ଓଡିଶା

odisha

ETV Bharat / bharat

ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ଯୋଗୀ ଆଦିତ୍ୟନାଥ

ଆଜି 10ଟା45ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଗତକାଲି ସ୍ବରାଷ୍ଟମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ ଯୋଗୀ । ଅଧିକ ପଢନ୍ତୁ...

By

Published : Jun 11, 2021, 9:36 AM IST

ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ଯୋଗୀ ଆଦିତ୍ୟନାଥ
ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ଯୋଗୀ ଆଦିତ୍ୟନାଥ

ନୂଆଦିଲ୍ଲୀ:ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଇ ଦିନିଆ ଦିଲ୍ଲୀଗସ୍ତରେ ଅଛନ୍ତି । ଆଜି 10ଟା45ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଜେପି ନଡ୍ଡାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଗତକାଲି ସ୍ବରାଷ୍ଟମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ ଯୋଗୀ ।

ଯୋଗୀଙ୍କୁ ନେଇ ରାଜ୍ୟ ସଂଗଠନ ଓ ମନ୍ତ୍ରୀମଣ୍ଡଳରେ ବଢି ଚାଲିଥିହା ଅସନ୍ତୋଷକୁ ନେଇ ଯୋଗୀ ଆଦିତ୍ୟ ନାଥ ଦିଲ୍ଲୀ ଗସ୍ତରେ ଅଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସହିତ ଯୋଗୀଙ୍କ ଶୀତଳ ଯୁଦ୍ଧକୁ ନେଇ ଚାଲିଥିବା ଜୋରଦାର ଚର୍ଚ୍ଚା ପାଇଁ ଏହି ଗସ୍ତ ଅଧିକ ଗୁରୁତ୍ବପୂର୍ଣ୍ଣ ରହିଛି । ଆଗକୁ ବିଧାନସଭା ନିର୍ବାଚନ ଥିବାରୁ ସେ ନେଇ ପ୍ରଧାନମନ୍ତ୍ରୀଙ୍କ ସହିତ କିଛି ଗୁରୁତ୍ବପୂର୍ଣ୍ଣ ଆଲୋଚନା କରି ପାରନ୍ତି ଯୋଗୀ ।

ଦିଲ୍ଲୀ ଆସିବା ପୂର୍ବରୁ ଯୋଗୀ ରାଜ୍ୟ ବିଜେପି ସଭାପତି ସ୍ବତନ୍ତ୍ର ଦେବ ସିଂହ ଓ ରାଜ୍ୟ ସାଙ୍ଗଠନିକ ସମ୍ପାଦକ ସୁନୀଲ ବଂଶଲଙ୍କ ସହିତ ଆଲୋଚନା କରିଥିଲେ । ଶାସକ ଦଳରେ ଜାତିବାଦକୁ ନେଇ ରହିଥିବା ବିବାଦ ଏବେ ଶୀର୍ଷରେ ପହଞ୍ଚିଛି । ଅରବିନ୍ଦ କୁମାପ ଶର୍ମା ଗତ ଜାନୁଆରୀରେ ବିଜେପିରେ ମିଶିଥିଲେ । ଏହି ଅଧିକାରୀଙ୍କୁ ଯୋଗୀ ଗ୍ରହଣ କରି ପାରିନଥିଲେ । ମୋଦି ଶାହା ଯୋଡି ରାଜ୍ୟରୁ ଠାକୁରବାଦ ହଟାଇବାରୁ ଉଦ୍ୟମ କରୁଛନ୍ତି ବୋଲି ଚର୍ଚ୍ଚା ହୋଇଥିଲା ।

ଆଗାମୀ ବିଧାନସଭା ନିର୍ବାଚନରେ ବ୍ରାହ୍ମଣ ମତଦାତାଙ୍କୁ ଆକର୍ଷିତ କରିବା ପାଇଁ ମୋଦି ଯୋଜନା କରୁଛନ୍ତି । ଏହାଛଡା ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ଓ କୋରୋନା ମୁକାବିଲାରେ ବିଫଳତା ନେଇ ଯୋଗୀ ଲୋକପ୍ରିୟତା ହରାଇଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details