ଜୟପୁର:ଭୟଙ୍କର ଛାତି ଧରିବା ଭଳି ଘଟଣା । କ୍ରୋଧ ଯେ କେତେ ଭୟଙ୍କର ହୋଇପାରେ । ରାଗରେ ମଣିଷ ହିତାହିତ ଜ୍ଞାନ ଭୁଲି ଯାଏ ତାହାର ଏକ ଉଦାହରଣ ଦେଖିବାକୁ ମିଳିଛି ରାଜସ୍ଥାନର ଭରତପୁର । ଜିମି ବିବାଦକୁ ନେଇ ଜଣେ ଯୁବକଙ୍କ ଉପରେ 8 ଥର ଟ୍ରାକ୍ଟର ଚଢ଼ାଇ ଦିଆଯାଇଥିବା ଭିଡିଓ ସମସ୍ତଙ୍କ ଛାତିକୁ ଥରାଇ ଦେଇଛି । ରାଜସ୍ଥାନର ଭରତପୁର ଜିଲ୍ଲା ବାୟାନା ଅଞ୍ଚଳର ଆଦା ଗ୍ରାମରେ ଏହି ଭୟଙ୍କର ଘଟଣା ଘଟିଛି ।
ଦୁଇ ଗୋଷ୍ଠୀ ମଧ୍ୟେ ଜମିକୁ ନେଇ ବିବାଦ ଉପୁଜିଥିଲା । ଏହାକୁ ଗୋଟିଏ ଗୋଷ୍ଠୀର ଜଣେ ଅନ୍ୟ ଗୋଷ୍ଠୀର ଜଣଙ୍କ ଉପରେ ଟ୍ରାକ୍ଟର ଚଢାଇ ହତ୍ୟା କରିଛି । ଗୋଟିଏ ଥର ନୁହେଁ ବରଂ ଆଗ ପଛ କରି 8 ଥର ଯୁବକଙ୍କ ଉପରେ ଟ୍ରାକ୍ଟର ଚଢାଇଥିବା ଭିଡିଓରେ ଦେଖିବାକୁ ମିଳିଛି । ପରିବାର ଚିତ୍କାର ଚିତ୍କାର କରିଥିଲେ ମାତ୍ର ଟ୍ରାକ୍ଟର ଚାଳକ ଜଣକ ଶୁଣି ନଥିଲେ । ଅତ୍ୟନ୍ତ ଦୁଃଖଦାୟକ ଖବର ଏହା ଯେ ସେଠି ଉପସ୍ଥିତ କିଛି ଲୋକ ଯୁବକଙ୍କୁ ବଞ୍ଚାଇବା ପରିବର୍ତ୍ତେ ଘଟଣାର ଭିଡିଓ ଉତ୍ତୋଳନ କରୁଥିଲେ । ଜମିକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା । ଏହା ପରବର୍ତ୍ତୀ ସମୟରେ ଉଗ୍ର ରୂପ ଧାରଣ କରିଥିଲା । ଶେଷରେ ହତ୍ୟାକାଣ୍ଡ ଘଟିଥିଲା । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 12 ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ଡାକ୍ତଖାନାରେ ଭର୍ତ୍ତି କରାଯାଇଛି ।