ନୂଆଦିଲ୍ଲୀ: ଦିଲ୍ଲୀର ଏକ ହୋଟେଲରୁସନ୍ଦେହଜନକ ସ୍ଥିତିରେ ପ୍ରେମୀଯୁଗଳଙ୍କ ମୃତଦେହ ଠାବ ହୋଇଛି । ଦିଲ୍ଲୀର ବାୱାନା ପୋଲିସ ଷ୍ଟେସନ ଅଞ୍ଚଳରେ ଥିବା ଏକ ହୋଟେଲରେ ଏପରି ଘଟଣା ସାମ୍ନାକୁ ଆସିଛି । ମୃତ ଯୁବକ ଓ ଯୁବତୀ ଦୁହେଁ ପ୍ରେମୀଯୁଗଳ ହୋଇଥିବା ନେଇ ପ୍ରାଥମିକ ଭାବେ ସନ୍ଦେହ କରାଯାଉଛି । ମୃତଦେହର ବେକରେ ଚିହ୍ନ ରହିଛି । ପ୍ରାଥମିକ ତଦନ୍ତ ଓ ପାରିପାର୍ଶ୍ବିକ ସ୍ଥିତିରୁ ଯୁବକଜଣଙ୍କ ଯୁବତୀଙ୍କୁ ହତ୍ୟା କରି ଆତ୍ମହତ୍ୟା କରିଥିବା ପରି ମନେ ହେଉଥିଲେ ସୁ୍ଦ୍ଧା ପୋଲିସ କିଛି ପ୍ରକାଶ କରିନାହିଁ । ତେବେ ଏହା ହତ୍ୟା କିମ୍ବା ଆତ୍ମହତ୍ୟା ସେ ନେଇ ସ୍ପଷ୍ଟ ହୋଇନଥିବା ବେଳେ ଦିଲ୍ଲୀ ପୋଲିସ ତଦନ୍ତ ଆରମ୍ଭ କରିଛି ।
ମୃତଦେହ ନିକଟରୁ ଠାବ କରାଯାଇଥିବା ପରିଚୟପତ୍ରରୁ ଉଭୟଙ୍କ ପରିଚୟ ମଧ୍ୟ ପୋଲିସ ହାତରେ ଲାଗିଛି । ଉଭୟ ମୃତ ଯୁବକ ଓ ଯୁବତୀଙ୍କ ବୟସ ପ୍ରାୟ 21 ବର୍ଷ ହେବା ନେଇ ଅନୁମାନ ପ୍ରକାଶ ପାଇଛି । ଉକ୍ତ ଠିକଣା ଆଧାରରେ ଉଭୟ ଯୁବକ ଓ ଯୁବତୀଙ୍କ ପରିବାରବର୍ଗକୁ ଏନେଇ ଅବଗତ ମଧ୍ୟ କରାଯାଇଛି । ପୋଲିସ ମୃତକଙ୍କ ପରିଚୟପତ୍ର ମାଧ୍ୟମରେ ମୃତଦେହ ଚିହ୍ନଟ କରି ସମ୍ପର୍କୀୟଙ୍କୁ ସୂଚନା ଦେଇଛି। ମୃତ ଯୁବକଜଣକ ଦିଲ୍ଲୀର ବୱାନା ଇଣ୍ଡଷ୍ଟ୍ରିଆଲ୍ ଏରିଆରେ କାମ କରୁଥିବା ବିମଲ ବୋଲି ଚିହ୍ନଟ କରାଯାଇଛି । ସେହିପରି ମୃତ ଯୁବତୀ ବିମଲର ପ୍ରେମିକା ହୋଇଥିବା ନେଇ ଅନୁମାନ କରାଯାଉଛି ।