ଓଡିଶା

odisha

ETV Bharat / bharat

ମହଙ୍ଗା ପଡିଲା ଜନ୍ମଦିନ ସେଲିବ୍ରେସନ, ଖଣ୍ଡାରେ କେକ୍‌ କାଟିବାରୁ ଥାନାରେ ମାମଲା - ଜନ୍ମଦିନରେ ଖଣ୍ଡାରେ ୨୦ଟି କେକ୍‌ କାଟିଲେ ଯୁବକ

ଜନ୍ମଦିନରେ ଖଣ୍ଡାରେ ୨୦ଟି କେକ୍‌ କାଟିଲେ ଯୁବକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ପରେ ମାମଲା ରୁଜୁ କଲା ପୋଲିସ ।

ମହଙ୍ଗା ପଡିଲା ଜନ୍ମଦିନ ସେଲିବ୍ରେସନ, ଖଣ୍ଡାରେ କେକ୍ କାଟିବାରୁ ଥାନାରେ ମାମଲା
ମହଙ୍ଗା ପଡିଲା ଜନ୍ମଦିନ ସେଲିବ୍ରେସନ, ଖଣ୍ଡାରେ କେକ୍ କାଟିବାରୁ ଥାନାରେ ମାମଲା

By

Published : Sep 19, 2022, 3:12 PM IST

ମୁମ୍ବାଇ:ସାଧାରଣତଃ ଜନ୍ମଦିନରେ ଖୁସି ମନାଇବା ପାଇଁ ସମସ୍ତେ କେକ୍ କାଟିଥାନ୍ତି, କେକ କାଟିବା ସମୟରେ ଛୋଟ ଛୁରୀ ବା ପ୍ଲାଷ୍ଟିକ ଛୁରୀର ବ୍ୟବହାର କରାଯାଇଥାଏ । କିନ୍ତୁ ଜନ୍ମ ଦିନରେ ପ୍ଲାଷ୍ଟିକ ଛୁରୀ ନୁହଁ ବରଂ ଏକ ଖଣ୍ଡାରେ କେକ୍‌ କାଟିଛନ୍ତି ଜଣେ ଯୁବକ । ଗୋଟିଏ କି ଦୁଇଟି ନହେଁ ଏକା ସାଙ୍ଗରେ ଜନଗହଳିରେ ୨୦ରୁ ୨୧ଟି କେକ୍‌ କାଟି (Youth celebrated birthday by cutting 20 cake with sword) ଆତଙ୍କ ଖେଳାଇଲେ ଯୁବକ । ଫଳରେ ଜନ୍ମ ଦିନରେ ଏପରି ଶୈଳୀରେ କେକ୍‌ କାଟିବା ଯୁବକଙ୍କୁ ମହାଙ୍ଗା ପଡିଛି, ଏନେଇ ପୋଲିସ ଏକ ମାମଲା ରୁଜୁ କରିଛି । ଏଭଳି ଘଟଣା ଘଟିଛି ମୁମ୍ବାଇର ବୋରିଭାଲୀ (Borivali Mumbai)ଅଞ୍ଚଳରେ ।

ମହଙ୍ଗା ପଡିଲା ଜନ୍ମଦିନ ସେଲିବ୍ରେସନ, ଖଣ୍ଡାରେ କେକ୍ କାଟିବାରୁ ଥାନାରେ ମାମଲା

ତେବେ କେକ୍ କାଟିବାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଭିଡିଓରେ ଦେଖିବାକୁ ମିଳିଛି ଯେ, ଯୁବକ ଜଣଙ୍କ ୨୧ଟି କେକ ଖଣ୍ଡାରେ କାଟୁଛନ୍ତି । ପ୍ରଥମେ ଏକ କେକ୍କୁ‌ କାଟିବା ପରେ ଗୋଟିଏ ଧାଡରେ ଥିବା ସମସ୍ତ କେକ୍କୁ‌ ସମାନ ଢଙ୍ଗରେ କାଟିଥିଲେ । ଏହାପରେ ଖଣ୍ଡାଟିକୁ ହାତରେ ଧରି ଚାଲୁଥିବାର ଦେଖିବାକୁ ମିଳିଛି, ଏହି ସମୟରେ ବହୁ ଲୋକ ମଧ୍ୟ ସେଠାରେ ଉପସ୍ଥିତ ରହିଥିଲେ ।

ଏହା ମଧ୍ୟ ପଢନ୍ତୁ:ୟୁପିରେ ଭୁଶୁଡ଼ିଲା 80 ବର୍ଷର ପୁରୁଣା କୋଠା, 3 ମୃତ

ଗତ ଶନିବାର ଦିନ ଆକ୍ରାମ ଶେଖ ନାମକ ଜଣେ ୧୭ ବର୍ଷିୟ ଯୁବକଙ୍କ ଜନ୍ମଦିନ ଥିଲା, ସେ ଜନ୍ମଦିନ ପାଳନ କରିବାକୁ ମୁମ୍ବାଇର ବୋରିଭାଲୀ ଅଞ୍ଚଳରେ ପହଞ୍ଚିଥିଲେ । ସେଠାରେ ବଡ ଧରଣର ସେଲିବ୍ରେସନ ପାଇଁ ଲୋକଙ୍କ ଗହଳି ହୋଇଥିବା ବେଳେ ୨୧ଟି କେକ୍କୁ‌ ଖଣ୍ଡାରେ କାଟିଥିଲେ । ସେଠାରେ ତାଙ୍କ ସାଙ୍ଗ ମାନେ ମଧ୍ୟ ଉପସ୍ଥିତ ଥିଲେ । ଏହି ଅବସରରେ ଆକ୍ରାମଙ୍କ ସାଙ୍ଗ ମାନେ ତାଳି ମାରି ଶୁଭେଚ୍ଛା ଜଣାଉଥିବା ଭିଡ଼ିଓରେ ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ-ମିଆଁମାରରେ ଭୂକମ୍ପ ଝଟକା, ତୀବ୍ରତା 4.4 ରେକର୍ଡ

ତେବେ କେକ୍‌ କାଟିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏମଏଚବି ପୋଲିସ (MHB Police Station) ଯୁବକଙ୍କ ବିରୋଧରେ ଏକ ମାମଲା ଦାୟର କରିଛି । ତେବେ ଯୁବକଙ୍କ ପ୍ରତିକ୍ରିୟା ମିଳିପାରିନଥିବା ବେଳେ ପୋଲିସ ର ପ୍ରତିକ୍ରିୟା ମଧ୍ୟ ହସ୍ତଗତ ହୋଇ ନାହିଁ । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି, ପୋଲିସ ଯୁବକ ଜଣଙ୍କୁ ଥାନାରେ ଅଟକ ରଖି ଅଧିକ ପଚାରାଉଚୁରା କରୁଥିବା ନେଇ ସୂଚନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details