିଁ ଭତ୍ତା ଓ ଚାଉଳ । ସେପଟେ ଏସମ୍ପର୍କରେ ଆମେ ସହକାରୀ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ । ଖୁବଶୀଘ୍ର ବୃଦ୍ଧା ଜଣଙ୍କୁ ଥଇଥାନ କରାଯିବା ସହ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Jun 1, 2019, 3:43 PM IST

ABOUT THE AUTHOR

...view details