ବିବାହ ସମାରୋହରେ ନାଚୁ ନାଚୁ ଟଳି ପଡ଼ିଲେ ଯୁବକ ହାଇଦ୍ରାବାଦ:ମୃତ୍ୟୁ କେମିତି ଓ କେତେବେଳେ ଆସେ କାହାକୁ ବା ଜଣା । ଚଳପ୍ରଚଳ କରୁଥିବା ମଣିଷ ଯେ ଜୀବନର ଶେଷ ମୁହୂର୍ତ୍ତରେ ରହିଥିବ ତାହା ମଧ୍ୟ ଭାବିବା କଷ୍ଟକର । ଖୁସ ମିଜାଜରେ ନାଚୁଥିଲେ ଯୁବକ । ଡିଜେ ବାଜିବା ସହ ଲୋକ ତାଳି ମଧ୍ୟ ମାରୁଥିଲେ । ହେଲେ ହସଖୁସି ମାହୋଲରେ କ୍ଷଣିକରେ ବଦଳିଗଲା ସବୁକିଛି । ନାଚୁ ଥିବାବେଳେ ହଠାତ ଟଳିପଡ଼ିଲେ ଯୁବକ । ତେଲେଙ୍ଗାନାର ନନ୍ଦେଡ ଜିଲ୍ଲା ସ୍ଥିତ କିନୱାଟ ଅଞ୍ଚଳରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ।
ଏହା ମଧ୍ୟ ପଢ଼ନ୍ତୁ:Mann Ki Baat: କେନ୍ଦ୍ରାପଡାର କମଳା ମହାରଣାଙ୍କ କଥା କହିଲେ ପ୍ରଧାନମନ୍ତ୍ରୀ, ଦେଶ ଜାଣିଲା କମଳାଙ୍କ କାରିଗରୀ
ମୃତ ଯୁବକ ଜଣକ ହେଲେ 19 ବର୍ଷୀୟ ମୁତ୍ୟମ ବିଶ୍ବନାଥ ଜାଙ୍ଗେୱାଡ । ସେ ନନ୍ଦେଡ ଜିଲ୍ଲାର କିନୱାଟ ତାଲୁକା ସ୍ଥିତ ଶିବାନୀ ଅଞ୍ଚଳର ବାସିନ୍ଦା ଅଟନ୍ତି । ଅଞ୍ଚଳର କିଛି ଯୁବକଙ୍କ ସହ ମୁତ୍ୟମ ଭୈସାରେ ଅନୁଷ୍ଠିତ ଏକ ବିବାହ ସମାରୋହକୁ ଯାଇଥିଲେ । ଗତ 24 ତାରିଖରେ ବିବାହ ପରେ 25 ତାରିଖ ରିସେପ୍ସନ କାର୍ଯ୍ୟକ୍ରମ ଥିଲା । ମୁତ୍ୟମ ମଧ୍ୟରେ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ଏହା ମଧ୍ୟ ପଢ଼ନ୍ତୁ:Body cut into 16 pieces: ପ୍ଲମ୍ବରଙ୍କୁ ହତ୍ୟା ପରେ ୧୬ ଖଣ୍ଡ କରି ପୋଡିଦେଲେ ବାପପୁଅ
ରିସେପ୍ସନ କାର୍ଯ୍ୟକ୍ରମରେ ଡିଜେ ବ୍ୟବସ୍ଥା କରାଯାଇଥିଲା । ଡିଜେ ସାଉଣ୍ଡରେ ସମସ୍ତେ ନାଚି ଉଠିଥିଲେ । ମୁତ୍ୟମ ମଧ୍ୟ ସେମାନଙ୍କ ସହ ନାଚିଥିଲେ । ତାଙ୍କ ନାଚ ଦେଖି ସମସ୍ତେ ତାଳି ମାଳିବା ସହ ପ୍ରୋତ୍ସାହନ ମଧ୍ୟ କରିଥିଲେ । କିଛି ଲୋକ ତାଙ୍କର ଭିଡିଓ ମଧ୍ୟ କରୁଥିଲେ । ସେ ନାଚୁଥିବା ସମୟରେ ହଠାତ ଅସୁସ୍ଥ ହୋଇ ତଳେ ପଡ଼ିଯାଇଥିଲେ ।
ଏହା ମଧ୍ୟ ପଢ଼ନ୍ତୁ:Delhi Excise Policy: ସିବିଆଇରେ ହାଜର ହେବେ ସିସୋଦିଆ, ମାଆଙ୍କ ଆର୍ଶୀବାଦ ନେଇ ଘରୁ ବାହାରିଲେ
ଏହା ଦେଖି ସେଠାରେ ଉପସ୍ଥିତ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ ସଙ୍ଗେ ସଙ୍ଗେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରେ ମୁତ୍ୟମଙ୍କୁ ମୃତ ଘୋଷଣା କରିଥିଲେ । ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ସ୍ପଷ୍ଟ କରିଛନ୍ତି । ତେବେ ମୁତ୍ୟମଙ୍କ ମୃତ୍ୟୁ ବେଳର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ତାଙ୍କ ମୃତ୍ୟୁ ନେଇ ହସ ଖୁସିର ପରିବେଶରେ ଦୁଃଖର ଛାୟା ଖେଳିଯାଇଥିଲା । ସାରା ଅଞ୍ଚଳରେ ଖୁସି ଶୋକରେ ପରିଣତ ହୋଇଥିଲା ।