ଭୋପାଲ:ମଧ୍ୟ ପ୍ରଦେଶରେ ଦିଲ୍ଲୀର ଶ୍ରଦ୍ଧା ୱାକର ହତ୍ୟାକାଣ୍ଡ ପରି ପରି ଏକ ଘଟଣା ପୁଣି ଥରେ ସାମ୍ନାକୁ ଆସିଛି । ହେଲେ ହତ୍ୟାର ଶିକାର ମହିଳା ନୁହେଁ ହୋଇଛନ୍ତି ଜଣେ ଯୁବକ । ଯୁବକଙ୍କୁ ହତ୍ୟା କରିବା ମୃତଦହେକୁ କରତକଳରେ 10 ଖଣ୍ଡରେ କଟାଯାଇଛି । ଖଣ୍ଡ ବିଖଣ୍ଡିତ ମୃତଦେହକୁ ଏଣେତେଣେ ଫିଙ୍ଗା ମଧ୍ୟ ଯାଇଛି । ଏହି ଘଟଣାରେ ପୋଲିସ ଜଣଙ୍କୁ ଗିରଫ ମଧ୍ୟ କରିଛି । ତେବେ ଅଭିଯୁକ୍ତ ହତ୍ୟାର ଶିକାର ହୋଇଥିବା ଯୁବକଙ୍କ ବନ୍ଧୁ ବୋଲି ଜଣାପଡିଛି । ମଧ୍ୟ ପ୍ରଦେଶ ଜବଲପୁରରେ ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟିଛି । ହତ୍ୟାକାଣ୍ଡର ଶିକାର ହୋଇଥିବା ଯୁବକଙ୍କ ନାମ ଅନୁପମ ଶର୍ମା ବୋଲି ପ୍ରାଥମିକ ତଦନ୍ତ ପରେ ପୋଲିସ ସ୍ପଷ୍ଟ କରିଛି ।
ପୋଲିସ ସୂଚନା ଅନୁସାରେ, ଫେବୃଆରୀ 16 ତାରିଖରେ ଅନୁପମ ଶର୍ମା ନିଖୋଜ ହୋଇଯାଇଥିଲେ । ଏନେଇ ପୋଲିସରେ ଏକ ଅଭିଯୋଗ ମଧ୍ୟ ହୋଇଥିଲା । ତେବେ ଗତକାଲି ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର ହେବା ପରେ ତାହା ସମ୍ପୃକ୍ତ ନିଖୋଜ ଯୁବକଙ୍କର ବୋଲି ପୋଲିସ ଜାଣିବାକୁ ପାଇଥିଲା । ଯୁବକଙ୍କ ମୃତଦେହକୁ କରତ କଳରେ 10 ଖଣ୍ଡରେ କଟାଯାଇଥିବା ମଧ୍ୟ ଦେଖିବାକୁ ମିଳିଥିଲା । ପୋଲିସ ପ୍ରାଥମିକ ତଦନ୍ତ ପରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତ ଯୁବକଜଣଙ୍କ ହତ୍ୟାର ଶିକାର ହୋଇଥିବା ଯୁବକର ବନ୍ଧୁର ସହଯୋଗୀ ବୋଲି ଜଣାପଡିଛି । ହେଲେ ଅନ୍ୟ ଏକ ରୋଚକ ସୂଚନା ଅନୁସାରେ, ଏହି ହତ୍ୟାକାଣ୍ଡରେ ଗିରଫ ଅଭିଯୁକ୍ତ ଏକମାତ୍ର ଅଭିଯୁକ୍ତ ନୁହେଁ ବରଂ ମୁଖ୍ୟ ଅଭିଯୁକ୍ତ ତଥା ଯୁବକଙ୍କ ବନ୍ଧୁ ଆତ୍ମହତ୍ୟା କରିସାରିଛି ।