ଅମରାବତୀ: ମୃତ୍ୟୁ କେତେବଳେ ଯେ ଆସିବ ତାହା କାହାକୁ ବା ଜଣା । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲ୍ଲାରେ ଗଣେଶ ପୂଜାମଣ୍ଡପରେ ନାଚୁଥିବାବେଳେ ଚାଲିଗଲା ଯୁବକଙ୍କ ଜୀବନ ।
ପୂଜା ପେଣ୍ଡାଲରେ ନାଚୁଥିଲେ, ଟଳିପଡିଲେ... - ନାଚୁଥିବାବେଳେ ଚାଲିଗଲା ଜୀବନ
ଆନ୍ଧ୍ରପ୍ରଦେଶରେ ଅଭାବନୀୟ ଘଟଣା,ଗଣେଶ ପୂଜା ମଣ୍ଡପରେ ନାଚୁଥିବାବେଳେ ଚାଲିଗଲା ଯୁବକଙ୍କ ଜୀବନ । ଅଧିକ ପଢନ୍ତୁ...
![ପୂଜା ପେଣ୍ଡାଲରେ ନାଚୁଥିଲେ, ଟଳିପଡିଲେ... ନାଚୁଥିଲେ ଯୁବକ, ପୂଜା ମଣ୍ଡପରେ ଆସିଲା ମୃତ୍ୟୁ](https://etvbharatimages.akamaized.net/etvbharat/prod-images/768-512-13042487-thumbnail-3x2-death.jpg)
ନାଚୁଥିଲେ ଯୁବକ, ପୂଜା ମଣ୍ଡପରେ ଆସିଲା ମୃତ୍ୟୁ
ନାଚୁଥିଲେ ଯୁବକ, ପୂଜା ମଣ୍ଡପରେ ଆସିଲା ମୃତ୍ୟୁ
ମିଳିଥିବା ସୂଚନା ଅନୁସାରେ, ମୃତ ଯୁବକ ଜଣଙ୍କ ହେଲେ କୁଲଲିୟା ସ୍ବାମୀ (ଚରଣ) । ଗଣେଶ ପୂଜା ମଣ୍ଡପରେ ନାଚୁଥିବା ସମୟରେ ସେ ହଠାତ ପଡିଯାଇଥିଲେ । ସେଠାରେ ଥିବା ତାଙ୍କ ସାଙ୍ଗମାନେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ପାର୍ବଣ ସମୟରେ ଏମିତି ଆକସ୍ମିକ ମୃତ୍ୟୁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ