ଥିରୁଅନନ୍ତପୁରମ:କେରଳର ପାଲାକ୍କାଡରେ(Palakkad) ଅଭାବନୀୟ ଘଟଣା । ବାଇକ ଚୋରି ଅଭିଯୋଗରେ ଜଣେ ଯୁବକଙ୍କୁ ପିଟି ପିଟି କରାଯାଇଛି ହତ୍ୟା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ମୃତ ଯୁବକ ଜଣକ ହେଉଛନ୍ତି ୨୭ ବର୍ଷିୟ ରଫିକ୍ । ସୂଚନା ଅନୁସାରେ, କେରଳର ଓଲାଭାକୋଡେ ଅଞ୍ଚଳରେ ଏକ ବାର ସମ୍ମୁଖରେ ଏକ ବାଇକ ରଖାଯାଇଥିଲା । କିନ୍ତୁ ବାଇକଟିକୁ ସେଠାରୁ କିଏ ନେଇଯାଇଥିଲା ।
ପରେ ଦଳେ ଯୁବ ଗୋଷ୍ଠୀ ସିସିଟିଭି ଯାଞ୍ଚ କରିଥିଲେ । ସିସିଟିଭିରେ ଦେଖିବାକୁ ପାଇଥିଲେ ଯେ ଜଣେ ଯୁବକ ବାଇକ ନିଟକରେ ଥିଲେ । ପରେ ଯୁବକ ଜଣକୁ ଚିହ୍ନଟ କରି ତାଙ୍କୁ ସଂଘବଧ ଭାବେ ଆକ୍ରମଣ କରାଯାଇଥିଲା । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଏ ହିଂସାରେ ଏକାଧିକ ଲୋକେ ସମ୍ପୃକ୍ତ ଥିବା ପୋଲିସ ସନ୍ଦେହ କରୁଛି । ତେବେ ରଫିକର ମୃତଦେହ ପୋଲିସ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ