ଓଡିଶା

odisha

ETV Bharat / bharat

ଏକତରଫା ପ୍ରେମ: ପ୍ରେମ ପ୍ରତ୍ୟାଖାନ ପରେ ଯୁବତୀଙ୍କୁ ହତ୍ୟା

ପ୍ରେମ ପ୍ରତ୍ୟାଖାନ ପରେ ଯୁବତୀଙ୍କୁ ହତ୍ୟା । କନ୍ନୁର ଜିଲ୍ଲାର ପନ୍ନୁରୁରେ ଯୁବତୀକୁ ନିର୍ମମ ହତ୍ୟା । ପ୍ରେମ ପ୍ରତ୍ୟାଖାନ କରିବାରୁ ଯୁବତୀକୁ ନିର୍ମମ ହତ୍ୟା କଲା ପ୍ରେମିକ । ଅଧିକ ପଢନ୍ତୁ

ଏକତରଫା ପ୍ରେମ: ପ୍ରେମ ପ୍ରତ୍ୟାଖାନ ପରେ ଯୁବତୀଙ୍କୁ ହତ୍ୟା
ଏକତରଫା ପ୍ରେମ: ପ୍ରେମ ପ୍ରତ୍ୟାଖାନ ପରେ ଯୁବତୀଙ୍କୁ ହତ୍ୟା

By

Published : Oct 22, 2022, 10:53 PM IST

ଥିରୁଅନନ୍ତପୁରମ: ପ୍ରେମ ପ୍ରତ୍ୟାଖାନର କରୁଣ ପରିଣତି । ପ୍ରେମ ପ୍ରତ୍ୟାଖାନ କରିବାରୁ ଯୁବତୀକୁ ନିର୍ମମ ହତ୍ୟା । କନ୍ନୁର ଜିଲ୍ଲାର ପନ୍ନୁରୁ ଏଭଳି ଏକ ଆଶ୍ଚର୍ଯ୍ୟକର ଖବର ସାମ୍ନାକୁ ଆସିଛି । ପ୍ରେମ ପ୍ରତ୍ୟାଖାନ କରିବାରୁ ଯୁବତୀକୁ ନିର୍ମମ ହତ୍ୟା କଲା ପ୍ରେମିକ । ମୃତ ଯୁବତୀଙ୍କ ନାମ ବିଷ୍ଣୁପ୍ରିୟା, ବୟସ ୨୩ ବର୍ଷ ।

ସୂଚନାଅନୁସାରେ, ବିଷ୍ଣୁପ୍ରିୟାଙ୍କ ପରିବାରଲୋକେ ନିକଟ ସମ୍ପର୍କୀୟଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ବାହାରକୁ ଯାଇଥିଲେ । ଏହି ସମୟରେ ବିଷ୍ଣୁପ୍ରିୟା ଏକୁଟିଆ ଘରେ ଥିବା ବେଳେ ଏହାର ସୁଯୋଗ ନେଇ ଯୁବକଜଣକ ଘରେ ପଶି ଯୁବତୀକୁ ଛୁରୀ ଭୁସି ନିର୍ମମଭାବେ ହତ୍ୟା କରିଥିଲା । ପୋଲିସର କହିବା ଅନୁସାରେ ଯୁବତୀଜଣକ ଘରେ ପୋଷାକ ବଦଳାଉଥିବା ସମୟରେ ଯୁବକ ଜଣକ ଘରେ ପଶି ହତ୍ୟା କରିଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ କନ୍ନୁର କୋଥୁପରାମବା ନିବାସୀ ଶ୍ୟାମଜିତଙ୍କୁ ଗିରଫ କରିଛି ପୋଲିସ ।

ଏହା ମଧ୍ୟ ପଢନ୍ତୁ: ପୁରୀ-ହାଓଡା ଏକ୍ସପ୍ରେସ ଲାଇନଚ୍ୟୁତ, ମାଳତୀପାଟପୁର ଷ୍ଟେସନ ନିକଟରେ ଅଘଟଣ

ଖବରଅନୁସାରେ, ବିଷ୍ଣୁପ୍ରିୟା ନିକଟ ମୃତ ସମ୍ପର୍କୀୟଙ୍କ ଘରେ ରହିଥିଲେ । ତେବେ ସୋ ପୋଷାକ ବଦଳାଇବା ପାଇଁ ନିଜ ଘରକୁ ଆସିଥିଲେ । କିନ୍ତୁ ବହୁତ ସମୟ ବିତିଯାଇଥିଲେ ମଧ୍ୟ ସେ ସମ୍ପର୍କୀୟଙ୍କ ଘରକୁ ଫେରିନଥିଲେ । ବିଷ୍ଣିୁପ୍ରିୟା ନଫେରିବାରୁ ବିଷ୍ଣୁପ୍ରିୟାଙ୍କ ସମ୍ପର୍କୀୟମାନେ ତାଙ୍କୁ ଖୋଜିବା ପାଇଁ ଘରକୁ ଆସିଥିଲେ । ଯେତେବେଳେ ସମ୍ପର୍କୀୟମାନେ ବିଷ୍ଣୁପ୍ରିୟାଙ୍କ ଘରକୁ ଯାଇଥିଲେ ସେମାନେ ବିଷ୍ଣୁପ୍ରିୟାଙ୍କୁ ମୃତ ଅବସ୍ଥାରେ ଦେଖିଥିଲେ । ଏହାସହ ତାଙ୍କ ବେକ ଓ ହାତରେ ଗଭୀର କ୍ଷତ ହୋଇଥିଲା । ଏନେଇ ପୋଲିସକୁ ଖବର ଦେଇଥିଲେ ସମ୍ପର୍କୀୟ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି । ବିଷ୍ଣୁପ୍ରିୟାଙ୍କ ପିତା କତାରରେ ରହୁଥିବା ବେଳେ କିଛି ଦିନ ପୂର୍ବରୁ ଫେରି ଆସିଥିବା ନେଇ ସୂଚନା ଦେଇଛି ପୋଲିସ । ତଦନ୍ତ ସମୟରେ ବିଷ୍ଣୁପ୍ରିୟାଙ୍କ ପଡୋଶୀମାନେ ପୋଲିସକୁ କହିଛନ୍ତି," ଆମେ ବିଷ୍ଣୁପ୍ରିୟାଙ୍କ ଘର ପାଖରେ ଏକ ମାସ୍କ ପିନ୍ଧିଥିବା ଜଣେ ବ୍ୟକ୍ତିଙ୍କୁ ଦେଖିଥିଲୁ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details