ଓଡିଶା

odisha

By ETV Bharat Odisha Team

Published : Jan 1, 2024, 10:07 PM IST

ETV Bharat / bharat

ନୂଆବର୍ଷ ସେଲିବ୍ରେସନ ବେଳେ ସାଙ୍ଗ ଛାତିରେ ଛୁରାମାଡ଼ କଲା ସାଙ୍ଗ

Youth Stabbed To Death: ସାଙ୍ଗମାନଙ୍କ ସହ ନୂଆବର୍ଷ ପାଳନ କରିବା ହେଲା କାଳ । ନୂଆବର୍ଷ ସେଲିବ୍ରେସନ ପରେ ବେଙ୍ଗାଲୁରୁରେ ଜଣେ ଯୁବକଙ୍କୁ ଛୁରା ମାଡ଼ କରି ହତ୍ୟା କରାଯାଇଛି । ଅଧିକ ପଢ଼ନ୍ତୁ

ସାଙ୍ଗର ଛୁରାମାଡ଼ରେ ସାଙ୍ଗ ମୃତ
ସାଙ୍ଗର ଛୁରାମାଡ଼ରେ ସାଙ୍ଗ ମୃତ

ବେଙ୍ଗାଲୁର:ସାଙ୍ଗମାନଙ୍କ ସହ ନୂଆବର୍ଷ ପାଳନ କରିବା ହେଲା କାଳ । ସାମାନ୍ୟ ଯୁକ୍ତିତର୍କକୁ ନେଇ ସାଙ୍ଗର ପ୍ରାଣ ନେଲା ସାଙ୍ଗ । ତେବେ ନୂଆବର୍ଷ ସେଲିବ୍ରେସନ ପରେ ବେଙ୍ଗାଲୁରୁରେ ଜଣେ ଯୁବକଙ୍କୁ ଛୁରା ମାଡ଼ କରି ହତ୍ୟା କରାଯାଇଛି । ଯୁବକଙ୍କ ମଦ୍ୟପ ସାଙ୍ଗମାନେ ତାଙ୍କୁ ହତ୍ୟା କରିଛନ୍ତି । ସାଙ୍ଗମାନଙ୍କ ମଧ୍ୟରେ କଳହ କରାଣରୁ ଯୁବକଙ୍କୁ ହତ୍ୟା କରାଯାଇଥିବା ପୋଲିସ କହିଛି । ତେବେ ରବିବାର ବିଳମ୍ବିତ ରାତିରେ ବେଙ୍ଗାଲୁରୁର ହନୁମନ୍ତନଗର ପୋଲିସ ଷ୍ଟେସନ ଅନ୍ତର୍ଗତ ଶ୍ରୀନିବାସ ନଗର ବସଷ୍ଟାଣ୍ଡ ନିକଟରେ ଘଟିଛି ଏଭଳି କାଣ୍ଡ । ମୃତ ଜଣଙ୍କ 21 ବର୍ଷିୟ ବିଜୟ ବୋଲି ଜଣାପଡ଼ିଛି ।

ପୋଲିର ସୂଚନା ଅନୁସାରେ, ଗତକାଲି 31 ତାରିଖ (ରବିବାର ) ବିଳମ୍ବିତ ରାତିରେ ମୃତ ବିଜୟ ଓ ତାର ସାଙ୍ଗମାନେ ମିଶି ନୂଆବର୍ଷ ପାଳନ କରିବା ସହ ମଦ୍ୟପାନ କରିଥିଲେ । ନୂଆବର୍ଷ ପାଳନ ପରେ ଏକ ଅଟୋ ଯୋଗେ ବିଜୟ ଓ ତାଙ୍କ ସାଙ୍ଗମାନେ ଘରକୁ ଫେରୁଥିଲେ । ଏହାରି ଭିତରେ କୌଣସି କରାଣକୁ ନେଇ ବିଜୟ ଓ ତାର ସାଙ୍ଗମାନଙ୍କ ସହ ଜୋରଦାର ଝଗଡ଼ା ହୋଇଥିଲା । ଅଟୋରେ ଫେରୁଥିବା ସମୟରେ ସେମାନଙ୍କ ମଧ୍ୟରେ ଝଗଡ଼ା ଉଗ୍ର ରୂପ ନେଇଥିଲା । ତେବେ ବିଜୟର ସାଙ୍ଗମାନେ ଝଗଡ଼ାରେ ଉତକ୍ଷୀପ୍ତ ହୋଇ ବିଜୟକୁ ଛୁରା ମାଡ଼ କରିଥିଲେ । ଛୁରୀ ବଜୟର ଛାତିରେ ବାଜିବାରୁ ସେ ଗୁରୁତର ଆହତ ହୋଇପଡ଼ିଥିଲେ । ସେପେଟ ବିଜୟକୁ ଛୁରାମାଡ଼ ପରେ ଅଭିଯୁକ୍ତ ସାଙ୍ଗମାନେ ତାଙ୍କୁ ଶ୍ରୀନିବାସ ନଗର ବସଷ୍ଟାଣ୍ଡ ନିକଟରେ ଅଟୋରୁ ଠେଲି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ବିଜୟଙ୍କ ଶରୀରରୁ ଅତ୍ୟଧିକ ରକ୍ତଶ୍ରାବ ହେବା କାରଣରୁ ତାଙ୍କର ମୃତ୍ୟୁ ଘଟିଥିବା ପୋଲିସ ସୁତ୍ରରୁ ଜଣାପଡ଼ିଛି ।

ଏହା ମଧ୍ୟ ପଢ଼ନ୍ତୁ......ସ୍ତ୍ରୀକୁ ଦେଉଥିଲେ ନିର୍ଯାତନା, ଅଟକାଇବାରୁ ସାଙ୍ଗର ଜୀବନ ନେଲା ସାଙ୍ଗ

ଏହା ମଧ୍ୟ ପଢ଼ନ୍ତୁ.......ସାଙ୍ଗକୁ ହତ୍ୟା ପରେ ବର୍ବରତା: କରତ କଳରେ ମୃତଦେହକୁ କଲା 10 ଖଣ୍ଡ, ଜଣେ ଗିରଫ

ସେପଟେ ଏନେଇ ହନୁମନ୍ତନଗର ଷ୍ଟେସନ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବିଜୟଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାସହ ଏକ ହତ୍ୟା ମାମଲା ରୁଜୁ କରି ବିଜୟକୁ ହତ୍ୟା କରିଥିବା ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଛାନଭିନ ଚଳାଇଛି ପୋଲିସ । ଘଟଣାର ତଦନ୍ତ କରାଯାଇ ଅଭିଯୁକ୍ତମାନଙ୍କୁ ଶୀଘ୍ର ଧରାଯିବା ସହ ସେମାନଙ୍କ ପ୍ରତି ଦୃଢ଼ କାର୍ଯ୍ୟନୁଷ୍ଟାନ ଗ୍ରହଣ କରାଯିବ ବୋଲି କହିଛି ପୋଲିସ ।

ବ୍ୟୁରୋ ଗିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details