ବେଙ୍ଗାଲୁରୁ: ମହିଳାଙ୍କ ଅଶ୍ଳୀଳ ଭିଡ଼ିଓ କରି ବ୍ଲାକମେଲିଂ । କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁର ଦକ୍ଷିଣ ପୂର୍ବ ଅଞ୍ଚଳରୁ ଆସିଛି ଏକ ନିନ୍ଦନୀୟ ଘଟଣା । ଯେଉଁଠି ଜଣେ ଯୁବକ ପେଇଙ୍ଗ ଗେଷ୍ଟ ଭାବେ ରହୁଥିବା ମହିଳାଙ୍କ ଅଶ୍ଳୀଳ ଭିଡ଼ିଓ ଉତ୍ତୋଳନ କରି ସେମାନଙ୍କୁ ବ୍ଲାକମେଲ କରିବା ଅଭିଯୋଗରେ ଗିରଫ ହୋଇଛି ( Youth arrested for making private video of girls in PG) । ଏହି ଯୁବକ ଜଣକ ପୁଡୁଚେରୀ ଅଞ୍ଚଳର ନିରଞ୍ଜନ ବୋଲି ଶୁକ୍ରବାର ପୋଲିସ ସୂଚନା ଦେଇଛି ।
ଅଭିଯୁକ୍ତ ଜଣକ ବେଙ୍ଗାଲୁରୁର HSR ଲେଆଉଟରେ ରହୁଥିଲା । ଯୁବକ ଜଣକ ରହୁଥିବା ସ୍ଥାନରେ ପାଖରେ ମହିଳା ମାନେ ପିଜିରେ ରହୁଥିଲେ । ଏହାର ବାଥରୁମରେ ଏକ ମୋବାଇଲ ଫୋନ ରଖିଥିଲା । ଏହା ମାଧ୍ୟମରେ ସେ ଅଶ୍ଳୀଳ ଭିଡ଼ିଓ ଉତ୍ତୋଳନ କରୁଥିଲା । ଏହାପରେ ଉକ୍ତ ମହିଳାଙ୍କ ଫୋନକୁ ମେସେଜ ପଠାଇ ସେମାନଙ୍କୁ ଧମକ ଚମକ ଦେଉଥିଲା । ଏଭଳି ଧମକର ଶିକାର ହୋଇଥିବା ଜଣେ ପୀଡ଼ିତା ଥାନାରେ ଅଭିଯୋଗ କରିଥିଲେ । ଏହି ପୀଡ଼ିତା ଜଣକ ଉକ୍ତ ପିଜିରେ ରହୁଥିଲେ । ଅଭିଯୁକ୍ତ ରହୁଥିବା ପିଜି ଏବଂ ମହିଳାମାନେ ରହୁଥିବା ପିଜିର ମାଲିକ ଜଣେ ବୋଲି ପୋଲିସ କହିଛି ।
ଏହା ବି ପଢନ୍ତୁ- RAPE CASE: ସୁରତରେ ଓଡ଼ିଆ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ! ପ୍ରବାସୀ ଓଡ଼ିଆଙ୍କ ରାସ୍ତାରୋକ