ବେଙ୍ଗାଲୁରୁ:ସାଧାରଣତଃ ଆମେ ରାସ୍ତା ପାରି ହେବା ସମୟରେ ସୂଚକ ବା ଇଣ୍ଡିକେଟର ( Indicator )ର ବ୍ୟବହାର କରିଥାଉ । ଫଳରେ ଆମ ପଛରେ ଆସୁଥିବା ପଥିକ ସତର୍କ ହୋଇ ରହିଥାନ୍ତି । ତେବେ ଇଣ୍ଡିକେଟର ବ୍ୟବହାର ପାଇଁ ଭୁଲି ଯାଇଥିବା ଜଣେ ପଥିକଙ୍କୁ ମନେ ପକାଇବା ଯୁବକଙ୍କୁ ପାଇଁ ଭାରି ପଡ଼ିଛି । ଯୁବକଙ୍କ ଏହି କଥାରେ ରାଗିଯାଇ ଦାମି ଗାଡ଼ି ଚଲାଉଥିବା ବାପ ପୁଅ ଯୁବକଙ୍କ ଉପରେ ଗାଡ଼ି ଚଢାଇ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି (Attempt to murder by father and son) । ଏପରି ଘଟଣା ସୋମବାର କର୍ଣ୍ଣାଟକ ବେଙ୍ଗାଲୁରୁ ସହରର ଟି.କେ କଲୋନୀରେ ଘଟିଛି ।
ଅଭିଯୋଗ ହୋଇଛି ଯେ ଯୁବକଙ୍କ କଥାରେ ରାଗିଯାଇ ବାପା ଓ ପୁଅ ସେମାନଙ୍କ ଉପରେ ଏକ ଦାମୀ କାର ଚଢାଇବାକୁ ଉଦ୍ୟମ କରିଥିଲେ । ଅଭିଯୁକ୍ତ ହେଉଛନ୍ତି ବାସୁ ଏବଂ ତାଙ୍କ ପୁଅ ଦର୍ଶନ । ଏମାନେ ଗାଡ଼ିରେ ଥିବା ସୂଚକ ନ ଲଗାଇ ସହରର ଟି.କେ କଲୋନୀ ଦେଇ କାରରେ ଦୃତ ଗତିରେ ଯାଉଥିଲେ । ରାହୁଲ ଏବଂ ତାଙ୍କ ସାଙ୍ଗ ପ୍ରଜୱାଲ, ଆନନ୍ଦ ଅନ୍ୟ ପାର୍ଶ୍ବରୁ ଏକ କାରରେ ଆସୁଥିଲେ । ଏହି ସମୟରେ ରାହୁଲ ହାତ ଦେଖାଇ ଦର୍ଶନଙ୍କୁ ସୂଚକ ରଖିବାକୁ କହିଥିଲେ।