ନୂଆଦିଲ୍ଲୀ:କଂଗ୍ରେସର ଅନ୍ତକନ୍ଦଳକୁ ନେଇ ଚେତାବନୀ ଦେଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏଣିକି ଦଳ ଭିତରେ କୌଣସି ବିଶୃ୍ଙ୍ଖଳା ସହ୍ୟ କରାଯିବ ନାହିଁ ବୋଲି ରାହୁଲଙ୍କ ଚେତାବନୀ । ତେବେ ଆଜି ପଞ୍ଜାବ କଂଗ୍ରେସକୁ ନେଇ ହୋଇଥିବା ବୈଠକରେ ଏହା କହିଛନ୍ତି ରାହୁଲ ଗାନ୍ଧୀ ।
ସେହିପରି ପଞ୍ଜାବର ନୂଆ ଦାୟିତ୍ବ ନେଇଥିବା ସମସ୍ତ କାର୍ଯ୍ୟକର୍ତ୍ତା ଓ ବରିଷ୍ଠ ନେତାଙ୍କୁ ତାଗିଦ କରିଛନ୍ତି ରାହୁଲ । ଏଥିସହ କଂଗ୍ରେସର ପଞ୍ଜାବ ୟୁନିଟରେ ବିବାଦ ସବୁଠାରୁ ଚର୍ଚ୍ଚାରେ ରହିଥିବାବେଳେ ଏଠାରେ ନେତାମାନେ ପରସ୍ପରକୁ କାଦୁଅଫିଙ୍ଗା ରାଜନୀତି କରୁଥିବା ସାମ୍ନକୁ ଆସିଥିଲା । ତେବେ କଂଗ୍ରେସରେ କୌଣସି ପ୍ରକାରର ଅନୈତିକତାକୁ ବରଦାସ୍ତ କରାଯିବ ନାହିଁ ବୋଲି ରାହୁଲ ଗାନ୍ଧୀ ସୋମବାର ନୂତନ ନିଯୁକ୍ତ କାର୍ଯ୍ୟକର୍ତ୍ତାକୁ କହିଛନ୍ତି ।
ସେହିଭଳି ୨୦୧୭ ବିଧାନସଭା ନିର୍ବାଚନରେ ୧୧୭ ଆସନରୁ କଂଗ୍ରେସ ୭୭ଟି ଆସନରେ ବିଜୟୀ ହୋଇଥିଲା । ମାତ୍ର ଚଳିତ ବିଧାନସଭା ନିର୍ବାଚନରେ ପଞ୍ଜାବରେ କଂଗ୍ରେସ ୧୧୭ ଆସନରୁ ୧୮ଟି ଆସନରେ ବିଜୟୀ ହୋଇଛି । ଚଳିତ ବିଧାନସଭା ନିର୍ବାଚନରେ ପଞ୍ଜାବରେ କଂଗ୍ରେସର ପରାଜୟ ପରେ ଏହି ବୈଠକ ହେବା ସହ ନବ ନିଯୁକ୍ତ କାର୍ଯ୍ୟକର୍ତ୍ତାଙ୍କୁ ତାଗିଦ କରିଛନ୍ତି ରାହୁଲ ।