ଓଡିଶା

odisha

ETV Bharat / bharat

ଆଇରନ ରଡ୍‌ରେ ବିଜୟୱାଡା ପୂର୍ବତନ କର୍ପୋରେଟରଙ୍କୁ ଆକ୍ରମଣ

ଆନ୍ଧ୍ରପ୍ରଦେଶ ବିଜୟୱାଡାରେ ତେଲୁଗୁ ଦେସାମ ପାର୍ଟି (TDP)ର ରାଜ୍ୟ ସମ୍ପାଦକ ତଥା ବିଜୟୱାଡା ପୂର୍ବତନ କର୍ପୋରେଟରଙ୍କୁ ଆକ୍ରମଣ । ଆକ୍ରମଣରେ ଡାହାଣ ଆଖି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ସୂଚନା । ଅଧିକ ପଢନ୍ତୁ

ଆଇରନ ରଡ୍‌ରେ ବିଜୟୱାଡା ପୂର୍ବତନ କର୍ପୋରେଟରଙ୍କୁ ଆକ୍ରମଣ
ଆଇରନ ରଡ୍‌ରେ ବିଜୟୱାଡା ପୂର୍ବତନ କର୍ପୋରେଟରଙ୍କୁ ଆକ୍ରମଣ

By

Published : Sep 4, 2022, 7:23 PM IST

ଅମରାବତୀ:ତେଲୁଗୁ ଦେଶମ ପାର୍ଟି (TDP)ର ରାଜ୍ୟ ସମ୍ପାଦକ ତଥା ବିଜୟୱାଡା ପୂର୍ବତନ କର୍ପୋରେଟର ଚେନ୍ନୁପତି ଗାନ୍ଧୀଙ୍କୁ YSRCP ନେତାଙ୍କ ଆକ୍ରମଣ ହୋଇଛି । YSRCP ନେତା ଲୁହା ରଡ଼୍‌ରେ ତାଙ୍କୁ ଆକ୍ରମଣ କରିଥିବା ବେଳେ ତାଙ୍କ ଡାହାଣ ଆଖି ଉପରେ ଶକ୍ତ ଆଘାତ ଲାଗିଥିବା ଜଣାପଡ଼ିଛି । ଏଥିରେ ତାଙ୍କ ଡାହାଣ ଆଖି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି ।

ଶନିବାର ସନ୍ଧ୍ୟା ସମୟରେ ବିଜୟୱାଡାର ୯ନଂ ଡିଭିଜନରେ ଘଟିଛି ଏହି ଲୋମଟାଙ୍କୁରା ଘଟଣା । ପୂର୍ବତନ କର୍ପୋରଟେରଙ୍କୁ ପ୍ରାଥମିକ ଚିକିତ୍ସା ଭାବେ ବିଜୟୱାଡା ଏଲଭି ପ୍ରସାଦ ଚକ୍ଷୁ ଚିକିତ୍ସାଳୟରେ ଚିକିତ୍ସିତ କରାଯାଇଛି । TDP ମୁଖ୍ୟ ଚନ୍ଦ୍ରବାବୁ ଅନ୍ୟ ନେତାଙ୍କୁ ହସ୍ପିଟାଲକୁ ପଠାଇଛନ୍ତି । ଏବେ ଆହତ କର୍ପୋରେଟର ହାଇଦ୍ରାବାଦକୁ ସ୍ଥାନାନ୍ତରିତ ହୋଇଥିବା ଜଣାପଡ଼ିଛି ।

ଏହା ବି ପଢନ୍ତୁ- ଜମ୍ମୁକାଶ୍ମୀରର ଭୋଟର ତାଲିକା ବିବାଦ, ନିର୍ବାଚନ ଅଧିକାରୀ ଡାକିଲେ ରାଜନୈତିକ ଦଳ ବୈଠକ

ଟିଡିପି ପକ୍ଷରୁ ଗାନ୍ଧୀ ଜଣେ ସକ୍ରିୟ ନେତା ଭାବେ ବିଜଡୱାଡାରେ ଦଳ ପାଇଁ କାମ କରନ୍ତି । ସେ ୪ଥର କର୍ପୋରେଟର ଭାବେ ନିର୍ବାଚିତ ହୋଇଛନ୍ତି । ବର୍ତ୍ତମାନ ତାଙ୍କ ପତ୍ନୀ କାନ୍ତିଶ୍ରୀ ବିଜୟୱାଡା ୯ନଂ ଡିଭିଜନରୁ କର୍ପୋରେଟର ରହିଛନ୍ତି । ପାଇପଲାଇନ ଲିକେଜ ଘଟଣାକୁ ନେଇ ଗାନ୍ଧୀ ବୁଝାସୁଝା କରୁଥିବାବେଳେ, ଶନିବାର YSRCPର କିଛି ନେତା ତାଙ୍କ ନିକଟରେ ପହଞ୍ଚିଥିଲେ ଏବଂ ତାଙ୍କୁ ଜୀବନରୁ ମାରି ଦେବା ପାଇଁ ଧମକ ଦେଇଥିଲେ ।

କିଛି ନେତା କହିଥିଲେ ଯେ, "ଆମେ ତୁମକୁ ହତ୍ୟା କରିବୁ । କିଏ ଆମକୁ ରୋକିବ ? ଆମ ସରକାର ଅନୁମୋଦନ କରିଥିବା ଜିନିଷଗୁଡିକ ତୁମେ କାହିଁକି କରୁଛ ? ବୋଲି କହି ସେମାନେ ତାଙ୍କୁ ଆକ୍ରମଣ କରିଥିଲେ । ଲାଠି ଓ ପଥରରେ ପ୍ରଥମେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଗାନ୍ଧୀଙ୍କ ଡାହାଣ ଆଖି ନଷ୍ଟ ହୋଇଯାଇଛି । ସ୍ଥାନୀୟ ଲୋକେ ସେଠାରେ ପହଞ୍ଚିବା ପୂର୍ବରୁ ଦୁର୍ବୃତ୍ତ ସେ ସ୍ଥାନ ଛାଡ଼ି ପଳାଇଥିଲେ । ଏହି ଆକ୍ରମଣ ଯୋଜନାବଦ୍ଧ ବୋଲି ଦଳ ଅଭିଯୋଗ କରିଛି ।

ପତାମାଲଙ୍କା ଟିଡିପି ଯୁବକଙ୍କ ନେତୃତ୍ବରେ ପ୍ରତିବର୍ଷ ବିନୟକ ଚତୁର୍ଥୀ ଉତ୍କଳମ୍ ଆୟୋଜିତ ହୋଇଥାଏ । ପୂର୍ବରୁ ସମସ୍ତେ ଏକାଠି ଉତ୍ସବ ପାଳନ କରୁଥିଲେ । ଏବେ ଦଳର ପରିବର୍ତ୍ତନ ଯୋଗୁଁ ସେମାନେ ଦୁଇଟି ଦଳରେ ବିଭକ୍ତ ହୋଇଥିଲେ । ଏଥର ଟିଡିପି ନେତାମାନେ ଅଭିଯୋଗ କରିଛନ୍ତି ଯେ ସେମାନେ YSRCP ନେତାମାନଙ୍କୁ ନିମନ୍ତ୍ରଣ ନକରି ଉତ୍ସବ ପାଳିଥିବାରୁ ଏହି ଆକ୍ରମଣ ହୋଇଛି । ଘଟଣାସ୍ଥଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରାଯାଇଛି ।

ABOUT THE AUTHOR

...view details