ନୂଆଦିଲ୍ଲୀ:ଋଷ ଆକ୍ରମଣରେ ଗମ୍ଭୀର ଭାବେ ପ୍ରଭାବିତ ହୋଇଥିବା ୟୁକ୍ରେନରେ ରାଜଧାନୀ କିବ ଆଡକୁ ଅଗ୍ରସର ହେଉଛି ଋଷ ସେନା । ଏହାରି ମଧ୍ୟରେ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କିବ ଛାଡି ଅନ୍ୟତ୍ର ପଳାୟନ କରିଥିବା ଦାବି କରିଛି ଋଷ ।
ଋଷର ଡୁମା ଷ୍ଟେଟର ସ୍ପିକର ଭାୟାସ୍ଲାଭ ଭୋଲୋଡିନ କହିଛନ୍ତି ଯେ, ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଭୟରେ ରାଜଧାନୀ କିବ ଛାଡି ବର୍ତ୍ତମାନ ଲଭିଭରେ ଆତ୍ମଗୋପନ କରିଛନ୍ତି । ଭୋଲେଡିନ ତାଙ୍କ ଟେଲିଗ୍ରାମ ଚ୍ୟାନେଲରେ ଲେଖିଛନ୍ତି, ଜେଲେନସ୍କି ଗତକାଲି ୟୁକ୍ରେନ ରାଜଧାନୀରେ ନଥିଲେ। ସେ ତାଙ୍କ ସହଯୋଗୀମାନଙ୍କ ସହ ଲଭିଭ ସହରକୁ ପଳାୟନ କରିଛନ୍ତି ।