ଓଡିଶା

odisha

ETV Bharat / briefs

ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଗିରଫ - arrest

ନିଜ ସ୍ତ୍ରୀକୁ ଖୋଜିବା ବାହାନାରେ ରେଳ ଲାଇନ ପୋଲ ତଳେ ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ନାବାଳିକାଙ୍କ ବାପା ଅଭିଯୋଗ ଆଧାରରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

By

Published : May 26, 2019, 9:28 PM IST

ବାଲେଶ୍ବର: ଜିଲ୍ଲାରେ ପୁଣି ଏକ ଲଜ୍ଜାଜନକ ଘଟଣା ସାମନାକୁ ଆସିଛି । ସୋର ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ମିଳିଥିବା ସୂଚନାନୁସାରେ, ସୋର ଥାନା ଦହିସଡା ଅଞ୍ଚଳର ପଣ୍ଡା ସିଂ ନାମକ ଜଣେ ବ୍ୟକ୍ତି ନିଜ ସ୍ତ୍ରୀକୁ ମାଡ ମାରି ଘରୁ ବାହାର କରି ଦେଇଥିଲା । ପରେ ସେହି ଅଞ୍ଚଳର ଜଣେ ନିକଟ ସମ୍ପର୍କୀୟ ପଣ୍ଡାଙ୍କ ସ୍ତ୍ରୀକୁ ଖୋଜାଖୋଜି କରିଥିଲେ । ପଣ୍ଡା ମଧ୍ୟ ନିଜ ସ୍ତ୍ରୀକୁ ଖୋଜିବା ବାହାନାରେ ସେହି ଅଞ୍ଚଳର ଜଣେ 12 ବର୍ଷର ଝିଅକୁ ସାଙ୍ଗରେ ଧରି ଟ୍ରେନ ଲାଇନକୁ ବାହାରିଥିଲା । ମାତ୍ର ସ୍ତ୍ରୀକୁ ଖୋଜିବା ବଦଳରେ ରେଳ ଲାଇନରେ ଥିବା ପୋଲ ତଳେ ଉକ୍ତ ନାବାଳିକାକୁ ଦୁର୍ଷ୍କମ କରିଥିଲା । ଏସମ୍ପର୍କରେ ନାବାଳିକାର ବାପା ସୋର ଥାନାରେ ଅଭିଯୋଗ କରିଥିଲେ ।

ଅଭିଯୋଗ ପରେ ସୋର ପୋଲିସ ମାମଲା ୨୩୬/୧୯ ଦଫା ୩୭୬(ଏ) ୩୫୪, ୫୦୪ ପୋକ୍ସୋ ଆକ୍ଟ ଲଗାଇ ଅଭିଯୁକ୍ତ ପଣ୍ଡାକୁ ଗିରଫ କରିଛି ।


ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details