ନୂଆଦିଲ୍ଲୀ: ଏଣିକି ଆଉ ୟୁଟ୍ୟୁବ୍ରେ ଦେଖା ଯିବନାହିଁ ଡିସ୍ଲାଇକ୍ ସଂଖ୍ୟା (Dislike Count) । ଏହାକୁ ନେଇ ୟୁଟ୍ୟୁବ୍ ପକ୍ଷରୁ ସୂଚନା ଦିଆଯାଇଛି । ଭିଡିଓ ଉପରେ ପୂର୍ବରୁ ଉଭୟ ଲାଇକ୍ ଓ ଡିସ୍ ଲାଇକ୍ ବଟନ ରହୁଥିଲା । ଫଳରେ ୟୁଜରଙ୍କୁ ଭଲ ଲାଗୁଥିବା ଓ ନଲାଗୁଥିବା ଭିଡିଓକୁ ଲାଇକ୍ ଓ ଡିସ୍ଲାଇକ୍ କରୁଥିଲେ ୟୁଜର ।
ଆଗକୁ ମଧ୍ୟ ୟୁଟ୍ୟୁବ୍ରେ ଏହି ବଟନ ରହିବ । ୟୁଜରମାନେ ନିଜ ପସନ୍ଦର ଭିଡିଓକୁ ଲାଇକ କରିବେ ଓ ନାପସନ୍ଦ ଭିଡିଓକୁ ଡିସ୍ଲାଇକ୍ କରିବେ । କିନ୍ତୁ ଏହି ସଂଖ୍ୟା ଅନ୍ୟ ଭିଜିଟର ବା ୟୁଜରମାନଙ୍କୁ ଦେଖାଯିବ ନାହି । ୟୁଟ୍ୟୁବ୍ ଆପ୍ଲିକେସନର ନୂଆ ଅପଡେଟ୍ରେ ଏହି ଫିଚର ଆଣିବାକୁ ଯାଉଛି କମ୍ପାନୀ । ଏହାକୁ ନେଇ ୟୁଟ୍ଯୁବ୍ ନିଜ ବ୍ଲଗ୍ ଜରିଆରେ ସୂଚନା ଦେଇଛି ।
ଡିସଲାଇକ୍ ବଟନର ଅନ୍ୟ ଅର୍ଥରେ ଅପବ୍ୟବହାର ହେଉଥିବା ନେଇ ୟୁଟ୍ୟୁବ୍ ପକ୍ଷରୁ ପରଲକ୍ଷିତ କରାଯାଇଛି । ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତି କିମ୍ବା ସଂସ୍ଥା ଉପରେ ରାଗ ଉତାରିବାକୁ କେତେକ ଏହା ଡିସ୍ଲାଇକ୍ ବଟନର ବ୍ୟବହାର କରିଥିବା ନଜିର ରହିଛି । ଏହାକୁ ଦୃଷ୍ଟିରେ ରଖି ଡିସ୍ଲାଇକ୍ ସଂଖ୍ୟା ହାଇଡ୍ କରିବାକୁ ନିଷ୍ପତ୍ତି ନିଆଯାଇଛି ।