ଜୟପୁର:ପତ୍ନୀଙ୍କୁ ଫେରାଇ ଆଣିବା ଜିଦରେ ପାଣି ଟାଙ୍କି ଉପରେ ଚଢିଲେ ଯୁବକ। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନର ଭରତପୁର ସହରରେ । ସୂଚନା ମୁତାବକ, ଯୁବକ ଜଣକ ଗତ ମେ' ମାସ 10 ତାରିଖରେ ବିବାହ କରିଥିଲେ । ହେଲେ ଏହି ବିବାହକୁ ଅସ୍ବୀକାର କରି ଯୁବତୀଙ୍କ ବାପଘର ଲୋକେ ତାଙ୍କୁ ଆଗ୍ରା ନେଇ ଯାଇଥିଲେ । ତେବେ ପତ୍ନୀଙ୍କ ପରିବାର ଲୋକେ ତାଙ୍କୁ ଧମକ ଚମକ ଦେଇ ଜୋରଜବରଦସ୍ତ ନେଇଯାଇଥିବା ଅଭିଯୋଗ କରିବା ସହ ପତ୍ନୀଙ୍କୁ ଫେରାଇ ଆଣିବା ଜିଦରେ ଅଡି ବସିଥିଲେ ଯୁବକ । ଉପାୟ ନପାଇ ଦାବି ପୂରଣ କରିଛି ପୋଲିସ ।
ପତ୍ନୀଙ୍କୁ ଫେରାଇ ଆଣିବା ଜିଦରେ ପାଣି ଟାଙ୍କିରେ ଚଢିଲେ ଯୁବକ, ଦାବି ପୂରଣ କଲା ପୋଲିସ
ପାଣି ଟାଙ୍କି ଉପରେ ଚଢି ପତ୍ନୀଙ୍କୁ ଫେରାଇ ଆଣିବା ଜିଦରେ ଅଡି ବସିଥିଲେ ଯୁବକ। ବାଧ୍ୟ ହୋଇ ଦୀର୍ଘ ସମୟ ପରେ ପତ୍ନୀଙ୍କୁ ଆଣି ପହଞ୍ଚାଇଲା ପୋଲିସ। ଅଧିକ ପଢନ୍ତୁ
ତେବେ ଯୁବକ ଜଣକ ହେଉଛନ୍ତି ଅଗାୱଲୀ ଗାଁର ଲାଲଜୀନ । ତାଙ୍କ ବୟସ 23ବର୍ଷ ହୋଇଥିବା ଜଣାପଡିଛି । ସୂଚନା ମୁତାବକ,ଗତ ମେ' ମାସ 10 ତାରିଖରେ ଭରତପୁରର ଜଣେ ଯୁବତୀଙ୍କୁ ସେ ପ୍ରେମ ବିବାହ କରିଥିଲେ । ହେଲେ ଏହି ବିବାହରେ ରାଜି ନଥିଲେ କନ୍ୟା ପକ୍ଷ । ତେଣୁ ହଠାତ୍ ତାଙ୍କ ଶ୍ବଶୁରଘର ଲୋକେ ଝିଅକୁ ନେଇଯାଇଥିବା ସେ କହିଛନ୍ତି । ଏହା ପୂର୍ବରୁ ଯୁବକଙ୍କ ବିରୋଧରେ ଶ୍ବଶୁର ଘର ପକ୍ଷରୁ ଥାନାରେ କୌଣସି ଅଭିଯୋଗ ହୋଇନାହିଁ । ଏପରକି ଆପୋଷ ବୁଝାମଣା ସମୟରେ ମଧ୍ୟ ଯୁବତୀ ଲାଲଜୀନଙ୍କ ପକ୍ଷ ରଖିଥିଲେ ଏବଂ ତାଙ୍କ ପାଖରେ ରହିବାକୁ ଚାହିୁଁଥିଲେ ବୋଲି ସେ ପ୍ରକାଶ କରିଛନ୍ତି । କିନ୍ତୁ ଯୁବତୀଙ୍କୁ ତାଙ୍କ ପରିବାରଲୋକେ ଜୋରଜବରଦସ୍ତ ଗାଜିଆବାଦରେ ଥିବା ତାଙ୍କ ମାମୁଁ ଘରକୁ ନେଇଯାଇଥିବା ସେ ଅଭିଯୋଗ କରିଥିଲେ । ଯାହାକୁ ତୀବ୍ର ବିରୋଧ କରିବା ସହ ପତ୍ନୀଙ୍କୁ ଫେରାଇ ଆଣିବା ଦାବିରେ ସେ ଏକ ବଡ ଟାଙ୍କି ଉପରେ ଚଢିଥିବା ଦେଖିବାକୁ ମିଳିଥିଲା । ଦାବି ପୂରଣ ନହେଲା ପର୍ଯ୍ୟନ୍ତ ସେ ସେଠାରୁ ଓହ୍ଲାଇବେ ନାହିଁ ବୋଲି ମଧ୍ୟ ଜିଦ୍ ଧରିଥିଲେ ।
ଲାଲଜୀନଙ୍କ ପତ୍ନୀ ମଧ୍ୟ ସେଠାରୁ ତାଙ୍କୁ ଉଦ୍ଧାର କରିବା ଫୋନ ଯୋଗେ ତାଙ୍କୁ କହିବା ପରେ କୌଣସି ଉପାୟ ନପାଇ ବାଧ୍ୟ ହୋଇ ଆଜି ସକାଳେ ମଥୁରା ଗେଟ୍ ନିକଟରେ ଥିବା ଏକ ଟାଙ୍କି ଉପରେ ସେ ଚଢିଯାଇଥିବା ଦେଖିବାକୁ ମିଳିଥିଲା । ଘଟଣାସ୍ଥଳରେ ଲୋକଙ୍କ ଭିଡ ମଧ୍ୟ ଜମିଥିଲା । ତେବେ ସ୍ଥାନୀୟଲୋକେ ଯେତେ ବୁଝାସୁଝା କରିବାକୁ ଚେଷ୍ଟା କଲେ ମଧ୍ୟ ଟାଙ୍କି ଉପରୁ ତଳକୁ ଓହ୍ଲାଇବାକୁ ଅମଙ୍ଗ ଥିଲେ ଲାଲଜୀନ । ଏହାସହ ସର୍ବସମ୍ମୁଖରେ ସେ ପତ୍ନୀଙ୍କୁ ତାଙ୍କ ପାଖକୁ ଫେରାଇ ଆଣିଲେ ହିଁ ସେ ଓହ୍ଲାଇବେ ବୋଲି ସର୍ତ୍ତ ରଖିଥିଲେ । ଖବର ପାଇ ପୋଲିସ ସେଠାରେ ପହଞ୍ଚିଥିଲା । ଶେଷରେ ପତ୍ନୀଙ୍କୁ ଅଣାଯିବା ପରେ ହିଁ ସେ ତଳକୁ ଓହ୍ଲାଇଥିବା ଜଣାପଡିଛି । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବାବେଳେ ଫ୍ଲିଲ୍ମ ଷ୍ଟାଇଲରେ ଯୁବକଙ୍କ ଏପରି ଅନ୍ଦାଜ ସମସ୍ତଙ୍କୁ ଚକିତ କରିଛି ।