କିବ:ଋଷ ଆକ୍ରମଣରେ ଗଭୀର ଭାବେ ବ୍ୟତିବ୍ୟସ୍ତ ହୋଇ ପଡିଥିବା ୟୁକ୍ରେନ ୟୁରୋପୀୟ ୟୁନିଅନରେ ସାମିଲ ହେବା ନେଇ ଆଶା ପ୍ରକଟ କରିଛି । ଆଜି (ସୋମବାର) ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ୟୁକ୍ରେନକୁ ତୁରନ୍ତ ୟୁରୋପୀୟ ପରିଷଦର ସଦସ୍ୟତା ପ୍ରଦାନ କରିବା ପାଇଁ ଅନୁରୋଧ କରିଛନ୍ତି ।
ଏକ ନୂତନ ଭିଡିଓରେ ଜେଲେନସ୍କି କହିଛନ୍ତି ଯେ ୟୁକ୍ରେନକୁ ତୁରନ୍ତ ଏକ ସ୍ବତନ୍ତ୍ର ପ୍ରକ୍ରିୟା ମାଧ୍ୟମରେ ୟୁରୋପୀୟ ୟୁନିଅନରେ ସାମିଲ କରିବା ପାଇଁ ନିବେଦନ କରୁଛୁ । ସେହିପରି ପରିଷଦ ଚାହିଁଲେ ତୁରନ୍ତ ସଦସ୍ୟତା ମିଳିବା ମଧ୍ୟ ସମ୍ଭବ ବୋଲି ସେ ଆଶା ପ୍ରକାଟ କରିଛନ୍ତି ।