ଓଡିଶା

odisha

ETV Bharat / bharat

ଅକ୍ଟୋବର ସୁଦ୍ଧା ମାସକୁ ୧ କୋଟି ଟିକା ଉତ୍ପାଦନ କରିବ ଜାଇଡସ କାଡିଲା - Zydus To Produce 1 Crore Doses Per Month

ଟ୍ରିପଲ ଡୋଜ ବିଶିଷ୍ଟ ଜାଇଡସ କାଡିଲାର କୋଭିଡ ଟିକା ZyCoV-Dକୁ ଜରୁରୀକାଳିନ ବ୍ୟବହାର ପାଇଁ ମିଳିଲା ଅନୁମତି । ୧୨ ବର୍ଷ ଓ ତଦୁର୍ଦ୍ଧ ସମସ୍ତେ ନେଇ ପାରିବେ ଏହି ଟ୍ରିପଲ ଡୋଜ ବିଶିଷ୍ଟ କୋଭିଡ ଟିକା । ଅଧିକ ପଢନ୍ତୁ...

ଅକ୍ଟୋବର ସୁଦ୍ଧା ମାସକୁ କୋଟିଏ ଟିକା ଯୋଗାଇବ ଜାଇଡସ କାଡିଲା
ଅକ୍ଟୋବର ସୁଦ୍ଧା ମାସକୁ କୋଟିଏ ଟିକା ଯୋଗାଇବ ଜାଇଡସ କାଡିଲା

By

Published : Aug 22, 2021, 1:02 PM IST

ନୂଆଦିଲ୍ଲୀ: ଟ୍ରିପଲ ଡୋଜ ବିଶିଷ୍ଟ ଜାଇଡସ କାଡିଲାର କୋଭିଡ ଟିକା ZyCoV-Dକୁ ଜରୁରୀକାଳିନ ବ୍ୟବହାର ପାଇଁ ମିଳିଲା ଅନୁମତି । ୧୨ ବର୍ଷ ଓ ତଦୁର୍ଦ୍ଧ ସମସ୍ତେ ନେଇ ପାରିବେ ଏହି ଟ୍ରିପଲ ଡୋଜ ବିଶିଷ୍ଟ କୋଭିଡ ଟିକା । ଗତକାଲି ଏହି ଟିକାକୁ ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ମିଳିବା ପରେ ଅକ୍ଟୋବର ସୁଦ୍ଧା ଏହାର ୧ କୋଟି ଡୋଜ ଯୋଗାଇ ଦିଆଯିବ ବୋଲି ଜାଇଡସ କାଡିଲା ପକ୍ଷରୁ କୁହାଯାଇଛି । କାଡିଲା ହେଲ୍ଥ କେୟାର ପରିଚାଳନା ନିର୍ଦ୍ଦେଶକ ଶାର୍ଭିଲ ପଟେଲ କହିଛନ୍ତି ଯେ, ତାଙ୍କ କମ୍ପାନୀ ଡିସେମ୍ବର-ଜାନୁୟାରୀ ସୁଦ୍ଧା 3-5 କୋଟି ଡୋଜ ଉତ୍ପାଦନ କରିବ ।

ଭାରତ ବାୟୋଟେକର କୋଭାକ୍ସିନ ପରେ ବାୟୋ ଟେକ୍ନୋଲୋଜି ବିଭାଗ ସହଭାଗିତାରେ ବିକଶିତ ହୋଇଥିବା ଟ୍ରିପଲ ଡୋଜ୍ ବିଶିଷ୍ଟ ଏହି ZyCoV-D ଟିକା ହେଉଛି ଦ୍ବିତୀୟ ଘରୋଇ ଟିକା, ଯାହା ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ପ୍ରାପ୍ତ। ମୋଟ ଉପରେ, ଏହା ହେଉଛି ଷଷ୍ଠ ଟିକା ଯାହା ଦେଶରେ ବ୍ୟବହାର ପାଇଁ ଅନୁମତିପ୍ରାପ୍ତ । ଜୁଲାଇ ମାସରେ ଔଷଧ ନିର୍ମାତା କହିଛନ୍ତି ଯେ, ଏହାର ଟିକା, ନୂତନ କୋଭିଡ ଭ୍ୟାରିଆଣ୍ଟ, ବିଶେଷକରି ଅତ୍ୟଧିକ ସଂକ୍ରାମକ ଡେଲ୍ଟା ଭ୍ୟାରିଆଣ୍ଟ ବିରୁଦ୍ଧରେ ଅଧିକ ପ୍ରଭାବଶାଳୀ ଅଟେ। ZyCoV-D ହେଉଛି କୋରୋନାଭାଇରସ୍ ବିରୁଦ୍ଧରେ ଦୁନିଆର ପ୍ରଥମ ପ୍ଲାଜ୍‌ମିଡ DNA ଟିକା ।

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ICMR)କହିଛି ଯେ, ଟୀକାକରଣ ବ୍ୟବହାରରେ ସତର୍କତା ଅବଲମ୍ବନ କରାଯିବା ଆବଶ୍ୟକ, କାରଣ କୌଣସି ବିକଶିତ ଦେଶ ଏପର୍ଯ୍ୟନ୍ତ ମନୁଷ୍ୟ ଦେହରେ DNA ଟିକା ବ୍ୟବହାର କରିନାହାଁନ୍ତି। ଯଦିଓ ଏହି ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳଇଛି, ତଥାପି ଏହା ପିଲାମାନଙ୍କଠାରେ ଦିଆଯିବା ପୂର୍ବରୁ ଯୁବକ, ସୁସ୍ଥ ବୟସ୍କମାନଙ୍କୁ ଦିଆଯିବା ଉଚିତ୍। କାରଣ ଏପର୍ଯ୍ୟନ୍ତ କୌଣସି ଡିଏନ୍ଏ ଟିକା ମାନବ ଦେହରେ ବ୍ୟବହୃତ ହୋଇନାହିଁ।

ABOUT THE AUTHOR

...view details