ଭୋପାଳ:ସଚ୍ଚୋଟ ବ୍ୟକ୍ତି ମନରେ ଯାହା ଭାବନ୍ତି ତାହା କରିଥାନ୍ତି । ଏହା ଏକ କର୍ତ୍ତବ୍ୟପରାୟଣ ବ୍ୟକ୍ତିର ପରଚୟ । କର୍ତ୍ତବ୍ୟନିଷ୍ଠ ବ୍ୟକ୍ତି କେବଳ ତତ୍କାଳୀକ ଲାଭ ପାଇଁ ନୁହେଁ ବରଂ ଆଗାମୀ ପିଢିଙ୍କ ଉଜ୍ବଳ ଭବିଷ୍ୟତ ପାଇଁ କାମ କରିଥାନ୍ତି । ମହାରାଜା ମାଧୋ ରାଓ ପ୍ରଥମଙ୍କର ଚିନ୍ତାଧାରା ତତ୍କାଳୀକ ଲାଭ ନୁହେଁ ବରଂ ଭବିଷ୍ୟତ ପିଢିଙ୍କ ଉଜ୍ବଳ ଭବିଷ୍ୟତ ପାଇଁ ହୋଇଥାଏ । ସିନ୍ଧିଆ ସ୍କୁଲ ତାଙ୍କର ଏହି ଚିନ୍ତାଧାରାର ପରିଣାମ ଥିଲା । ସେ ଜାଣିଥିଲେ ମାନବ ସମ୍ବଳର ଶକ୍ତି କଣ ହୋଇଥାଏ । ମହାରାଜା ମାଧୋ ରାଓଙ୍କ ବ୍ୟକ୍ତିତ୍ବଙ୍କଠୁ ଏହି ଦୂରଦୃଷ୍ଟି ଆମ ସମସ୍ତଙ୍କୁ ଶିଖିବାକୁ ହେବ । ଶିକ୍ଷା ହେଉ କ୍ୟାରିୟର ହେଉ ଜୀବନ ହେଉ ବା ରାଜନୀତି ସବୁଥିରେ ଦୀର୍ଘ ଚିନ୍ତାଧାର ନେଇ କାମ କରିବାକୁ ହେବ । ତୁମର ସ୍ବପ୍ନ ମୋର ସଂକଳ୍ପ । ମଧ୍ୟପ୍ରଦେଶର ଗ୍ୱାଲିୟରରେ ସିନ୍ଧିଆ ସ୍କୁଲର 125ବର୍ଷ ପ୍ରତିଷ୍ଠା ଦିବସ ଅବସରରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
କାର୍ଯ୍ୟକ୍ରମକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଯେଉଁ ବ୍ୟକ୍ତି ସମାଜରେ କିମ୍ବା କ୍ଷମତାରେ ତତ୍କାଳୀକ ସ୍ବାର୍ଥ ପାଇଁ କାମ କରିଥାଏ ସେଥିରେ ସମାଜରେ ରାଷ୍ଟ୍ରର କ୍ଷତି ହୋଇଥାଏ । 2014ରେ ଦେଶ ଯେବେ ମୋତେ ପ୍ରଧାନସେବକର ଦାୟିତ୍ବ ଦେଇଥିଲା ମୋ ଆଗରେ ଦୁଇଟି ବିକଳ୍ପ ଥିଲା । ତାହା ହେଲା ତତ୍କାଳୀକ ବିକାଶ ପାଇଁ କମ କର ନଚେତ ଲମ୍ବା ସମୟ ପାଇଁ କାମ କରିବା । ଆଜି ତୁମେ କହିପାରିବ ଆମ ସରକାରକୁ 10 ବର୍ଷ ହୋଇଛି । ଏଥିରେ ବାକି ପଡିଥିବା ଅନେକ ଦାବି ପୂରଣ ହୋଇଛି । ଜମ୍ମୁ କାଶ୍ମୀରରୁ ଧାରା 370 ହଟାଇବା ନେଇ 60 ବର୍ଷ ଧିରି ଦାବି ହୋଇ ଆସୁଥିଲା ଏହି କାମ ଆମ ସରକାର କରି ଦେଖାଇଲେ । ପୂର୍ବ ସେନାଙ୍କୁ ୱାନ୍ ରାଙ୍କ ୱାନ୍ ପେନସନ ଦେବାକୁ 40 ବର୍ଷ ହେବ ଦାବି ହୋଇ ଆସୁଥିଲା ଏହି କାମ ଆମ ସରକାର କରିଛନ୍ତି । ଜିଏସଟି ଲାଗୁ ହେବା ନେଇ 40 ବର୍ଷ ହେବା, ମୁସଲିମ ମହିଳାଙ୍କ ତିନି ତଲାକ ଆଇନ କରିବାକୁ ଦାବି କରୁଥିଲେ ଯାହା ଆମ ସରକାର ସମୟରେ ହୋଇଛି । ମହିଳାଙ୍କ ପାଇଁ ସଂରକ୍ଷଣ ଆମ ସରକାର ଆଣିଛନ୍ତି । ନାରୀ ଶକ୍ତି ବନ୍ଦନ ଅଧିନିୟମ ଆମ ସରକାର କରିଛନ୍ତି । ମୋ ପାଖରେ କାମର ଲମ୍ବା ଲିଷ୍ଟ ଅଛି । ମୋ ପ୍ରଚେଷ୍ଟା ରହିଛି ଆଜିର ପିଢି ଦେଶରେ ଏକ ସାକାରାତ୍ମକ ମାହୋଲ ଆଣିଛି । ଭାରତ ଯୁବ ବଡ ସ୍ବପ୍ନ ଦେଖନ୍ତୁ ଓ ଏହାକୁ ପୂରଣ କରନ୍ତୁ । ଆମେ ସଂକଳ୍ପ ନେଇଛୁ ଆଗାମୀ 25 ବର୍ଷରେ ଦେଶ ବିକଶିତ ଭାରତ ହେବ । ମୋ ବିଶ୍ବାସ ଅଛି ଯୁବଗୋଷ୍ଠୀଙ୍କ ସାମର୍ଥ୍ୟ ଏହି ସ୍ବପ୍ନକୁ ସଂକଳ୍ପରେ ପୂରଣ କରି ସିଦ୍ଧି ପ୍ରାପ୍ତ କରିବେ । ''