ଓଡିଶା

odisha

ETV Bharat / bharat

'You Find a Girl For Rahul'; ମହିଳା ଚାଷୀଙ୍କୁ ବୋହୂ ଖୋଜିବାକୁ କାହିଁକି କହିଲେ ସୋନିଆ ? - ମଧ୍ୟାହ୍ନ ଭୋଜନ

ସୋନିଆ ଗାନ୍ଧୀଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ହରିୟାଣା ସୋନିପତର ମହିଳା ଚାଷୀ । ଏହି ଚାଷୀଙ୍କୁ ରାହୁଲଙ୍କ ଲାଗି ବୋହୂ ଖୋଜିବାକୁ କହିଲେ ସୋନିଆ । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Jul 29, 2023, 5:32 PM IST

ନୂଆଦିଲ୍ଲୀ: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ବିବାହ ପାଇଁ ପରାମର୍ଶ ଦେବା ପରେ ରାହୁଲ ଗାନ୍ଧୀଙ୍କ ବିବାହକୁ ନେଇ ଲାଗି ରହିଛି ଚର୍ଚ୍ଚା । ଏହାରି ମଧ୍ୟରେ ମହିଳା ଚାଷୀଙ୍କୁ ବୋହୂ ଖୋଜିବାକୁ କହିଛନ୍ତି ସୋନିଆ ଗାନ୍ଧୀ । ଯାହାକୁ ନେଇ ପୁଣି ରାହୁଲଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି । ରାହୁଲଙ୍କ ବିବାହ କରିବା ଲାଗି ମହିଳା ଚାଷୀମାନେ ସୋନିଆଙ୍କୁ କହିବା ପରେ ସେ ତାଙ୍କୁ ଝିଅ ଖୋଜିବା ଲାଗି କହିଥିବା ଜଣାପଡ଼ିଛି ।

ନିକଟରେ ରାହୁଲ ଗାନ୍ଧୀ ହରିୟାଣା ଗସ୍ତ କରିଥିବା ବେଳେ ମହିଳା ଚାଷୀଙ୍କୁ ଭୋଜି ଦେବେ ବୋଲି ପ୍ରତିଶୃତି ଦେଇଥିଲେ । ତେବେ ରାହୁଲଙ୍କ କଥା ରଖିବା ଲାଗି କଂଗ୍ରେସ ନେତ୍ରୀ ସୋନିଆ ହରିୟାଣା ସୋନିପତ ଜିଲ୍ଲାର କିଛି ମହିଳାଙ୍କୁ ଭୋଜନ ଦେବା ଲାଗି ନିଜ ବାସଭବନକୁ ଶନିବାର ନିମନ୍ତ୍ରିତ କରିଥିଲେ । ମଧ୍ୟାହ୍ନ ଭୋଜନ କରିବାକୁ ଆସିଥିବା ମହିଳା ଚାଷୀମାନେ ସୋନିଆଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଏହି ସମୟରେ ରାହୁଲଙ୍କ ବିବାହ କରିବା ଲାଗି ସେ ସୋନିଆଙ୍କୁ କହିଥିଲେ । ଏହାର ଜବାବରେ ସୋନିଆ ମହିଳା ଚାଷୀଙ୍କୁ ଝିଅ ଖୋଜିବା ଲାଗି କହିଥିବା ଜଣାପଡ଼ିଛି ।

ଏମିତି କହିଲେ ରାହୁଲ:-ମହିଳା ଚାଷୀମାନେ ସୋନିଆଙ୍କ ସମ୍ମୁଖରେ ରାହୁଲଙ୍କ ବିବାହ କଥା ଉଠାଇବା ସମୟରେ ସେଠାରେ ଉପସ୍ଥିତ ଥିଲେ ରାହୁଲ । ଆଉ କହିଥିଲେ 'ଏମିତି ଘଟିବ..' । ମହିଳାମାନେ ରାହୁଲଙ୍କୁ ନିଜ ହାତରେ ଖୁଆଇ ଦେଇଥିଲେ । ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ସେଠାରେ ଉପସ୍ଥିତ ରହିଥିଲେ । ପ୍ରିୟଙ୍କା ମହିଳା ଚାଷୀଙ୍କୁ କହିଥିଲେ ଯେ ଛୋଟ ବେଳେ ତାଙ୍କଠାରୁ ରାହୁଲ ଅଧିକ ଦୁଷ୍ଟ ଥିଲେ । ହେଲେ ସବୁବେଳେ ପିତାମାତାଙ୍କଠାରୁ ସେ ଗାଳି ଶୁଣୁଥିଲେ ।

ଏହା ବି ପଢନ୍ତୁ- ବିଲରେ ଚାଷୀଙ୍କ ସହ କଥା ହେଲେ ରାହୁଲ: ହଳ କଲେ, ତଳି ବି ରୋଇଲେ

ସୂଚନା ଥାଉ କି ଗତ ଜୁଲାଇ ୮ ତାରିଖରେ ରାହୁଲ ସୋନିପତ ଜିଲ୍ଲା ମଦିନା ଗ୍ରାମକୁ ଗସ୍ତ କରିଥିଲେ । ସେଠାରେ ଲୋକଙ୍କ ସହ ସମୟ ଅତିବାହିତ କରିବା ସହ କ୍ଷେତରେ କାମ କରୁଥିବା ଚାଷୀଙ୍କ ସହିତ ବାର୍ତ୍ତାଳାପ କରିଥିଲେ । ଖାଲି ସେତିକି ନୁହେଁ, ଚାଷୀମାନଙ୍କ ସହିତ ମିଶି ତଳି ରୋଇବାଠୁ ଆରମ୍ଭ କରି ଟ୍ରାକ୍ଟର ମଧ୍ୟ ଚଲାଇଥିଲେ । ମହିଳା ଚାଷୀମାନେ ଆଣିଥିବା ଖାଦ୍ୟକୁ ରାହୁଲ ଖାଇଥିବା ଦେଖିବାକୁ ମିଳିଥିଲା । ମହିଳା ଚାଷୀମାନେ କେବେ ଦିଲ୍ଲୀ ଦେଖିନଥିବା କହିଥିଲେ । ଏହି ସମୟରେ ଚାଷୀଙ୍କ ଲାଗି ଦିଲ୍ଲୀରେ ଭୋଜିଭାତର ଆୟୋଜନ କରି ଦିଲ୍ଲୀ ଡାକିବେ ବୋଲି ପ୍ରତିଶୃତି ଦେଇଥିଲେ ।

ଏହା ପରେ ପ୍ରତିକ୍ରିୟା ରଖି ରାହୁଲ କହିଛନ୍ତି, " ମା', ପ୍ରିୟଙ୍କା ଓ ମୋ ପାଇଁ ଏହା ଏକ ଖୁସିର ମୁହୂର୍ତ୍ତ । ସୋନିପତ ଚାଷୀ ଭଉଣୀଙ୍କ ଆଜି ଦିଲ୍ଲୀ ଦର୍ଶନ ସ୍ବପ୍ନ ପୂରଣ ହୋଇଛି । ସେମାନେ ଆମ ସହିତ ମଧ୍ୟାହ୍ନ ଭୋଜନ କରିଥିବା ବେଳେ ବାର୍ତ୍ତାଳାପ କରିଛନ୍ତି । ସେମାନଙ୍କଠାରୁ କିଛି ସ୍ବତନ୍ତ୍ର ଉପହାର ଯେପରିକି ଦେଶୀ ଘିଅ, ମିଠା, ଲସି, ଘରେ ପ୍ରସ୍ତୃତ ଆଚାର ଗ୍ରହଣ କରିଛି । ଏହା ଦିନଟି ମୋ ପରିବାର ଲାଗି ସ୍ମରଣୀୟ ରହିବ ।"

ABOUT THE AUTHOR

...view details