ବେଙ୍ଗାଲୁରୁ:ସନ୍ଦେହଜନକ ଭାବେ କାର ସହ ଜଳିଗଲେ ଦମ୍ପତି । ଏପରି ଏକ ଅଭବନୀୟ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକର ଉଦୁପି ଜିଲ୍ଲାରେ । ମୃତ ଦମ୍ପତିଙ୍କ ପରିଚୟ ଜଣାପଡିଛି । ମୃତକ ଦମ୍ପତି ହେଲେ ସ୍ବାମୀ ଯଶୋବନ୍ତ ଓ ପତ୍ନୀ ଜ୍ୟୋତି । ଉଭୟଙ୍କ ବୟସ 23 ବର୍ଷ ହୋଇଥିବା ନେଇ ସ୍ଥାନୀୟ ପୋଲିସ ସ୍ପଷ୍ଟ କରିଛି । କେଉଁ କାରଣରୁ କାରରେ ନିଆଁ ଲାଗିଲା ନାଁ ଏହା ଏକ ଆତ୍ମହତ୍ୟା ଘଟଣା ତାହା ସ୍ପଷ୍ଟ ହୋଇପାରିନାହିଁ ।
ମିଳିଥିବା ସୂଚନା ଅନୁସାରେ, ମୃତ ଦମ୍ପତି ବେଙ୍ଗାଲୁରୁର ଆରଟି ନଗର ବାସିନ୍ଦା ବୋଲି ଜଣାପଡିଛି । ଦମ୍ପତି 18 ତାରିଖରେ ଘରୁ କେଉଁଆଡେ ଚାଲିଯାଇଥିଲେ । ଦମ୍ପତିଙ୍କ ନିଖୋଜ ନେଇ 3 ଦିନ ପୂର୍ବରୁ ବେଙ୍ଗାଲୁରୁର ହେବାଳ ପୋଲିସ ଷ୍ଟେସନରେ ଏକ ନିଖୋଜ ଏତଲା ମଧ୍ୟ ଦାଏର ହୋଇଥିଲା ।