ଓ୍ବାଶିଂଟନ: ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଋଷ ସାମାନ୍ୟ କୋହଳ ଆଭିମୁଖ୍ୟକୁ ଆସିଥିବା ବେଳେ ବୁଧବାର ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଆଜି ଉଭୟଙ୍କ ମଧ୍ୟରେ ଟେଲିଫୋନିକ ବାର୍ତ୍ତାଳାପ ହୋଇଛି । ପର୍ବରୁ ୟୁକ୍ରେନକୁ ସମସ୍ତ ସହାୟତାର ପ୍ରତିଶ୍ରତି ଯୋଗାଇ ଆସୁଥିବା ଆମେରିକା ଆଜି ସିଧାସଳଖ ବଜେଟରେ 500 ମିଲିୟନ ଡଲାର ସହାୟତା ଯୋଗାଇଦେବାକୁ ଆଗ୍ରହୀ ଥିବା କହିଛନ୍ତି ବାଇଡେନ।
କଥା ହେଲେ ବାଇଡେନ-ଜେଲେନସ୍କି, ୟୁକ୍ରେନକୁ 500 ମିଲିୟନ ଡଲାର ଦେବ ହ୍ବାଇଟ ହାଉସ - ୟୁକ୍ରେନ ସଙ୍କଟ
କଥାହେଲେ ବାଇଡେନ-ଜେଲେନସ୍କି । ଯୁଦ୍ଧ ସ୍ଥିତି ସମୀକ୍ଷା କରିବା ସହ 500 ମିଲିୟନ ଡଲାର ସହାୟତା ରାଶି ଦେବାକୁ ବାଇଡେନଙ୍କ ପ୍ରତିଶ୍ରୁତି । ଗତକାଲି ଆଲୋଚନା ପରେ ସାମାନ୍ୟ କୋହଳ ଆଭିମୁଖ୍ୟକୁ ଆସିଛି ଋଷ । ଅଧିକ ପଢନ୍ତୁ
କଥାହେଲେ ବାଇଡେନ-ଜେଲେନସ୍କି, ୟୁକ୍ରେନକୁ 500 ମିଲିୟନ ଡଲାର ଦେବ ହ୍ବାଇଟ ହାଉସ
ସେହିପରି ଜାରି ରହିଥିବା ଯୁଦ୍ଧ ପରିସ୍ଥିତି ବିଷୟରେ ମଧ୍ୟ ବାଇଡେନ ୟୁକ୍ରେନ ରଷ୍ଟ୍ରପତିଙ୍କ ଠାରୁ ଅବଗତ ହୋଇଥିଲେ । ୟୁକ୍ରେନ କରିଥିବା ସୁରକ୍ଷା ସହାୟତା ଅନୁରୋଧକୁ ପୂରଣ କରିବା ପାଇଁ ଆମେରିକା ସର୍ବଦା ତତ୍ପର ଅଛି ଓ ସହଯୋଗ ଯୋଗାଇବା ପାଇଁ ପ୍ରସ୍ତୁତ ବୋଲି ବାଇଡେନ ଜେଲେନସ୍କିଙ୍କୁ ଭରସା ଦେଇଥିବା ମଧ୍ୟ ସୂଚନା ମିଳିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
Last Updated : Mar 31, 2022, 7:51 AM IST