ଓଡିଶା

odisha

ETV Bharat / bharat

ଶ୍ରଦ୍ଧା ହତ୍ୟାକାଣ୍ଡର ପୁନରାବୃତ୍ତି, ବାପାକୁ ମାରି ଖଣ୍ଡ ଖଣ୍ଡ କଲେ ମାଆ-ପୁଅ - ଶ୍ରଦ୍ଧା ହତ୍ୟାକାଣ୍ଡ ଘଟଣାର ପୁନରାବୃତ୍ତି

ଅବୈଧ ସମ୍ପର୍କର କରୁଣ ପରିଣତି । ବାପାକୁ ହତ୍ୟା ପରେ ଖଣ୍ଡଖଣ୍ଡ କରି ଫ୍ରିଜରେ ରଖିଥିଲେ ନୃଶଂସ ପୁଅ ଏବଂ ପିଶାଚୀ ସ୍ତ୍ରୀ । ମୃତ ଯୁବକ ହେଲେ ଦିଲ୍ଲୀର ଅଞ୍ଜନ ଦାସ । ଦିଲ୍ଲୀର ତ୍ରିଲୋକପୁରୀରୁ ଏହି ଘଟଣା ସାମ୍ନାକୁ ଆସିଛି ।

young-man-chopped-into-pieces-and-kept-in-a-fridge-at-pandav-nagar-in-delhi
ଶ୍ରଦ୍ଧା ହତ୍ୟାକାଣ୍ଡର ପୁନରାବୃତ୍ତି

By

Published : Nov 28, 2022, 1:05 PM IST

Updated : Nov 28, 2022, 4:42 PM IST

ନୂଆଦିଲ୍ଲୀ:ଶ୍ରଦ୍ଧା ହତ୍ୟାକାଣ୍ଡ ଘଟଣା ମନରୁ ନଲିଭୁଣୁ ପୁଣି ସମାନ ଘଟଣା ସାମ୍ନାକୁ ଆସିଛି(Shraddha Murder Like Incident in Delhi ) । ଏଠି ଅବୈଧ ସମ୍ପର୍କ ପାଇଁ ମାଆ ପୁଅ ନେଇଛନ୍ତି ବାପାର ଜୀବନ । ଆଉ ବାପାକୁ ହତ୍ୟା ପରେ ସମାନ ଭାବେ ଖଣ୍ଡ ଖଣ୍ଡ କରି ଫ୍ରିଜରେ ରଖିଥିଲା ପୁଅ । ରାଜଧାନୀ ଦିଲ୍ଲୀରୁ ଆସିଛି ପୁଣି ଦୋହଲାଇ ଦେବା ଭଳି ଘଟଣା । ଏହି ହତ୍ୟାକାଣ୍ଡ ଘଟଣାରେ ପୁଅକୁ ସାହାଯ୍ୟ କରିଥିଲା ମାଆ । ଯାହା ଏବେ ସମଗ୍ର ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଶ୍ରଦ୍ଧା ହତ୍ୟାକାଣ୍ଡର ପୁନରାବୃତ୍ତି, ବାପାକୁ ମାରି ଖଣ୍ଡ ଖଣ୍ଡ କଲେ ମାଆ-ପୁଅ

ବାପାକୁ ମାରି ଖଣ୍ଡ ଖଣ୍ଡ କଲା ପୁଅ

ଦିଲ୍ଲୀର ତ୍ରିଲୋକପୁରୀରେ ଏହି ଘଟଣା ଘଟିଛି । ମୃତ ବ୍ୟକ୍ତି ହେଲେ ଦିଲ୍ଲୀର ଅଞ୍ଜନ ଦାସ । ହତ୍ୟାକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବା ବେଳେ ଅବୈଧ ସମ୍ପର୍କ ପାଇଁ ହତ୍ୟା କରାଯାଇଥିବା ଆଶଙ୍କା କରାଯାଉଛି । ଶ୍ରଦ୍ଧାର ହତ୍ୟାକାରୀ ଅଫତାବ ଯେଉଁଭଳି ଭାବେ ଶ୍ରଦ୍ଧାକୁ ହତ୍ୟା ପରେ 35 ଖଣ୍ଡ କରି ଫ୍ରିଜରେ ରଖିଥିଲା। ସେହିଭଳେ ଅଞ୍ଜନଙ୍କୁ ମଧ୍ୟ ମାଆ ପୁଅ ମିଶି ସ୍ବାମୀକୁ ହତ୍ୟା କରିବା ପରେ ଖଣ୍ଡଖଣ୍ଡ କରି ଫ୍ରିଜରେ ରଖିଥିଲେ । ଏବଂ ରାତିରେ ଆଖପାଖ ଜଙ୍ଗଲରେ ନେଇ ଫୋପାଡୁଥିଲେ ।

ଏହା ମଧ୍ୟ ପଢନ୍ତୁ: ବିବାହ ପାଇଁ ଜିଦ୍‌ ଧରିଲା ପ୍ରେମିକା, ଜୀବନରୁ ମାରି ୩୫ ଖଣ୍ଡ କରିଦେଲା ପ୍ରେମିକ

ତେବେ ଦିଲ୍ଲୀର ପାଣ୍ଡବ ଅଞ୍ଚଳରେ ଗତ ଜୁନ 5 ତାରିଖରେ ଏକ ମନୁଷ୍ୟର ଏକ ଅଙ୍ଗ ପାଇଥିଲା ପୋଲିସ । ସେବେ ଠାରୁ ତଦନ୍ତ ଆରମ୍ଭ ହୋଇଥିଲା । 5 ତାରିଖ ରାତିରେ ପାଣ୍ଡବ ନାଗର ପୋଲିସ ଷ୍ଟେସନ ପରିସରର ରାମଲିଲା ଗ୍ରାଉଣ୍ଡର ବୁଦା ଭିତରୁ ମାନବ ଶରୀରର କିଛି ଅଂଶ ମିଳିଥିଲା । ସେହି ଦିନ ଠାରୁ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ପୁଣି ଜୁନ 7 ଏବଂ 9 ତାରିଖରେ ପୁଣି କିଛି ମନୁଷ୍ୟ ଅଙ୍ଗ ମିଳିଥିଲା ।

ତେବେ ରାମଲୀଳା ଗ୍ରାଉଣ୍ଡରେ ଲାଗିଥିବା ସିସିଟିଭି ଫୁଟେଜକୁ ଜବତ କରି ତଦନ୍ତ ଆରମ୍ଭ କରିଥିଲା ପୋଲିସ । ସିସିଟିଭିରେ ଅଭିଯୁକ୍ତମାନେ ଜଙ୍ଗଲରେ ପଲିଥିନ ବ୍ୟାଗ ନେଇଥିବାର ନଜର ଆସିଥିଲେ ଯାହା ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରି ଅଭିଯୁକ୍ତଙ୍କ ନିକଟରେ ପହଞ୍ଚିଥିଲା । ଆଜି ସ୍ତ୍ରୀ ଏବଂ ପୁଅକୁ ଗିରଫ କରିଛି ଦିଲ୍ଲୀ ପୋଲିସ ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 28, 2022, 4:42 PM IST

ABOUT THE AUTHOR

...view details