ଓଡିଶା

odisha

By

Published : Feb 27, 2023, 10:09 PM IST

ETV Bharat / bharat

ସର୍ପାଘାତରେ ମୃତ୍ୟୁ ପରେ ନଦୀରେ ଭସାଇ ଦେଇଥିଲା ପରିବାର ! 15ବର୍ଷ ପରେ ଫେରିଲେ ଯୁବକ

ଉତ୍ତର ପ୍ରଦେଶରେ ଆଶ୍ଚର୍ଯ୍ୟଜନକ ଘଟଣା । ପିଲା ଦିନେ ସର୍ପାଘାତରେ ମୃତ୍ୟୁ ପରେ ନଦୀରେ ଭସାଇ ଦେଇଥିଲା ପରିବାର । 15 ବର୍ଷ ପରେ ଫେରିଲେ ଯୁବକ । କହିଲେ କାହାଣୀ ପରି ଲାଗୁଥିବା ଘଟଣାକ୍ରମ । ଅଧିକ ପଢନ୍ତୁ

ସର୍ପାଘାତରେ ହୋଇଥିଲା ମୃତ୍ୟୁ ! 15 ବର୍ଷ ପରେ ଜୀବନ୍ତ ଫେରିଲେ ଯୁବକ
ସର୍ପାଘାତରେ ହୋଇଥିଲା ମୃତ୍ୟୁ ! 15 ବର୍ଷ ପରେ ଜୀବନ୍ତ ଫେରିଲେ ଯୁବକ

ଲକ୍ଷ୍ନୌ:ଉତ୍ତର ପ୍ରଦେଶରେ ଏକ ବିରଳ ଓ ଆଶ୍ଚର୍ଯ୍ୟକରିବା ପରି ଘଟଣା ସାମ୍ନାକୁ ଆସିଛି । 15 ବର୍ଷ ତଳେ ପିଲାଦିନେ ସର୍ପାଘାତରେ ପ୍ରାଣ ହରାଇବା ପରେ ନଦୀରେ ଭସାଇ ଦେଇଥିଲେ ପରିବାର ସଦସ୍ୟ । ହେଲେ 15 ବର୍ଷ ପରେ ସମ୍ପୃକ୍ତ ଯୁବକ ପୁଣି ଗ୍ରାମକୁ ଫେରିଆସିଥିବା ସୂଚନା ମିଳିଛି । ପରିବାର ସଦସ୍ୟ ମଧ୍ୟ ଯୁବକଙ୍କୁ ଚିହ୍ନଟ କରିବା ପରେ ସମଗ୍ର ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି କରିଛି ଏହି ଘଟଣା । ସେ କେମିତି ବଞ୍ଚିଲେ ଓ କୁଆଡେ ଥିଲେ ସମ୍ପୃକ୍ତ ଯୁବକ ଯାହା ବର୍ଣ୍ଣନା କରିଛନ୍ତି ତାହା କାହାଣୀ ଠାରୁ କିଛି କମ ନୁହେଁ ।

ସର୍ପାଘାତରେ ହୋଇଥିଲା ମୃତ୍ୟୁ ! 15 ବର୍ଷ ପରେ ଜୀବନ୍ତ ଫେରିଲେ ଯୁବକ

ଗ୍ରାମବାସୀଙ୍କ ସୂଚନା ଅନୁସାରେ, ଭାଗଲପୁର ବ୍ଲକର ମୁରସା ଗ୍ରାମର ବାସିନ୍ଦା ରାମମୁସେର ଯାଦବଙ୍କ ପୁଅ ଅଙ୍ଗେସ ଯାଦବ 15 ବର୍ଷ ତଳେ ଏକ ସର୍ପାଘାତର ଶିକାର ହୋଇ ପ୍ରାଣ ହରାଇଥିଲେ । ଯୁବକଙ୍କ ବୟସ ସେତେବେଳ ମାତ୍ର 10 ବର୍ଷ ଥିଲା । ସାପ କାମୁଡିଥିବା ଜଣାପଡିବା ପରେ ତାଙ୍କୁ ପରିବାର ସଦସ୍ୟ ଅଙ୍ଗେସଙ୍କୁ ହସ୍ପିଟାଲ ନେବା ପରିବର୍ତ୍ତେ ଝଡାଫୁଙ୍କା କରିଥିଲେ । ହେଲେ କୌଣସି ସୁଫଳ ମିଳନଥିଲା । ତାଙ୍କର ମୃତ୍ୟୁ ହେବା ପରେ ପରିବାର ସଦସ୍ୟ ନିକଟସ୍ଥ ଏକ ନଦୀରେ ମୃତଦେହ ଭସାଇ ଦେଇଥିଲେ । ତେବେ ଫେରିଥିବା ଯୁବକ ଅଙ୍ଗେସ ଯାଦବ କହିଛନ୍ତି, ‘‘ମୁଁ ନଦୀରେ ଭସାଯିବା କଥା ମୋର ମନେ ନାହିଁ । ମୋର ସେତେବେଳେ ଚେତା ନଥିଲା । ଚେତା ଫେରିବା ପରେ ମୁଁ ଏକ ପରିବାର ଦ୍ବାରା ଆଶ୍ରୟ ପାଇଥିଲି । ତାହା ବିହାରର ଏକ ସ୍ଥାନ ବୋଲି ଜାଣିବାକୁ ପାଇଲି । ସେମାନେ ମତେ ଝଡାଫୁଙ୍କା କରି ମୋ ଜୀବନ ବଞ୍ଚାଇଲେ । ମୋର ଠିକଣା ମନେ ନଥିବାରୁ ମତେ ସେମାନଙ୍କ ଘରେ ଲାଳନପାଳନ ମଧ୍ୟ କଲେ ।’’

ସର୍ପାଘାତରେ ହୋଇଥିଲା ମୃତ୍ୟୁ ! 15 ବର୍ଷ ପରେ ଜୀବନ୍ତ ଫେରିଲେ ଯୁବକ

ପରେ ସମ୍ପୃକ୍ତ ପରିବାର ମତେ ପଞ୍ଜାବରେ କାମ କରିବା ପାଇଁ ପଠାଇଥିଲେ । ସେଠାରେ କିଛି ମାସ କାମ କରିବା ପରେ ଜଣେ ଯୁବତୀ ମତେ ବିବାହ ପାଇଁ ଚାପ ପକାଇଥିଲେ । ଫଳରେ ମୁଁ ପଞ୍ଜାବ ଛାଡି ନିଜ ଗ୍ରାମକୁ ଫେରିବାକୁ ପ୍ରୟାସ କଲି । ଠିକଣା ମନେ ପକାଇବା ସହ କିଛି ଲୋକଙ୍କ ସହଯୋଗରେ ମୁଁ ଘରକୁ ଫେରିବାକୁ ସକ୍ଷମ ହୋଇଛି । ପରିବାର ସଦସ୍ୟ ମଧ୍ୟ 15 ବର୍ଷ ପୂର୍ବରୁ ମରି ଯାଇଥିବା ଭାବୁଥିବା ପୁଅକୁ ପାଇ ବେଶ ଖୁସି । ହେଲେ ଏ ଚମତ୍କାରକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି । ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଅଙ୍ଗେସକୁ ଦେଖିବା ପାଇଁ ଗ୍ରାମବାସୀଙ୍କ ମଧ୍ୟରେ ଭିଡ ଦେଖିବାକୁ ମିଳୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details