ଲକ୍ଷ୍ନୌ: ଶ୍ରମିକ ଦିବସରେ(Labour Day 2022) ଉତ୍ତରପ୍ରଦେଶ ସରକାରଙ୍କ ବଡ ଘୋଷଣା । ପ୍ରତ୍ୟେକ ଶ୍ରମିକଙ୍କ ପରିବାରରୁ ଅତିକମରେ ଜଣଙ୍କୁ ନିଯୁକ୍ତି ସୁଯୋଗ ଦେବେ ଯୋଗୀ ଆଦିତ୍ୟନାଥ । ଆସନ୍ତା ୫ବର୍ଷ ମଧ୍ୟରେ 2,10,000 ଉଦ୍ୟୋଗୀ ଏବଂ କୃଷକଙ୍କୁ ତାଲିମ ପ୍ରଦାନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଚାଷୀଙ୍କ ଆୟ ବୃଦ୍ଧି ଉପରେ ଧ୍ୟାନ ଦେବା ବ୍ୟତୀତ ଉତ୍ତରପ୍ରଦେଶ ସରକାର ସେମାନଙ୍କୁ 'ଉଦ୍ୟୋଗୀ' ଭାବରେ ପ୍ରତିଷ୍ଠା କରିବାକୁ ଯୋଜନା କରିଛନ୍ତି । ଏହା କେବଳ ସେମାନଙ୍କର ଆୟ ବୃଦ୍ଧି କରିବ ତା ନୁହଁ ବରଂ ଯୁବକମାନଙ୍କୁ ଅଧିକ ରୋଜଗାରର ସୁଯୋଗ ମଧ୍ୟ ଦେବ ।
Labour Day 2022: ଯୋଗୀ ସରକାରଙ୍କ ବଡ ଘୋଷଣା, ୟୁପିରେ ପ୍ରତ୍ୟେକ କୃଷକ ପରିବାରରୁ ଜଣଙ୍କୁ ଚାକିରି - ପ୍ରତ୍ୟେକ କୃଷକ ପରିବାରକୁ ଚାକିରୀ ଦେବେ ୟୁପି ସରକାର
ପ୍ରତ୍ୟେକ ଶ୍ରମିକଙ୍କ ପରିବାରରୁ ଅତିକମରେ ଜଣଙ୍କୁ ନିଯୁକ୍ତି ସୁଯୋଗ ଦେବେ ଯୋଗୀ ଆଦିତ୍ୟନାଥ । ଆସନ୍ତା ୫ବର୍ଷ ମଧ୍ୟରେ 2,10,000 ଉଦ୍ୟୋଗୀ ଏବଂ କୃଷକଙ୍କୁ ତାଲିମ ପ୍ରଦାନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଅଧିକ ପଢନ୍ତୁ
ମିଳିଥିବା ସୂଚନା ଅନୁଯାୟୀ ୟୁପି ସରକାର 375 ଟି ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ପ୍ରତିଷ୍ଠା କରିବାକୁ ଯୋଜନା କରିଛନ୍ତି । ଏଥିସହ ପ୍ରଧାନମନ୍ତ୍ରୀ ଫର୍ମାଲାଇଜେସନ୍ ମାଇକ୍ରୋ ଫୁଡ୍ ପ୍ରୋସେସିଂ ଏଣ୍ଟରପ୍ରାଇଜେସ୍ ଯୋଜନା (PMFME) ଅଧିନରେ ୪୧ ହଜାର ୩୩୬ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟର ନବୀକରଣ କରାଯିବ ।
ଏହି ଯୋଜନା ଅଧୀନରେ ଖାଦ୍ୟ ଶିଳ୍ପରେ କାର୍ଯ୍ୟ ଆରମ୍ଭ କରିବାକୁ ସରକାର ସହାୟତା ପ୍ରଦାନ କରିବେ । ଏହା ଅଧୀନରେ ଛୋଟ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଆରମ୍ଭ ହୋଇପାରିବ । କୃଷକମାନଙ୍କୁ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ସହିତ ସଂଯୋଗ କରାଯିବ । ଏହା ଅନେକ ରୋଜଗାର ସୁଯୋଗ ସୃଷ୍ଟି କରିବ । ଏଥିପାଇଁ ତାଲିମ ଦେବାକୁ ସରକାର ଯୋଜନା କରିଛନ୍ତି ।