ଶ୍ରୀନଗର:ଦେଶର ରକ୍ଷା କବଚ ସୀମା ସୁରକ୍ଷାରେ ଥିବା ଯବାନଙ୍କ ସହ ଦୀପାବଳି ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜମ୍ମୁ ଗସ୍ତ କରି କାର୍ଗିଲରେ ଯବାନଙ୍କ ସହ ଆଲୋକର ଉତ୍ସବ ମନାଇଛନ୍ତି ପିଏମ ମୋଦି । ହାତରେ ଦେଶମାତୃକାର ବୀର ପୁତ୍ରଙ୍କୁ ମିଠା ଖୁଆଇ ଦୀପାବଳି ପାଳନ କରିଛନ୍ତି ମୋଦି । ପରାକ୍ରମର ଏହି କାର୍ଗିଲ ମାଟିକୁ ପ୍ରଣାମ ଜଣାଇବା ପାଇଁ ଓ ବୀରପୁତ୍ରଙ୍କ ଗହଣରେ ଏହି ପର୍ବ ପାଳନ କରିବାକୁ ମୁଁ ଟାଣି ହୋଇ ଆସିଥିବା ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି । କାର୍ଗିଲରେ ସମସ୍ତ ସେନାଙ୍କୁ ପରିବାର ବୋଲି କହିବା ସହ ସେମାନଙ୍କ ସହ ଦୀପାବଳି ଆହୁରି ଅଧିକ ମଧୁର ହୋଇଯାଏ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ''ମୋର ଦୀପାବଳିର ପ୍ରକାଶ ତୁମ ଭିତରରେ ରହିଛି ଏବଂ ଆଗାମୀ ଦୀପାବଳି ପାଇଁ ପଥ ପ୍ରଶସ୍ଥ କରିଥାଏ । ଆପଣଙ୍କ ପାଖରେ ମୋ ଦୀପାବଳି ଖୁସି ଅଛି । ମୋ ସୌଭାଗ୍ୟ ସୀମାକୁ ଆସି ଆପଣଙ୍କ ସହ ଦୀପାବଳି ପାଳନ କରିବାର ଅବସର ମିଳିଛି । ଗୋଟିଏ ପଟେ ଦେଶର ସୀମା ଓ ତା ପାଇଁ ସମର୍ପିତ ସିପାହୀ ଅନ୍ୟପଟେ ମାତୃଭୂମିର ମମାତାମୟୀ ମାଟି ଓ ତାକୁ ଚନ୍ଦନ କରି ମଥାରେ ଲଗାଉଥିବା ବୀରପୁତ୍ରଙ୍କ ଦୀପାବଳି ପାଳନର ଏ ଖୁସି ଆଉ କେଉଠି ନାହିଁ । ସେନାବାହିନୀ ପାଇଁ ଆମ ସୀମା ସୁରକ୍ଷିତ ଅଛି । ତେଣୁ ଦେଶର ପ୍ରତିଟି ନାଗରିକ ଶାନ୍ତିରେ ଶୋଇ ପାରୁଛି । ସେମାନଙ୍କ ବଳିଦାନ ଦେଶକୁ ସର୍ବଦା ଗର୍ବିତ କରିବ ।''
ଭାରତ ତାର ପ୍ରତିଟି ପର୍ବକୁ ପ୍ରେମ ଓ ଶ୍ରଦ୍ଧାର ସହ ପାଳନ କରିଥାଏ । ସମଗ୍ର ଦୁନିଆକୁ ଏକାଠି କରି ପର୍ବ ପାଳନ୍ତି ଭାରତବାସୀ । ଆଜି କର୍ଗିଲର ଏ ବିଜୟ ଭୂମିରୁ ସମଗ୍ର ଦେଶବାସୀ ଓ ବିଶ୍ବକୁ ଦୀପାବଳି ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ପାକିସ୍ତାନ ସହ ଏମିତି କୌଣସି ଏକ ଯୁଦ୍ଧ ହୋଇନାହିଁ ଯେଉଁଠି କାର୍ଗିଲ ବିଜୟ ଧ୍ବଜା ଉଡାଇନାହିଁ । ଆଜିର ଏହି ପର୍ବ ସମଗ୍ର ବିଶ୍ବ ପାଇଁ ଶାନ୍ତିର ପଥ ପ୍ରଦର୍ଶକ କରୁ । ଏହା ଭାରତର କାମନା । ଦୀପାବଳି ଅର୍ଥ ଆତଙ୍କୀର ଅନ୍ତ ସହ ଉତ୍ସବ । ଯାହା କାର୍ଗିଲ କରିଥିଲା । କାର୍ଗିଲରେ ଆମ ସେନା ଆତଙ୍କୀଙ୍କୁ ଦମନ କରି ବିଜୟର ଦୀପାବଳି ପାଳନ କରିଥିଲେ । ଯାହାକୁ ଅତି ନକଟରୁ ଦେଖିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।