ଓଡିଶା

odisha

ETV Bharat / bharat

ଇନଷ୍ଟାଗ୍ରାମରୁ ଭଲ ପାଇ କିନ୍ନରଙ୍କୁ ବାହାହେଲେ ଯୁବକ, ଲଭଷ୍ଟୋରୀରେ ଭିଲିଆନ ସାଜିଲେ ଘରଲୋକ - ରବି କୁମାର ଆଧିକା ପ୍ରେମ କାହାଣୀ

ଇନଷ୍ଟାଗ୍ରାମରୁ ପ୍ରେମ । ପରେ କିନ୍ନରଙ୍କୁ ବିବାହ କଲେ ଯୁବକ । ଏବେ ଦୁହିଁଙ୍କ ଲଭଷ୍ଟୋରୀରେ ଭିଲିଆନ ସାଜିଛନ୍ତି ଘର ଲୋକ । ପଢନ୍ତୁ ପୁରା ଖବର

ଇନଷ୍ଟାଗ୍ରାମରୁ ଭଲ ପାଇ କିନ୍ନରଙ୍କୁ ବାହାହେଲେ ଯୁବକ
ଇନଷ୍ଟାଗ୍ରାମରୁ ଭଲ ପାଇ କିନ୍ନରଙ୍କୁ ବାହାହେଲେ ଯୁବକ

By

Published : Jul 26, 2023, 2:16 PM IST

ପାଟନା:ଇନଷ୍ଟାଗ୍ରାମରେ ଚିହ୍ନା ପରିଚୟ । ଚାଟିଂ କରୁ କରୁ କିନ୍ନରଙ୍କ ପ୍ରେମରେ ପଡିଗଲେ ପାଟନାର ରବି କୁମାର । ଇନଷ୍ଟାରୁ ଆରମ୍ଭ ହୋଇଥିବା ପ୍ରେମ ଧୀରେ ଧୀରେ ନିବିଡ ହେଲା । ପରିବାର, ସମାଜକୁ ଖାତିର ନକରି ମନ୍ଦିରରେ ପ୍ରେମିକା ଆଧିକାଙ୍କୁ(କିନ୍ନର) ବିବାହ କଲେ । ହେଲେ ଏହି ନିଆରା ଲଭଷ୍ଟୋରୀରେ ଏବେ ଭିଲିଆନ ସାଜିଛନ୍ତି ରବିଙ୍କ ଘର ଲୋକେ । କିନ୍ନରଙ୍କୁ ବୋହୂ ଭାବେ ଗ୍ରହଣ ତ କରୁନାହାନ୍ତି ଓଲଟା ପୁଅକୁ ମାରପିଟ୍ କରିବା ସହ ଦୁହିଁଙ୍କୁ ଜୀବନରୁ ମାରିଦେବାକୁ ଷଡଯନ୍ତ୍ର ରଚୁଛନ୍ତି । ଯାହାଫଳରେ ହତାଶ ହୋଇ ଶେଷରେ ନିଜର ପତ୍ନୀଙ୍କୁ ଧରି ଥାନାର ଦ୍ବାରସ୍ଥ ହୋଇଛନ୍ତି ରବି ।

ଇନଷ୍ଟାଗ୍ରାମରୁ ଆରମ୍ଭ ପ୍ରେମ: ବିହାର ରାଜଧାନୀ ପାଟନା ଅନ୍ତର୍ଗତ ଆର୍ଯ୍ୟ ସମାଜ ରୋଡ ଅଞ୍ଚଳରେ ରହୁଥିବା ରବି ଦରଭଙ୍ଗା ଅଞ୍ଚଳର ଟ୍ରାନ୍ସଜେଣ୍ଡର ଆଧିକା ଚୌଧୁରୀଙ୍କ ସହ ଇନଷ୍ଟାଗ୍ରାମରେ ଫ୍ରେଣ୍ଡ ହୋଇଥିଲେ । ୨ ବର୍ଷରେ ଦୁହିଁଙ୍କ ସମ୍ପର୍କ ପ୍ରେମର ରୂପ ନେଇଥିଲା । ଜନ୍ମ ଜନ୍ମର ସାଥି ହେବାକୁ କଥା ଦେଇ ଚଳିତ ବର୍ଷ ଜୁନ ୨୫ରେ ଉଭୟ ମନ୍ଦିରରେ ବିବାହ କରିଥିଲେ । ଏହାପରେ ରବି ନିଜ ପତ୍ନୀଙ୍କୁ ନେଇ ଘରକୁ ଯାଇଥିଲେ । କିନ୍ତୁ ଘର ଲୋକେ ତାଙ୍କୁ ଧମକ ଚମକ ଦେବା ସହ ମାରପିଟ୍ କରିଥିଲେ । ଯାହାକି ରବି ନିଜ ଏତଲାରେ ଉଲ୍ଲେଖ କରିଛନ୍ତି ।

ରବି ନିଜ ବାପା, ମାଆ ଓ ବଡ ଭାଇ ବିରୋଧରେ ଥାନାରେ ଏତଲା ଦେଇଛନ୍ତି । ସେ ଅଭିଯୋଗ କରିଛନ୍ତି, ''ଘର ଲୋକେ ଆମ ବିବାହକୁ ଗ୍ରହଣ କରୁନାହାନ୍ତି । ଭାଇ ମୋତେ ଧମକ ଦେଉଛନ୍ତି । ବାପାମାଆ ବି ମାରପିଟ୍ କରୁଛନ୍ତି । ମୋ ପତ୍ନୀଙ୍କୁ କିନ୍ନର ଶବ୍ଦ କହି ଅପମାନ କରୁଛନ୍ତି । ମିଛ କେସରେ ଫସାଇବାକୁ ଧମକାଉଛନ୍ତି । ଏମିତିକି ଦୁହିଁଙ୍କୁ ଅପହରଣ କରି ଜୀବନରୁ ମାରିଦେବାକୁ ବି ଷଡଯନ୍ତ୍ର ରଚୁଛନ୍ତି ।''

ଏହାମଧ୍ୟ ପଢନ୍ତୁ: ଥାନା ପରିସରରେ ସ୍ବାମୀ ସାମ୍ନାରେ ଦିଅରକୁ ବିବାହ କଲା ସ୍ତ୍ରୀ

୬୦ ଲକ୍ଷ ଯୌତୁକ ଦାବି:ଆଧିକା ଅଭିଯୋଗ କରିଛନ୍ତି ଯେ, ଶାଶୁଘର ଲୋକେ ତାଙ୍କୁ ୬୦ ଲକ୍ଷ ଟଙ୍କା ଯୌତୁକ ମାଗୁଛନ୍ତି । ତୁ ଆମ ସମାଜର ନୁହେଁ ବୋଲି କହି ହତ୍ୟା ଧମକ ଦେଉଛନ୍ତି । ଗତ ୧୩ ତାରିଖରେ ବାଇକରେ ଦୁଇ ଜଣ ଦୁର୍ବୃତ୍ତ ଆସି ତାଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ । ହେଲେ ଭାଗ୍ୟବଶତଃ ସେ ନିଜ ଜୀବନ ବଞ୍ଚାଇ ସେଠାରୁ ଖସି ଆସିବାରେ ସକ୍ଷମ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details