ଲକ୍ଷ୍ନୌ:ଧାର୍ମିକ ସ୍ଥାନରୁ ବେଆଇନ ଲାଉଡସ୍ପିକର ହଟାଇବାକୁ ଉତ୍ତର ପ୍ରଦେଶ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଅବନୀଶ ଆୱସ୍ତି ଧାର୍ମିକ ସ୍ଥାନରେ ଲଗାଯାଇଥିବା ବେଆଇନ ଲାଉଡସ୍ପିକର ହଟାଇବା ନେଇ ପୋଲିସ କମିଶନର ଏବଂ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଠାରୁ ରିପୋର୍ଟ ମାଗିଛନ୍ତି । ଏହି ରିପୋର୍ଟକୁ ଏପ୍ରିଲ 30 ସୁଦ୍ଧା ସରକାରଙ୍କ ନିକଟରେ ଦାଖଲ କରିବାକୁ କୁହାଯାଇଛି । ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ରିପୋର୍ଟ ଦାଖଲ କରାନଗଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ମଧ୍ୟ ଚେତାବନୀ ଦିଆଯାଇଛି ।
ଅତିରିକ୍ତ ମୁଖ୍ୟ ଶାସନ କହିଛନ୍ତି ଯେ ଏଥିପାଇଁ ସମସ୍ତ ଧାର୍ମିକସ୍ଥଳୀର କର୍ତ୍ତୁପକ୍ଷଙ୍କ ସହ ଯୋଗାଯୋଗ ତଥା ସମନ୍ୱୟ ଆଧାରରେ ବେଆଇନ ଲାଉଡ ସ୍ପିକର ହଟାଯିବା ଉଚିତ । ଅନେକ ଜିଲ୍ଲାରେ ଏହି ନିର୍ଦ୍ଦେଶାନାମା ପାଳନ କରାଯାଇଛି, କିନ୍ତୁ ଏବେ ମଧ୍ୟ ଅନେକ ଜିଲ୍ଲା ଅଛି ଯେଉଁଠାରେ ଏହାକୁ କଡାକଡି ପାଳନ କରାଯିବା ଆବଶ୍ୟକତା ରହିଛି ।