ଓଡିଶା

odisha

By

Published : Dec 8, 2022, 10:53 AM IST

ETV Bharat / bharat

Bharat Jodo Yatra: ରାହୁଲ ଗାନ୍ଧୀଙ୍କ ସାମ୍ନାରେ ଯୁବକଙ୍କ ଆତ୍ମହୂତି ଉଦ୍ୟମ

ରାଜସ୍ଥାନରେ କଂଗ୍ରେସର ଭାରତ ଯୋଡ ଯାତ୍ରା ଚାଲିଥିବା ବେଳେ ରାହୁଲଙ୍କ ସାମ୍ନାରେ ଜଣେ ଯୁବକ ଆତ୍ମହୂତି ଉଦ୍ୟମ କରିଛନ୍ତି । ଅଧିକ ପଢନ୍ତୁ

ରାହୁଲ ଗାନ୍ଧୀଙ୍କ ସାମ୍ନାରେ ଆତ୍ମହୂତି ଉଦ୍ୟମ କଲେ ଯୁବକ
ରାହୁଲ ଗାନ୍ଧୀଙ୍କ ସାମ୍ନାରେ ଆତ୍ମହୂତି ଉଦ୍ୟମ କଲେ ଯୁବକ

ଜୟପୁର: ରାଜସ୍ଥାନରେ ଜାରି ରହିଛି କଂଗ୍ରେସର ଭାରତ ଯୋଡ ଯାତ୍ରା । ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଚାଲିଥିବା ଏହି ପଦଯାତ୍ରା ରାଜସ୍ଥାନରେ ପଞ୍ଚମ ଦିନରେ ପହଞ୍ଚିଛି । ତେବେ ଏହି ପଦଯାତ୍ରା ମଧ୍ୟରେ ଆଜି ଏଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ରାହୁଲଙ୍କୁ ବିରୋଧି କରି ଜଣେ ଯୁବକ ଆତ୍ମହୂତି ଉଦ୍ୟମ କରିଛନ୍ତି(young man tried to commit suicide ) । ରାହୁଲ ଗାନ୍ଧୀଙ୍କ ସାମ୍ନାରେ ସେ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛନ୍ତି । ତେବେ ସୌଭାଗ୍ୟବଶତଃ ଆଖପାଖରେ ଉପସ୍ଥିତ ଥିବା ଲୋକେ ତୁରନ୍ତ ନିଆଁକୁ ଲିଭାଇ ଦେଇଥିବାରୁ ଯୁବକଙ୍କ ଜୀବନ ବଞ୍ଚି ଯାଇଛି । ତାଙ୍କୁ ଏବେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଯାହା ସୂଚନା ମିଳିଛି, ବର୍ତ୍ତମାନ ରାଜସ୍ଥାନର କୋଟା ସହର ଦେଇ ଭାରତ ଯୋଡ ଯାତ୍ରା(Bharat Jodo Yatra) ଆଗକୁ ବଢୁଛି । ଏଥିରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ବରିଷ୍ଠ କଂଗ୍ରେସ ନେତା କେସି ବେଣୁଗୋପାଳ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ, ରଣଦୀପ ସୂର୍ଯ୍ୟୱାଲାଙ୍କ ସମେତ ରାଜ୍ୟର ବହୁ ମନ୍ତ୍ରୀ ସାମିଲ ହୋଇଛନ୍ତି । ଏହି ଅବସରରେ ଆଜି ରାହୁଲ ଗାନ୍ଧୀ କୋଟା ଅନ୍ତର୍ଗତ ରାଜୀବ ଗାନ୍ଧୀ ନଗରରେ ଥିବା ନିଜର ଦିବଙ୍ଗତ ପିତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପାଇଁ ସେଠାକୁ ଯିବାର କାର୍ଯ୍ୟକ୍ରମ ଥିଲା । ଏହି ସମୟରେ ଜଣେ ଯୁବକ ମଞ୍ଚ ପାଖକୁ ଆସି ସେ ରାହୁଲଙ୍କୁ ବିରୋଧ କରୁଛନ୍ତି କହି ହଠାତ୍ ନିଜ ଶରୀରରେ ନିଆଁ ଲଗାଇ ଦେଇଥିଲେ । ଯାହାଫଳରେ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ଏଥିପାଇଁ ରାହୁଲ ମଞ୍ଚକୁ ଯାଇ ପାରିନଥିଲେ ।

ଏହାମଧ୍ୟ ପଢନ୍ତୁ: Road Mishap: ଆନ୍ଧ୍ରରେ ଟ୍ରାକ୍ଟର ଓଲଟି ୬ ମୃତ, ୧୯ ଆହତ

ସେଠାରେ ଉପସ୍ଥିତ ଥିବା ଲୋକେ ଯୁବକଙ୍କ ଶରୀରରୁ ତୁରନ୍ତ ନିଆଁ ଲିଭାଇ ଥିଲେ । ଏହାପରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ପୋଲିସ ଓ ସିଆଇଡିର ଇଣ୍ଟେଲିଜିଏନ୍ସ ଟିମ୍ ମଧ୍ୟ ଏହି ହସ୍ପିଟାଲରେ ପହଞ୍ଚି ଆତ୍ମହୂତି ଉଦ୍ୟମ କରିଥିବା ଯୁବକଙ୍କ ସ୍ବାସ୍ଥ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି ।

ABOUT THE AUTHOR

...view details