ଓଡିଶା

odisha

ETV Bharat / bharat

ପ୍ରେମିକ ଆଗରେ ପ୍ରେମିକାଙ୍କୁ ଦୁଷ୍କର୍ମ ! - ତାମିଲନାଡୁରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ

ସଭ୍ୟ ସମାଜରେ ଦେଖିବାକୁ ମିଳିଛି ପୁଣି ଏକ ଅସଭ୍ୟ କାମ । ପ୍ରେମିକଙ୍କ ଆଗରେ ପ୍ରେମିକାକୁ ଦୁଷ୍କର୍ମ କଲେ ଦୁର୍ବୃତ୍ତ । ତାମିଲନାଡୁର କୁଡ୍ଡାଲୋର ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଜଘନ୍ୟ ଘଟଣା । ଅଧିକ ପଢନ୍ତୁ

କୁଡ୍ଡାଲୋରରେ ଲଜ୍ୟା: ପ୍ରେମିକ ଆଗରେ ପ୍ରେମିକାଙ୍କୁ ଦୁଷ୍କର୍ମ
କୁଡ୍ଡାଲୋରରେ ଲଜ୍ୟା: ପ୍ରେମିକ ଆଗରେ ପ୍ରେମିକାଙ୍କୁ ଦୁଷ୍କର୍ମ

By

Published : Mar 29, 2022, 7:50 PM IST

ଚେନ୍ନାଇ: ସଭ୍ୟ ସମାଜରେ ଦେଖିବାକୁ ମିଳିଛି ପୁଣି ଏକ ଅସଭ୍ୟ କାମ । ପ୍ରେମିକଙ୍କ ଆଗରେ ପ୍ରେମିକାକୁ ଦୁଷ୍କର୍ମ କଲେ ଦୁର୍ବୃତ୍ତ । ତାମିଲନାଡୁର କୁଡ୍ଡାଲୋର ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଜଘନ୍ୟ ଘଟଣା । ଏହି ଘଟଣାରେ କୁଡ୍ଡାଲୋର ପୋଲିସ ତିନି ଜଣଙ୍କ ଗିରଫ କରିବା ସହ ତଦନ୍ତ ଜାରି ରଖିଛି । ସୂଚନା ଅନୁସାରେ ଗତକାଲି(ସୋମବାର) କୁଡ୍ଡାଲୋରର ମୁଖ୍ୟ ଡାକଘର ପାଖରେ ଥିବା ଏକ ବସ ଷ୍ଟପ ନିକଟରେ ଜଣେ ୨୧ ବର୍ଷୀୟ ଯୁବତୀ ଏକୁଟିଆ ଛିଡା ହୋଇଥିବା ପାଟ୍ରୋଲିଂ କରୁଥିବା ବେଳେ ପୋଲିସ ଦେଖିବାକୁ ପାଇଥିଲା । ତେବେ ପାଟ୍ରୋଲିଂ କରୁଥୁିବା ପୋଲିସ ଅଧିକାରୀ ଯୁବତୀଙ୍କ ପାଖକୁ ଯାଇ କାହିଁକି ଏଠାରେ ଛିଡା ହୋଇଛ ବୋଲି ପ୍ରଶ୍ନ ପଚାରିଥିଲେ ।

ଅପରପକ୍ଷରେ ପୋଲିସର ପ୍ରଶ୍ନର ଉତ୍ତର ଦେବା ସହ ଯୁବତୀ ଜଣଙ୍କ ତାଙ୍କ ସହିତ ହୋଇଥିବା ଜଘନ୍ୟ କାଣ୍ଡ ବିଷୟରେ ଜଣାଇଥିଲେ । ପୋଲିସ ଘଟଣା ବିଷୟରେ ଜାଣିବା ପରେ ପ୍ରଥମେ ଯୁବତୀଙ୍କୁ କୁଡ୍ଡାଲୋର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନେବା ସହ ଡାକ୍ତରୀମାଇନା କରିଥିଲେ । ଏହା ପରେ ଯୁବତୀଙ୍କ ପ୍ରେମିକଙ୍କୁ ନିକଟକୁ ଯାଇ ସମ୍ପର୍ଣ୍ଣ ତଥ୍ୟ ସଂଗ୍ରହ କରିଥିଲା ପୋଲିସ ଟିମ ।

ଏପଟେ ଯୁବତୀଙ୍କ କହିବା ଅନୁଯାୟୀ ତାଙ୍କ ପ୍ରେମିକ ସହ କାମିୟମ୍ପେଟ୍ଟାଇ ପାଖରେ ଛିଡା ହୋଇ କଥା ହେଉଥିବା ବେଳେ ଏହି ତିନି ଅଭିଯୁକ୍ତ ଆସି ଫଟୋ ଉତ୍ତୋଳନ କରିଥିଲେ । ତେବେ ଏହି ସ୍ଥାନରେ କେହି ନଥିବା ସୁଯୋଗ ନେଇ ପ୍ରଥମେ ଅଭିଯୁକ୍ତମାନେ ଯୁବତୀଙ୍କ ପ୍ରମିକଙ୍କୁ ମାଡ ମାରିବା ସହ ତାଙ୍କୁ କାବୁ କରି ରଖିଥିଲେ । ଏହା ପରେ ଜଣେ ଅଭିଯୁକ୍ତ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲା ।

ସେହିପରି ତାଙ୍କ ପ୍ରେମିକଙ୍କ ଫୋନ ଛଡାଇ ନେଇଯିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ଏଥିସହ ଘଟଣା ସମ୍ପର୍କରେ ପୋଲିସକୁ ନ ଜଣାଇବା ଲାଗି ମଧ୍ୟ ଧମକ ଦେଇଥିଲେ । ପରେ ପୋଲିସ ବିଭିନ୍ନ ଅଭିଯୁକ୍ତ ଆଣି ଯୁବତୀଙ୍କ ପ୍ରେମିକଙ୍କ ନିକଟରେ ଚିହ୍ନଟ ପାଇଁ କହିଥିଲେ ।

ଅପରପକ୍ଷେ ଏହି ତିନି ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପରେ ପୋଲିସ ତାଙ୍କୁ ଗିରଫ କରିଛି । ତେବେ ଗିରଫ ହୋଇଥିବା ଅଭିଯୁକ୍ତ ଅପରାଧ ସ୍ବୀକାର କରିବା ସହ ତାଙ୍କ ନିକଟରୁ ପୋଲିସ ଫୋନ ମଧ୍ୟ ଜବତ କରିଛି । ଏଥିସହ ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ କୁପଙ୍କକୁଲମ୍ ଅଞ୍ଚଳର କିଶୋର(୧୯), ସତୀଶ(୧୯) ଏବଂ ପୁଡୁପାଲାୟମ ଅଞ୍ଚଳର ଆରିଫ୍ (୧୮) ।

ଅନ୍ୟପଟେ ଭିଲୁପୁରମ୍ ରେଞ୍ଜର ଡେପୁଟି ଇନ୍ସପେକ୍ଟର ଜେନେରାଲ୍ ପୋଲିସ ପାଣ୍ଡିଆନ୍ ଏବଂ କୁଡ୍ଡାଲୋର ଜିଲ୍ଲା ଅଧୀକ୍ଷକ ଶକ୍ତି ଗଣେଶ ଘଟଣାର ଅଧିକ ତଦନ୍ତ କରୁଛନ୍ତି । ଏହା ସହିତ ଅଭିଯୁକ୍ତଙ୍କୁ ଥିରୁପାଥୀରୀ ପଲିୟୁର ପୋଲିସ ଷ୍ଟେସନରେ ରଖି ଅଧିକ ପଚରାଉଚରା ଜାରି ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details