ହାଇଦ୍ରାବାଦ: ରାଜସ୍ଥାନ ନାଗୌରରେ ଦିଲ୍ଲୀର ବହୁଚର୍ଚ୍ଚତ ଶ୍ରଦ୍ଧା ହତ୍ଯାକାଣ୍ଡ ପରି ଲୋମଟାଙ୍କୁରା ଘଟଣାର ପୁନରାବୃତ୍ତି ଦେଖିବାକୁ ମିଳିଛି । ପରକୀୟା ପ୍ରୀତିରେ ଜଘନ୍ୟକାଣ୍ଡ । ପ୍ରେମିକାକୁ ହତ୍ୟା କରି ଖଣ୍ଡ ଖଣ୍ଡ କରି କାଟି ବିଭିନ୍ନ ସ୍ଥାନରେ ଫିଙ୍ଗିଲା ପ୍ରେମିକ । ଘଟଣା ସମ୍ପର୍କରେ ଜଣାପଡିବା ପରେ ପୋଲିସ ଅଭିଯୁକ୍ତ ପ୍ରେମିକକୁ ଗିରଫ କରିଛି । ଶ୍ରଦ୍ଧା ହତ୍ୟାକାଣ୍ଡ ପରି ମୃତଦେହକୁ ଖଣ୍ଡ ଖଣ୍ଡ କରାଯାଇ ପୃଥକ ପୃଥକ ସ୍ଥାନରେ ଫିଙ୍ଗିଥିବା ଅଭିଯୁକ୍ତ ସ୍ବୀକାର କରିଛି । ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ ମରାଣାସ୍ତ୍ର, ମୃତଦେହକୁ କଟାଯିବାରେ ବ୍ୟବହୃତ ମାରଣାସ୍ତ୍ର ଜବତ କରିଛି । ସେହିପରି ବିଭିନ୍ନ ସ୍ଥାନରେ ଚଢାଉ କରି ମୃତଦେହର ଅଂଶବିଶେଷ ମଧ୍ୟ ଠାବ କରିଛି ପୋଲିସ ।
ସ୍ଥାନୀୟ ଡିଏସପି ଗୀତା ଚୌଧୁରୀଙ୍କ ସୂଚନା ଅନୁସାରେ, ଘଟଣା ନାଗୌର ସହରର ଶ୍ରୀବାଲାଜି କ୍ଷେତ୍ର ଅଧିନରେ ଘଟିଛି । ଅଭିଯୁକ୍ତ ପ୍ରେମିକର ନାମ ଅନୁପାରାମ ଓ ସେ ତାର ପ୍ରମିକା ଗୁଡ୍ଡିକୁ ହତ୍ୟା କରିଛି । ପ୍ରମାଣ ନଷ୍ଟ କରିବା ସେ ମୃତଦେହକୁ ନଷ୍ଟ କରିବାର ଏହି ଉପାୟ ବାଛିଥିଲା । ମୃତଦହେକୁ ଖଣ୍ଡ ଖଣ୍ଡ କରି କାଟି ଭିନ୍ନ ଭିନ୍ନ ସ୍ଥାନରେ ଫିଙ୍ଗି ଦେଇଥିଲା । ଜେରା ପରେ ପୋଲିସ ନିକଟରେ ଏ ସମସ୍ତ କଥା ଅଭିଯୁକ୍ତ ସ୍ବୀକାର କରିଛି । ଅଭିଯୁକ୍ତର ତଥ୍ୟ ଆଧାରରେ ପୋଲିସ ମୃତଦେହର ଅଂଶ ଜବତ କରିବା ସହ ତାର ଫୋରେନସିକ ଯାଞ୍ଚ ପାଇଁ ମଧ୍ୟ ପଠାଇଛି ।