ନୂଆଦିଲ୍ଲୀ: ମତଦାନ ପାଇଁ ଦେଶର ନାଗରିକଙ୍କ ବୟସ 18 ବର୍ଷ ନିର୍ଦ୍ଧାରିତ ହୋଇଛି । କିନ୍ତୁ ଏବେ ୧୭ ବର୍ଷ ବୟସରେ ମଧ୍ୟ ନିଜ ନାଁ ଭୋଟର ଲିଷ୍ଟରେ ଏନରୋଲମେଣ୍ଟ କରିପାରିବେ । ଭାରତୀୟ ନିର୍ବାଚନ ଆୟୋଗ ଗୁରୁବାର ଏହି ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି । ୧୭ ବର୍ଷ ବୟସରୁ ଅଧିକ ବୟସର ସମସ୍ତ ଭାରତୀୟ ନାଗରିକ ଏବେ ଭୋଟର ଲିଷ୍ଟରେ ନିଜ ନାଁ ପୂର୍ବରୁ ହିଁ ରେଜିଷ୍ଟର କରାଇବା ପାଇଁ ଆବେଦନ କରିପାରିବେ ।
ଏଣିକି ୧୭ ବର୍ଷ ବୟସରୁ ଭୋଟର ଆଇଡି କାର୍ଡ ପାଇଁ କରିପାରିବେ ଆବେଦନ - ଏଣିକି ୧୭ ବର୍ଷ ବୟସରୁ ଭୋଟର ଆଇଡି କାର୍ଡ ପାଇଁ କରିପାରିବେ ଆବେଦନ
ମତଦାନ ପାଇଁ ଦେଶର ନାଗରିକଙ୍କ ବୟସ 18 ବର୍ଷ ନିର୍ଦ୍ଧାରିତ ହୋଇଛି । କିନ୍ତୁ ଏବେ ୧୭ ବର୍ଷ ବୟସରେ ମଧ୍ୟ ନିଜ ନାଁ ଭୋଟର ଲିଷ୍ଟରେ ଏନରୋଲମେଣ୍ଟ କରିପାରିବେ । ଭାରତୀୟ ନିର୍ବାଚନ ଆୟୋଗ ଗୁରୁବାର ଏହି ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ
ଏଣିକି ୧୭ ବର୍ଷ ବୟସରୁ ଭୋଟର ଆଇଡି କାର୍ଡ ପାଇଁ କରିପାରିବେ ଆବେଦନ
ଭାରତୀୟ ନିର୍ବାଚନ ଆୟୋଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯୁବପିଢିଙ୍କୁ ଏବେ ଭୋଟର ଲିଷ୍ଟରେ ଏନରୋଲମେଣ୍ଟ କରିବା ପାଇଁ ୧ ଜାନୁୟାରୀରେ ୧୮ ବର୍ଷର ବୟସ ପ୍ରାପ୍ତ କରିବା ପାଇଁ ପୂର୍ବ ଆବଶ୍ୟକ ମାନଦଣ୍ଡର ଅପେକ୍ଷା କରିବାକୁ ପଡିବନାହିଁ । ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର ଏବଂ ନିର୍ବାଚନ ଆୟୁକ୍ତ ଅନୁପ ଚନ୍ଦ୍ର ପାଣ୍ଡେଙ୍କ ନେତୃତ୍ୱରେ ଭାରତୀୟ ନିର୍ବାଚନ ଆୟୋଗ ସମସ୍ତ ରାଜ୍ୟର ସିଇଓ, ଇଆଇଓ ଏବଂ ଏଇଆରଓଙ୍କୁ ଏନେଇ ନିର୍ଦ୍ଦେଶ ଦେଇଛନ୍ତି ।
TAGGED:
enrolled in Voter list