ଓଡିଶା

odisha

ETV Bharat / bharat

ଭୟ-ଅପରାଧ ମୁକ୍ତ ରାଜ୍ୟ ପାଇଁ ଭୋଟ ଦିଅନ୍ତୁ: ଯୋଗୀ - ଭୟ ଅପରାଧ ମୁକ୍ତ ରାଜ୍ୟ ପାଇଁ ଭୋଟ ଦିଅନ୍ତୁ

ଆଜି ୟୁପିରେ ଚାଲିଛି ପଞ୍ଚମ ପର୍ଯ୍ୟାୟ ମତଦାନ । ଭୟ, ଦଙ୍ଗା ଓ ଅପରାଧ ମୁକ୍ତ ରାଜ୍ୟ ପାଇଁ ଭୋଟ ଦେବାକୁ ଲୋକଙ୍କୁ ଅପିଲ୍ କଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଅଧିକ ପଢନ୍ତୁ

ଭୟ-ଅପରାଧ ମୁକ୍ତ ରାଜ୍ୟ ପାଇଁ ଭୋଟ ଦିଅନ୍ତୁ: ଯୋଗୀ
ଭୟ-ଅପରାଧ ମୁକ୍ତ ରାଜ୍ୟ ପାଇଁ ଭୋଟ ଦିଅନ୍ତୁ: ଯୋଗୀ

By

Published : Feb 27, 2022, 1:19 PM IST

ଲକ୍ଷ୍ନୌ:ଦଙ୍ଗା, ଅପରାଧ ଓ ଭୟ ମୁକ୍ତ ରାଜ୍ୟ ପାଇଁ ଭୋଟ ଦିଅନ୍ତୁ । ରାଜ୍ୟରେ ସୁଶାସନ, ଉନ୍ନତି ଓ ନିରାପତ୍ତା ଦିଗରେ ନିଜର ମତସାବ୍ୟସ୍ତ କରନ୍ତୁ । ଆଜି ଉତ୍ତରପ୍ରଦେଶରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଚାଲିଥିବା ବେଳେ ପ୍ରଦେଶର ବିକାଶ ପାଇଁ ଲୋକଙ୍କ ଭୋଟ ଦେବାକୁ ଟ୍ବିଟରରେ ଏପରି ଅପିଲ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଅପରାଧମୁକ୍ତ ରାଜ୍ୟ ପାଇଁ ବିଜେପିକୁ ଜିତାଇବାକୁ କରିବାକୁ ଯୋଗୀ ପରୋକ୍ଷରେ ଲୋକଙ୍କୁ ନିବେଦନ କରିଛନ୍ତି ।

ଆଜି ୟୁପିରେ ପଞ୍ଚମ ପର୍ଯ୍ୟାୟ ମତଦାନ ଜାରି ରହିଛି । 12ଟି ଜିଲ୍ଲାର 61ଟି ନିର୍ବାଚନ ମଣ୍ଡଳୀରେ ଚାଲିଛି ମତଦାନ । ପଞ୍ଚମ ପର୍ଯ୍ୟାୟରେ ବିଭିନ୍ନ ଦଳରୁ ମୋଟ 692 ଜଣ ପ୍ରାର୍ଥୀ ସେମାନଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି । ରାଜ୍ୟବାସୀଙ୍କୁ ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିବେଦନ କରିଛନ୍ତି । ବିଶେଷକରି ଯୁବବର୍ଗ ଓ ମହିଳାଙ୍କୁ ନିଜର ବହୁମୂଲ୍ୟ ମତସାବ୍ୟସ୍ତ କରିବାକୁ ଅପିଲ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟତଃ ଆଜି ଅଯୋଧ୍ୟା, ପ୍ରୟାଗରାଜ ଏବଂ ଚିତ୍ରକୁଟରେ ଶାସକ ବିଜେପି ଓ ବିରୋଧିଙ୍କ ମଧ୍ୟରେ ମହା ମୁକାବିଲା ଚାଲିଛି । ଅଯୋଧ୍ୟା, ଲକ୍ଷ୍ନୌ, ଚିତ୍ରକୁଟ ଧାମ, ପ୍ରୟାଗରାଜର ୫ଟି ଡିଭିଜନ ସମେତ ଦେବୀପାଟନ, ଆମେଥି, ରାଏ ବରେଲି, ସୁଲତାନପୁର, ଚିତ୍ରକୁଟ, ପ୍ରତାପଗଡ, କୌଶମ୍ଭି, ପ୍ରୟାଗରାଜ, ବାରବାଙ୍କି, ଅଯୋଧ୍ୟା, ବାହରାଇଚ, ଶ୍ରବାସ୍ତି ଏବଂ ଗୋଣ୍ଡା ଆଦି ୧୨ ଜିଲ୍ଲାରେ ଭୋଟ ଗ୍ରହଣ ହେଉଛି । ଏହି ଅବସରରେ ୟୁପିକୁ ଦଙ୍ଗା, ଅପରାଧ ଓ ଭୟ ମୁକ୍ତ ରଖିବା ପାଇଁ ସମସ୍ତ ଭୋଟର ନିଶ୍ଚୟ ନିଜର ମତଦାନ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ନିବେଦନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details