ଓଡିଶା

odisha

ETV Bharat / breaking-news

800 ଗ୍ରାମର ସୁନା ବିସ୍କୁଟ ଜବତ, 2 ଲୁଟେରା ଗିରଫ - ସୁନା ବିସ୍କୁଟ ଲୁଟେରା ଗିରଫ

800 ଗ୍ରାମର ସୁନା ବିସ୍କୁଟ ସହ 2 ଲୁଟେରା ଗ୍ୟାଙ୍ଗ ଗିରଫ
800 ଗ୍ରାମର ସୁନା ବିସ୍କୁଟ ସହ 2 ଲୁଟେରା ଗ୍ୟାଙ୍ଗ ଗିରଫ

By

Published : Mar 14, 2021, 11:05 AM IST

Updated : Mar 14, 2021, 1:38 PM IST

10:56 March 14

ବ୍ୟବସାୟୀଙ୍କ ଠାରୁ ଚୋରି ହୋଇଥିବା ସୁନା ବିସ୍କୁଟ ସହ 2 ଅଭିଯୁକ୍ତକୁ ଗିରଫ କଲା ପୋଲିସ ।

800 ଗ୍ରାମର ସୁନା ବିସ୍କୁଟ ସହ 2 ଲୁଟେରା ଗିରଫ

କଟକ: ପୁରୀଘାଟ ଥାନାକୁ ସଫଳତା । ସୁନା ଲୁଟ ଗ୍ୟାଙ୍ଗର କଲା ପର୍ଦ୍ଦାଫାଶ । ସୁନାର ଗ୍ରାମର ଅଧିକ କରିବାକୁ କହି ଦୋକାନୀ ଭୂଆ ବୁଲାଇଥିଲେ ଦୁର୍ବୃତ୍ତ । 800 ଗ୍ରାମର ସୁନା ଲୁଟି ନେଇ ଥିବାବେଳେ ଦୁଇ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ ।

ଏସପିଙ୍କ ସୂଚନା ଅନୁସାରେ, ବାଲେଶ୍ବର ରେମୁଣା ଅଞ୍ଚଳର ଏକ ସୁନା ବ୍ୟବସାୟୀଙ୍କୁ ଯାଜପୁରର ଦୁଇ ବ୍ରୋକର ରାଜକିଶୋର ସାହୁ ଓ ଜିତେନ୍ଦ୍ର ସାହୁ ସୁନାର ଗ୍ରାମ ଅଧିକ କରିବାକୁ କଟକ ଡାକିଥିଲେ । ଏହା ପରେ ଉକ୍ତ ବ୍ୟବସାୟୀ ଜଣକ କଟକ ଆସି 800 ଗ୍ରାମ ସୁନା ଏହି ଦୁଇ ବ୍ରୋକରଙ୍କୁ ଦେଇଥିଲେ । ତେବେ ସୁନାର ଗ୍ରାମ ଅଧିକ କରିବାକୁ ଉଭୟେ ଚୌଦ୍ବାର ବଜାରରେ ଥିବା ଏକ ହଲମାର୍କ ସେଣ୍ଟରକୁ ନେଇଥିଲେ । ଆଉ ଏହା ପରେ ସେଠାରୁ ଫେରାର ହୋଇଯାଇଥିଲେ ଦୁଇ ବ୍ରୋକର ।  

ଏନେଇ ଉକ୍ତ ବ୍ୟବସାୟୀ ପୁରିଘାଟରେ ଏତଲା ଦେଇଥିଲେ । ଘଟଣାର ତଦନ୍ତ ପାଇଁ ପୁରିଘାଟ ପୋଲିସ ପକ୍ଷରୁ ଏକ ଟିମ ଗଠନ ହୋଇଥିଲା । ଭଦ୍ରକ, ବାଲେଶ୍ବର, କଟକ ଓ ଯାଜପୁରରେ ତଦନ୍ତ ଆରମ୍ଭ ହୋଇଥିଲା । ଆଜି ଦୁଇ ବ୍ରୋକର ପୋଲିସ ହାବୁଡରେ ପଡିଛନ୍ତି । ଯାହାର ମୂଲ୍ୟ 63 ଲକ୍ଷ 97 ହଜାର ହେବା ନେଇ ସ୍ପଷ୍ଟ କରିଛି ପୋଲିସ । ତେବେ ଉଭୟଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ୍, ଇଟିଭି ଭାରତ

Last Updated : Mar 14, 2021, 1:38 PM IST

ABOUT THE AUTHOR

...view details