ଓଡିଶା

odisha

ETV Bharat / bharat

ଉତ୍ତ୍ୟକ୍ତ ପୁଅର ଉନ୍ମତ କାଣ୍ଡ: ପରିବାର ୩ଜଣଙ୍କ ଉପରେ ଚଢ଼ାଇ ଦେଲା କାର, ଜଣେ ମୃତ - ପରିବାର ୩ଜଣଙ୍କ ଉପରେ ଚଢ଼ାଇ ଦେଲା କାର

ରେଞ୍ଜ ରୋଭର କାର ଚଲାଇବାକୁ ମନା କରିବରୁ ପରିବାରରେ ତୁମୁଳକାଣ୍ଡ । ରାଗରେ ଆସି ଘରର ୩ ଜଣଙ୍କ ଉପରେ ରେଞ୍ଜ ରୋଭର କାର ଚଢାଇ ଦେଲା ପୁଅ । ଅଧିକ ପଢ଼ନ୍ତୁ

ପରିବାର ୩ଜଣଙ୍କ ଉପରକୁ କରା ଚଢେଇଦେଲା ପୁଅ
ପରିବାର ୩ଜଣଙ୍କ ଉପରକୁ କରା ଚଢେଇଦେଲା ପୁଅEtv Bharat

By

Published : Feb 2, 2023, 5:21 PM IST

ଚଣ୍ଡିଗଡ଼଼: କ୍ରୋଧ ମଣିଷକୁ ଅନ୍ଧ କରିଦିଏ । ମଣିଷ କ୍ରୋଧର ବସବତି ହୋଇ ନିଜର ହିତାହିତ ଜ୍ଞାନ ହରାଇ ବସିଥାଏ । ପଞ୍ଜାବର ମୋହାଲିରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି । ପାରିବାରିକ ବିବାଦକୁ ନେଇ ଘଟିଛି ତୁମୁଳକାଣ୍ଡ । ରାଗରେ ଅନ୍ଧ ହୋଇ ପରିବାରର ତିନି ଜଣଙ୍କ ଉପରେ କରା ଚଢେଇଦେଲା ପୁଅ । ଜଣେ ଯୁବକ ଘରେ ଝଗଡ଼ା କରବା ପରେ ପରିବାରର ଜଣେ ସଦସ୍ୟଙ୍କୁ ହତ୍ୟା କରିଥିବା ମୋହାଲି ପୋଲିସ ନିକଟରେ ଅଭିଯୋଗ ହେବାପରେ ଘଟଣା ସାମ୍ନାକୁ ଆସିଛି । ଯୁବକ ରାଗରେ ଆସି ଘରର ୩ ଜଣ ଲୋକଙ୍କ ଉପରେ ରେଞ୍ଜ ରୋଭର କାର ଚଢାଇଦେଇଥିଲେ । ଏହି ଘଟଣାରେ ହସ୍ପିଟାଲରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି ।

ସୂଚନା ଅନୁଯାୟୀ ପରିବାରର ସାନ ପୁଅ ଦେବେନ୍ଦର ସହିତ ପରିବାରର ଝଗଡା ହୋଇଥିଲା । ପରିବାର ଲୋକ ଦେବେନ୍ଦ୍ରଙ୍କୁ ରେଞ୍ଜ ରୋଭର କାର ନେବାକୁ ବାରଣ କରଥିଲେ । ଦେବେନ୍ଦ୍ର କିନ୍ତୁ କରାକୁ ନେବା ପାଇଁ ବାରମ୍ବାର ଜିଦ କରିଥିଲେ । କିନ୍ତୁ ସେ ପରିବାର ଲୋକଙ୍କ ସହ ଝଗଡା କରି ରାଗରେ ଆସି ନିଜ ରେଞ୍ଜ୍‌ ରୋଭର କାର୍‌କୁ ନେଇ ଘରୁ ବାହାରକୁ ଚାଲିଯାଇଥିଲେ । ଏହା ଦେଖି ସମ୍ପର୍କୀୟ ଭାଇ ରଞ୍ଜିତ ସିଂ, ଦାଦା ଜରନେଲ ସିଂ ଏବଂ ଦେବେନ୍ଦରଙ୍କ ମା ମଞ୍ଜିତ ତାଙ୍କୁ ରୋକିବାକୁ ଚେଷ୍ଟା କରିଥିଲେ । ଆଉ ସେମାନଙ୍କୁ ଡରାଇବା ପାଇଁ ଦେବେନ୍ଦର କାର ତାଙ୍କ ଉପର ଚଢ଼ାଇବାକୁ ଉଦ୍ୟମ କରିଥିଲେ । କିନ୍ତୁ ଠିକଣା ସମୟରେ ବ୍ରେକ୍‌ ନଲାଗିବାରୁ ପରିବାର ଲୋକ କାର ସମ୍ମୁଖରୁ ବର୍ତ୍ତି ପାରି ନଥିଲେ । କାର ଧକ୍କା ଦେବା ପରେ ସମସ୍ତେ ତଳେ ପଡିଯାଇଥିଲେ । ଫଳରେ କାର ୩ ଜଣ ଏମାନଙ୍କ ଉପରେ ଚଢିଯାଇଥିଲା ।

ତେବେ ଗୁରୁତର ଅବସ୍ଥାରେ ପରିବାର ଲୋକ ୩ ଜଣଙ୍କୁ ନିକଟସ୍ଥ ଫେଜ-୮ସ୍ଥିତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ରଞ୍ଜିତଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ । ଘଟଣାରେ ଦେବେନ୍ଦରଙ୍କ ମା' ଗୁରୁତର ଆହତ ହୋଇଛନ୍ତି । ଦେବେନ୍ଦରଙ୍କ ମା' ମଞ୍ଜିତଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଦାଦା ଜରନେଲ ସିଂଙ୍କ ଅବସ୍ଥା ଠିକ୍‌ ରହିଥିବା ଡାକ୍ତର ସୂଚନା ଦେଇଛନ୍ତି । ଘଟଣା ପରେ ଅଭିଯୁକ୍ତ ଫେରାର ହୋଇଯାଇଥିବା ପୋଲିସ ସୂଚନା ଦେଇଛି । ତେବେ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି । ଗାଡିର ନମ୍ବରକୁ ସମସ୍ତ ପୋଲିସ ଷ୍ଟେସନରେ ଦିଆଯାଇଛି । ଗାଡିର ନମ୍ବରକୁ ଟ୍ରେସ କରି ଖୁବଶୀଘ୍ର ଅଭିଯୁକ୍ତକୁ ଧରିବା ନେଇ ପୋଲିସ ସୂଚନା ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details