ଚଣ୍ଡିଗଡ:ମୋଗା ଜିଲ୍ଲାର ଧରମକୋଟ ଅଞ୍ଚଳରୁ ଅତ୍ୟନ୍ତ ଘୃଣ୍ୟ ଓ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ଯୁବକ ରାସ୍ତାରେ ଏକ ବୁଲା କୁକୁର ସହ ଦୁଷ୍କର୍ମ କରିଛି । ଯାହାର ଭିଡିଓ ସିସିଟିଭିରେ ମଧ୍ୟ ରେକର୍ଡ ହୋଇଛି । ଏନେଇ ଜଣାପଡିବା ପରେ ସ୍ଥାନୀୟ ବାସିନ୍ଦା ପୋଲିସକୁ ସୂଚନା ଦେବା ସହ ଅଭିଯୁକ୍ତ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ଅଭିଯୁକ୍ତ ଯୁବକକୁ ଏପର୍ଯ୍ୟନ୍ତ ଗିରଫ କରାଯାଇନାହିଁ । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ କରାଯାଇ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ସ୍ଥାନୀୟ ଲୋକଙ୍କୁ ପୋଲିସ ଆଶ୍ବସନା ଦେଇଛି ।
ମୋଗାର ଧରାମକୋଟ ଅଞ୍ଚଳରେ ଏକ କାର ଡ୍ରାଇଭର ଦୁଇଟି କୁକୁର ଛୁଆକୁ କାର ମଡ଼ାଇ ଦେଇ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଥିଲା । ସ୍ଥାନୀୟ ଅଞ୍ଚଳରେ ଥିବା ସିସିଟିଭି ଚେକ୍ କରିଥିଲେ ସ୍ଥାନୀୟ ବାସିନ୍ଦା । ହେଲେ ଯାହା ଦେଖିବାକୁ ମିଳିଥିଲା, ତାହା ଲଜ୍ଜାରେ ସମସ୍ତଙ୍କ ମୁଣ୍ଡକୁ ତଳକୁ କରିଦେଇଥିଲା । ଜଣେ ଯୁବକ ରାସ୍ତାକଡ଼ରେ ବୁଲୁଥିବା ଏକ କୁକୁର ସହ ଦୁଷ୍କର୍ମ କରିଥିବା ସିସିଟିଭି ଫୁଟେଜରେ ରେକର୍ଡ ହୋଇଥିଲା । ଏନେଇ ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ମାମଲା ଏବେ ଥାନାରେ ପହଞ୍ଚିଛି । ସମ୍ପୃକ୍ତ ଯୁବକ କି’ଏ ସେ ନେଇ କିଛି ସ୍ପଷ୍ଟ ହୋଇନି । ପୋଲିସ ଲୋକଙ୍କଠାରୁ ଅଭିଯୋଗ ଗ୍ରହଣ କରିବା ପରେ ସିସିଟିଭି ଫୁଟେଜ ଯାଞ୍ଚ କରୁଛି । ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି । ଘଟଣାଟି 17 ତାରିଖ ରାତିର ବୋଲି ଜଣାପଡିଛି ।