ଓଡିଶା

odisha

ETV Bharat / bharat

ଅକ୍ଟୋବରରୁ ଉପଲବ୍ଧ ହେବ ଜାଇଡସ କାଡିଲା ଟିକା ZyCoV-D

ଅକ୍ଟୋବରରେ ଉପଲବ୍ଧ ହେବ ଜାଇଡସ କାଡିଲାର କୋଭିଡ ଟିକା ZyCoV-D । ଅଧିକ ପଢନ୍ତୁ...

By

Published : Sep 12, 2021, 10:09 AM IST

ଅକ୍ଟୋବରରୁ ଉପଲବ୍ଧ ହେବ ଜାଇଡସ କାଡିଲା ଟିକା ZyCoV-D
ଅକ୍ଟୋବରରୁ ଉପଲବ୍ଧ ହେବ ଜାଇଡସ କାଡିଲା ଟିକା ZyCoV-D

ନୂଆଦିଲ୍ଲୀ: ଅକ୍ଟୋବରରେ ଉପଲବ୍ଧ ହେବ ଟ୍ରିପଲ ଡୋଜ ବିଶିଷ୍ଟ ଜାଇଡସ କାଡିଲାର କୋଭିଡ ଟିକା ZyCoV-D । ପୂର୍ବରୁ ଏହି ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ମିଳିଥିଲା ଅନୁମତି । ୧୨ ରୁ ୧୮ ବର୍ଷ ବୟସର କିଶୋର-କିଶୋରୀ ଏହି ଟ୍ରିପଲ ଡୋଜ ବିଶିଷ୍ଟ କୋଭିଡ ଟିକା ନେଇପାରିବେ। ଅଗଷ୍ଟ ୨୦ରେ ଏହି ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଥିଲା ।

ଏହି ଟିକା ନେବା ପରେ SARS-CoV-2 ଜୀବାଣୁର ସ୍ପାଇକ୍ ପ୍ରୋଟିନ୍ ଉତ୍ପାଦନ କରିବ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବ । ଯାହା କିଶୋର- କିଶୋରୀଙ୍କୁ କୋରୋନାରୁ ରକ୍ଷା କରିବ ।

ଏକ ସାକ୍ଷାତକାରରେ ଜାଇଡସ୍ ଗ୍ରୁପ୍‌ର ପରିଚାଳନା ନିର୍ଦ୍ଦେଶକ ଡ ଶାର୍ଭିଲ ପଟେଲ କହିଛନ୍ତି ଯେ ଅକ୍ଟୋବରରୁ ଏହି ଟିକା ଯୋଗାଣ ଆରମ୍ଭ ହେବ। ସେପ୍ଟେମ୍ବର ମଧ୍ୟଭାଗରୁ ଟିକା ଯୋଗାଣ ଆରମ୍ଭ ହେବ ଏବଂ ଅକ୍ଟୋବର ମାସକୁ ଏକ କୋଟି ଡୋଜ ପର୍ଯ୍ୟନ୍ତ ଟିକା ଯୋଗାଣ କରାଯିବ ବୋଲି ପଟେଲ କହିଛନ୍ତି।

ଡିସେମ୍ବର ପର୍ଯ୍ୟନ୍ତ ଆଶା କରାଯାଉଥିବା ଟିକା ଯୋଗାଣରେ ପଟେଲ କହିଛନ୍ତି ଯେ କମ୍ପାନୀ ଅକ୍ଟୋବରରୁ ମାସକୁ ୧ କୋଟି ଡୋଜ ବୃଦ୍ଧି କରିବାକୁ ଆଶା କରୁଛି ଏବଂ ଏହା ଜାନୁାରୀ ୨୦୨୨ ପର୍ଯ୍ୟନ୍ତ ମାସକୁ ୪-୫ କୋଟି ଡୋଜ ଯୋଗାଇବ।

ABOUT THE AUTHOR

...view details