ଅମରାବତୀ:ୱାଇଏସଆର କଂଗ୍ରେସ ବିଧାୟକଙ୍କ ପରଲୋକ । ଶନିବାର ଆନ୍ଧ୍ରପ୍ରଦେଶ ବିଧାନସଭା ସଦସ୍ୟ ଜି ଭେଙ୍କଟ ସୁବୈହା 62 ବର୍ଷ ବୟସରେ ପରଲୋକ ଘଟିଛି । ସେ ଆନ୍ଧ୍ରପ୍ରଦେଶର ବାଡଭେଲ ନିର୍ବାଚନ ମଣ୍ଡଳିରୁ ନିର୍ବାଚିତ ହୋଇଥିଲେ । ସେ କଡପ୍ପାର ଏକ ଘରୋଇ ହସପିଟାଲରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଏ ନେଇ ତାଙ୍କ ପରିବାର ସଦସ୍ୟ ସୂଚନା ଦେଇଛନ୍ତି ।
ସେ ଆନ୍ଧ୍ରପ୍ରଦେଶରେ ୱାଇଏସଆର କଂଗ୍ରେସ ଦଳର ନେତା ଭାବରେ ସକ୍ରିୟ ରହିଥିଲେ । ତାଙ୍କର ସ୍ତ୍ରୀ ସହ ଦୁଇ ଜଣ ପୁଅ ରହିଛନ୍ତି । ନିକଟରେ ସେ ହାଇଦ୍ରାବାଦରେ ଆଣ୍ଠୁଗଣ୍ଠି ଚିକତ୍ସା କରି ଫେରିଥିଲେ । ଏହା ସହ ସେ ନିଜ ନିର୍ବାଚନ ମଣ୍ଡଳର ଲୋକଙ୍କ ସହିତ ମଧ୍ୟ ଭେଟିଥିଲେ ଏବଂ ନିକଟରେ ହୋଇଥିବା ପୌର ନିର୍ବାଚନ ପାଇଁ ପ୍ରଚାର କରିଥିଲେ । ଏହାପରେ ପୁଣି ଅସୁସ୍ଥ ହେବା ଯୋଗୁଁ କଡପ୍ପାରେ ଏକ ହସପିଟାଲରେ ଭର୍ତ୍ତି କରାଯାଇଥିଲା ।